କରୋନା ପରବର୍ତ୍ତୀ ଦେଶର ୱାର୍କ କଲଚର ଓ ବିଜନେସ୍ ମଡେଲ ନେଇ ଜାଣନ୍ତୁ PMଙ୍କ ପରିକଳ୍ପନା କ’ଣ ?

Published By : Prameya-News7 Bureau | April 20, 2020 IST

ନୂଆଦିଲ୍ଲୀ : କରୋନା ଭାଇରସ୍ ଯୋଗୁ ସାରା ବିଶ୍ୱରେ ଏବେ ହାହାକାର ପଡିଛି।  ଲକ୍ଷ ଲକ୍ଷ ଲୋକେ ସଂକ୍ରମିତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି। ଏଥିରୁ ଭାରତ ବି ବାଦ ପଡିନି। ଦେଶରେ ପ୍ରତିଦିନ ନୂଆ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ସଂକ୍ରମିତଙ୍କ ମୃତ୍ୟୁ ବି ହେଉଛି। ସେହିପରି ଅନେକ ସଂକ୍ରମିତ ସୁସ୍ଥ ହୋଇ ଘରୁକୁ ଫେରୁଥିବା ବେଳେ ଜିଲ୍ଲା ପରେ ଜିଲ୍ଲା ନିଜକୁ କରୋନା ମୁକ୍ତ ଘୋଷଣା କରିବା ଆରମ୍ଭ କରିଦେଲେଣି। ଏଥିରେ ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରୋନା ପରବର୍ତ୍ତୀ ଭାରତ ଲାଗି କ’ଣ ରହିଛି ପରିକଳ୍ପନା ।

ପ୍ରଧାନମନ୍ତ୍ରୀ ସୋସିଆଲ ସାଇଟ୍ ‘ଲିଙ୍କଡ ଇନ୍‌’ ସହ ଏକ ଆଲୋଚନାରେ ଦେଶର ନୂଆ ବିଜନେସ୍ ମଡେଲ ଓ ୱାର୍କ କଲଚର ନେଇ ଇଂରାଜୀର ଭାଉୱେଲ ( ସ୍ୱରବର୍ଣ୍ଣ) ଏ, ଇ,ଆଇ,ଓ,ୟୁକୁ ଖୁବ୍ ସୁନ୍ଦର ପରିଭାଷିତ କରିଛନ୍ତି। ଯାହାର ଶିର୍ଷକ ନିଜେ ପ୍ରଧାନମନ୍ତ୍ରୀ ‘ ଲାଇଫ ଇନ୍ ଦି ଏରା ଅଫ କୋଭିଡ-୧୯’ ରଖିବା ସହ ଦେଶର ଯୁବବର୍ଗ ହିଁ ପ୍ରାରମ୍ଭିକ  ୱାର୍କ କଲଚରର ଶୁଭାରମ୍ଭ କରିବେ ବୋଲି କହିଛନ୍ତି।

wp:html /wp:html

କରୋନା ସାରା ଦେଶକୁ ଠପ କରିଦେଇଛି। ହେଲେ ପ୍ରଫେସନାଲଙ୍କ ଜୀବନରେ ନୂଆ ପରିବର୍ତ୍ତନ ଆଣିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ମୋଦିଙ୍କ ଅନୁସାରେ ସଂକ୍ରମଣରୁ ବର୍ତ୍ତିବା ଲାଗି ଦେଶରେ ଦପ୍ତର ପରେ ଦପ୍ତର ବନ୍ଦ ହେଉଥିବା ବେଳେ ପ୍ରଫେସନାଲ  ଘରକୁ ଦପ୍ତର ଓ ଇଣ୍ଟରନେଟ୍‌କୁ ନୂଆ ମିଟିଂ ରୁମରେ ପରିବର୍ତ୍ତିତ କରିଛନ୍ତି। ଯାହା ଭାରତୀୟଙ୍କ ୱାର୍କ କଲଚରରେ ନୂଆ  ଉଦାହରଣ ସୃଷ୍ଟି କରିଛି।

