ପ୍ରେଗ୍ନାନ୍ସୀ ନେଇ ପ୍ରଥମ ଥର ମୁହଁ ଖୋଲିଲେ ମଲାଇକା ଆରୋରା, କହିଲେ କ'ଣ ଜାଣନ୍ତୁ

Published By : Prameya-News7 Bureau | November 06, 2019 IST

ଅର୍ଜ୍ଜୁନ କପୁରଙ୍କ ସହ ସମ୍ପର୍କକୁ ନେଇ ଆଜିକାଲି ମଲାଇକା ଆରୋରା ଖୁବ୍ ଚର୍ଚ୍ଚାରେ। ନିକଟରେ ମଲାଇକା ଏକ ସାକ୍ଷାତକାରରେ ତାଙ୍କର ଡ୍ରିମ ୱେଡିଂ ସମ୍ପର୍କରେ   ସୂଚନା ବି ଦେଇଛନ୍ତି।   ନେହା ଧୂପିଆଙ୍କ ସୋ 'ନୋ ଫିଲ୍ଟର'ରେ ମଲାଇକା ତାଙ୍କ ପ୍ରେଗ୍ନେନ୍ସୀ ବେଳର ସ୍ମୃତିଚାରଣ କରିଥିଲେ। ସେ ପ୍ରେଗ୍ନାଣ୍ଟ ଥିବା ବେଳେ କିପରି କାମ କରୁଥିଲେ ଓ ପ୍ରେଗ୍ନାନ୍ସୀ ପରେ କିପରି ପୁଣି ସୁଟିଂ ସେଟ୍ କୁ ଫେରିଥିଲେ ସେ ନେଇ କାର୍ଯ୍ୟକ୍ରମରେ ସୂଚନା ଦେଇଥିଲେ।

{"id":180189}

ମଲାଇକା କହିଥିଲେ ମୁଁ ମୋ ପିଲା ଲାଗି ୪୦ ଦିନ କାମରୁ ଅଫ ନେଇଥିଲି। ଏହା କେବଳ ମା ଙ୍କ ଯୋଗୁ ହୋଇଥିଲା । କାରଣ ମା ଚାହୁଁଥିଲେ ମୋ ପିଲାର ସବୁ କାମ ମୁହିଁ କରେ ଓ ସେଇଆ ହିଁ ହେଲା। ଏହା ଛଡା କ୍ୟାରିୟର ସମ୍ପର୍କରେ ମଧ୍ୟ ବଖାଣିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ତାଙ୍କୁ ଇଣ୍ଡଷ୍ଟ୍ରିରେ ଡାର୍କ ସ୍କିନ କ୍ୟାଟାଗୋରୀରେ ଗଣା ଯାଉଥିଲା । ସେତେବେଳେ ଏଥିଲାଗି ପକ୍ଷପାତିତା ବି ଥିଲା। ଲୋକେ ଡାର୍କ ଓ ଫେୟାର ସ୍କିନରେ ଭେଦଭାବ କରୁଥିଲେ ବୋଲି ମଲାଇକା କହିଛନ୍ତି।

{"id":180190}

ମଲାଇକା ଆରୋରା ଜଣେ ଭିଡିଓ ଜକିରୁ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ସେ ଡାନ୍ସ ଭିଡିଓ ସାଙ୍ଗକୁ ଫିଲ୍ମରେ ବି ଦେଖିବାକୁ ମିଳିଥିଲେ। ତେବେ ମଲାଇକା କୌଣସି ସି ବିଚ୍ ରେ ତାଙ୍କ ବିବାହ ଆୟୋଜନ କରିବାକୁ ଆଗ୍ରହୀ ବୋଲି କହିଛନ୍ତି। ଏଥିଲାଗି ସାଜସଜ୍ଜା   ମଧ୍ୟ ସମ୍ପୂର୍ଣ୍ଣ ଶ୍ୱେତ ରଙ୍ଗରେ କରାଯିବ ବୋଲି କହିଛନ୍ତି। ବିବାହରେ ସେ ଏଲିସାବ ଗାଉନ ପିନ୍ଧିବାକୁ ଆଗ୍ରହୀ କହିଥିବା ବେଳେ ଏଥିରେ ବ୍ରାଇଡସ୍ ମେଟ  ତାଙ୍କ ଗାର୍ଲ ଗ୍ୟାଙ୍ଗ ହେବେ ବୋଲି କହିଛନ୍ତି।  ନେହାଙ୍କ ସହ କଥାବାର୍ତ୍ତାରେ ଅର୍ଜୁନଙ୍କ ସମ୍ପର୍କ ମଧ୍ୟ ଉଜାଗର କରିଥିଲେ ମଲାଇକା। ସୂଚନା ଯୋଗ୍ୟ ଯେ ଅର୍ଜୁନଙ୍କ ସହ ସମ୍ପର୍କ ନେଇ ମଲାଇକା ପ୍ରଥମେ ସୋସାଲ ମିଡିଆରେ ଉଜାଗର କରିଥିଲେ। ତାଙ୍କ ସହ ରୋମାଣ୍ଟିକ ପୋଜରେ ଫଟୋ ଉଠାଇ ଭଲ କ୍ୟାପସନଟିଏ ବି ଲେଖିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.