କାଶ୍ମୀରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆତଙ୍କବାଦୀ ମାସୁଦ ଅଜହରର ଖୋଲା ଧମକ୍, ଜାଣନ୍ତୁ କହିଛି କ’ଣ ?

Published By : Prameya-News7 Bureau | August 10, 2019 IST

ନୂଆଦିଲ୍ଲୀ : ପାକିସ୍ତାନୀ ଆତଙ୍କବାଦୀ ମାସୁଦ ଅଜହର ଭାରତ ବିପକ୍ଷରେ ପୁଣି ଉଗାରିଛି ଗରଳ। ପାକ୍ ଆତଙ୍କବଦ ସଙ୍ଗଠନ ଜୈସ-ଏ-ମୋହମ୍ମଦର ମୁଖିଆ ଅଜହର କାଶ୍ମୀରର ଅନୁଚ୍ଛେଦ ୩୭୦ ପ୍ରତ୍ୟାହାରକୁ ନେଇ ଫରାନ ଜାଫ୍ରି ନାମରେ ଏକ ବକ୍ତବ୍ୟ ଜାରି କରିଥିବା ବେଳେ କାଶ୍ମୀରରେ ଆତଙ୍କବାଦର ଗୋଟିଏ ଅଧ୍ୟାୟ ମାତ୍ର ସମାପ୍ତ ହୋଇଥିବା କହିଛି। ଏଭଳି ପଦକ୍ଷେପ ନେଇ ଭାରତର ପ୍ରଧାନମନ୍ତ୍ରୀ ନିଜ ଗୋଡରେ ନିଜେ କୁରାଢୀ ମାରିଥିବା କହିଛି ମାସୁଦ ଓରଫ ଫରାନ ଜାଫ୍ରି ।

{"id":142946,"width":574,"height":340}

କାଶ୍ମୀରରୁ ସମ୍ବିଧାର ଅନୁଚ୍ଛେଦ ୩୭୦ ଓ ୩୫-ଏ ସମାପ୍ତ କରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ହାର ସ୍ୱୀକାର କରିଥିବା କହିଛି ଜାଫ୍ରି। ଏହା ଦ୍ୱାରା କାଶ୍ମୀର ମୁସଲମାନମାନଙ୍କର ଅଧିକାର ଏବେ କ୍ଷୁର୍ଣ୍ଣ ହେବାକୁଯାଉଥିବା ବେଳେ ଉଦ୍ୟୋଗପତିମାନେ ଏବେ ସେଠାରେ ଜମି କିଣି ଉଦ୍ୟୋଗ ସ୍ଥାପନ କରିବେ। ତେବେ କାଶ୍ମୀରକୁ ନେଇ ଭାରତର ସ୍ୱପ୍ନ କେବେ ବି ପୁରଣ ହେବାକୁ ଦିଆଯିବନି ବୋଲି ଚେତାବନୀ ଦେଇଛି।

{"id":142947}

ଆତଙ୍କବାଦୀ ମାସୁଦ ଅଜହରକୁ ନେଇ ଗତ ମେ ମାସରେ ଭାରତକୁ ବଡ ସଫଳତା ମିଳିଥିଲା। ମିଳିତ ଜାତି ସଂଘ ମାସୁଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିଥିଲା। ଏବେ ଭାରତ ସରକାର ସମ୍ବିଧାନରେ କାଶ୍ମୀରକୁ ଦିଆଯାଇଥିବା ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ସମାପ୍ତ କରି ଜମ୍ମୁ ଓ କାଶ୍ମୀର ଏବଂ ଲଦାଖକୁ ଦୁଇ କେନ୍ଦ୍ର ଶାସିତ ପ୍ରଦେଶରେ ପରିଣତ କରିଛନ୍ତି। ଏହାକୁ ନେଇ ପଡୋସୂୀ ପାକିସ୍ତାନ ବିଚଳିତ ହୋଇପଡିଥିବା ବେଳେ ଭାରତ ସହ ସମସ୍ତ ଦ୍ୱିପାକ୍ଷୀକ ସମ୍ପର୍କ ଛିନ୍ନ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.