ଏଣୁ କରୋନା ପରେ ଦେଶର ନୂଆ ୱାର୍କ କଲଚର ଓ ବିଜନେସ୍ ମଡେଲସ୍‌ କିପରି ହେବ ତାହା ଇଂରାଜୀ ସ୍ୱରବର୍ଣ୍ଣ ରେ ଖୁବ୍ ସୁନ୍ଦର ବର୍ଣ୍ଣନା କରିଛନ୍ତି। ଏଥିରେ ଇଂରାଜୀ ସ୍ୱରବର୍ଣ୍ଣ ‘ଏ’ କୁ ଆଡପ୍ଟେବଲିଟିକୁ ଅନୁକୂଳ କ୍ଷମତା ବୋଲି କହିଛନ୍ତି। ପରିବର୍ତ୍ତିତ ପରିସ୍ଥିତିରେ ଆମକୁ ଏପରି ବିଜନେସ୍ ଓ ଲାଇଫଷ୍ଟାଇଲ ମଡେଲକୁ ଆପଣେଇବାକୁ ହେବ ଯାହାକୁ ସହଜରେ ଆପଣେଇ ହେବ ବୋଲି କହିଛନ୍ତି। ଏପରି କରିବା ଦ୍ୱାରା ସଂକଟ ସମୟରେ ଆମର ବ୍ୟବସାୟ, କାର୍ଯ୍ୟାଳୟ ଓ ଫାର୍ମକୁ ବେଶ ଆରାମରେ ଚଳାଇ ପାରିବା ସହ ନିଜକୁ ଓ ନିଜ ପରିବାରକୁ ବି ସୁସ୍ଥ ରଖି ପାରିବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଡିଜିଟାଲ ପେମେଣ୍ଟ ଗ୍ରହଣ କରିବା ଏହାର ସବୁଠୁ ବଡ ଉଦାହରଣ ବୋଲି ସେ କହିଛନ୍ତି।

ସେହିପରି ଇଂରାଜୀ ଶବ୍ଦ ‘ଇ’କୁ ପ୍ରଧାନମନ୍ତ୍ରୀ ଇଫିସେନ୍ସି ଲାଗି ଉପଯୋଗ କରିଛନ୍ତି। ଏପର୍ଯ୍ୟନ୍ତ କିଏ କେତେ ଘଣ୍ଟା କାର୍ଯ୍ୟାଳୟରେ ବିତାଇ ପାରୁଥିଲା ତାକୁ ଦକ୍ଷତାର ମାପକାଠୀ ବିଚାର କରାଯାଉଥିଲା। ହେଲେ ଏବେ କରୋନା ପରବର୍ତ୍ତି ପରିସ୍ଥିତିରେ ଉତ୍ପାଦକତା ଭିତ୍ତିରେ ଦକ୍ଷତାର ମାନ ନିର୍ଣ୍ଣିତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଯାହା ଦେଶର ସମୃଦ୍ଧିର ମାପକାଠି ହେବ।  

ଇଂରାଜୀ ସ୍ୱରବର୍ଣ୍ଣ ‘ଆଇ’କୁ ପ୍ରଧାନମନ୍ତ୍ରୀ ଇନକ୍ଲୁସିଭିଟି ଅର୍ଥାତ ସମାହାର ଲାଗି ଉପଯୋଗ କରିଛନ୍ତି। ଏଥିରେ ଏବେ ଏପରି ବିଜନେସ୍ ମଡେଲ ବିକଶିତ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ଯାହା ଗରିବ, ବଞ୍ଚିତଙ୍କ ସମେତ ପାରିପାର୍ଶ୍ୱିକ ପରିବେଶରବି ସୁରକ୍ଷା କରିପାରିବ ବୋଲି କହିଛନ୍ତି।

ସେହିପରି ଶବ୍ଦ ‘ଓ’କୁ ଅପରଚ୍ୟୁନିଟି ବା ଅବସର ଲାଗି ପ୍ରଧାନମନ୍ତ୍ରୀ ଉପଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସଂକଟ ସହ ନୂଆ ଅବସର ବି ଆସିଥାଏ। ଏଣୁ ଏବେ ଆମକୁ ଦେଖିବାକୁ ହେବ କେଉଁ କ୍ଷେତ୍ରରୁ ଆମକୁ ନୂଆ ଅବସର ମିଳିବ। ଏବେ ସେହି କ୍ଷତ୍ର ପ୍ରତି ସମସ୍ତଙ୍କ ଧ୍ୟାନ କେନ୍ଦ୍ରିତ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀ  ଶବ୍ଦ ‘ୟୁ’କୁ ୟୁନିଭର୍ସାଲିଜିମ ଅର୍ଥାତ୍ ସର୍ବବ୍ୟାପକ ଭାବେ ବର୍ଣ୍ଣନା କରିଛନ୍ତି। କୋଭିଡ-୧୯ ଜାତି, ଧର୍ମ ଓ ବର୍ଣ୍ଣକୁ ଛାଡିନି। ଏଣୁ କରୋନା ପରବର୍ତ୍ତି ଦେଶରେ ଆମର ଆଚରଣ ଓ ଜବାବରେ ଭାଇଚାରା ରହିବ ଯାହାର କୌଣସିସୀମା ସରହଦ ରହିବ ନାହିଁ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.