Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

TMC କର୍ମୀଙ୍କଠୁ ହାରିଥିଲେ ଏବେ ସୁପ୍ରିମୋଙ୍କୁ ଦେବେ ଟକ୍କର: ମମତା ବନାମ ପ୍ରିୟଙ୍କା ଟିବରିୱାଲ,ଜାଣନ୍ତୁ ସମୀକ୍ଷକ କହୁଛନ୍ତି କ’ଣ ?

10/09/2021 at 7:14 PM

କୋଲକାତା ୧୦।୯:  ଭବାନୀପୁର ଉପ ନିର୍ବାଚନ ଲାଗି ତୃଣମୂଳ ନେତ୍ରୀ ମମତା ବାନାର୍ଜୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେପଟେ ପ୍ରତିଦ୍ୱନ୍ଦ୍ୱୀ ବିଜେପି ଶୁକ୍ରବାର ୩୦ ସେପ୍ଟେମ୍ବର ନିର୍ବାଚନ ଲାଗି ଦଳର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ତୃଣମୂଳ ଅନୁକରଣରେ ବିଜେପି ମମତାଙ୍କ ବିପକ୍ଷରେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଛି। ଭବାନୀପୁରରେ ବିଜେପି ପକ୍ଷରୁ ପ୍ରିୟଙ୍କା ଟିବରିୱାଲ ମମତାଙ୍କୁ ମୁକାବିଲା କରିବେ ।

ଉଲ୍ଲେଖଯୋଗ୍ୟଯେ ପ୍ରିୟଙ୍କା ଟିବରିୱାଲ ୨୦୧୪ ମସିହାରେ ବିଜେପିରେ ଯୋଗଦେଇଥିଲେ।  ଏହା ପୂର୍ବରୁ ସେ ବାବୁଲ ସୁପ୍ରିଓଙ୍କ ଆଇନ ପରାମର୍ଶଦାତ୍ରୀ ଥିଲେ। ବାବୁଲ ହିଁ ତାଙ୍କୁ ବିଜେପିରେ ପ୍ରତ୍ୟକ୍ଷ ରାଜନୀତିକୁ ଆଣିଥିଲେ। ତାଙ୍କ ସୁପାରିଶରେ ୨୦୧୫ କୋଲକାତା ପାଳିକା ନିର୍ବାଚନରେ ପ୍ରାର୍ଥୀ ମଧ୍ୟ ହୋଇଥିଲେ। ତେବେ ୱାର୍ଡନମ୍ବର ୫୮ରେ ସେ ତୃଣମୂଳ ପ୍ରାର୍ଥୀଙ୍କ ସହ ପ୍ରତିଦ୍ୱନ୍ଦ୍ୱୀତା କରି ହାରି ଯାଇଥିଲେ।

୭ ଜୁଲାଇ ୧୯୮୧ରେ ଜନ୍ମିତା ପ୍ରିୟଙ୍କା ଟିବରିୱାଲଙ୍କ ସ୍କୁଲ ଶିକ୍ଷା କୋଲକାତାର ଗଲସ୍ମିଥ ସ୍କୁଲରେ ହୋଇଥିଲା। ପରେ ଦିଲ୍ଲୀରୁ ସ୍ନାତକ ଶିକ୍ଷା ଶେଷ କରିବା ପରେ ହଜାରା ଆଇନ ମହାବିଦ୍ୟାଳୟରେ ଆଇନ ଶିକ୍ଷା କରିଥିଲେ। ସେ ଥାଇଲ୍ୟାଣ୍ଡର ଏକ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ମାନବସମ୍ବଳରେ ଏମବିଏ ଡିଗ୍ରି ମଧ୍ୟ ହାସଲ କରିଛନ୍ତି। ଗତ ୨୦୨୦ ମସିହାରେ ସେ ପଶ୍ଚିମବଙ୍ଗଭାରତୀୟ ଜନତା ଯୁବମୋର୍ଚ୍ଚା (ବିଜେୱାଇଏମ)ରେ ଉପାଧ୍ୟକ୍ଷା ଥିଲେ।

ଚଳିତବର୍ଷ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ତାଙ୍କୁ ପ୍ରାର୍ଥୀ କରିଥିଲା।  ସେ ବିଜେପି ଟିକେଟରେ ଏଣ୍ଟଲୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱୀତା କରି ନିକଟତମ ତୃଣମୂଳ ପ୍ରାର୍ଥୀଙ୍କ ଠାରୁ ୫୮ ହଜାରରୁ ବି ଅଧିକ ଭୋଟରେ ପରାସ୍ତ ହୋଇଥିଲେ। ସେ ଏବେ ବିଜେପିର ଜାତୀୟ ମୁଖପାତ୍ର ଥିବା ବେଳେ ପାର୍ଟି ପୁଣି ଥରେ ତାଙ୍କୁ ମମତାଙ୍କ ବିରୋଧରେ ଭବାନୀପୁରରୁ ପ୍ରାର୍ଥୀ କରିଛି।

ତେବେ ମମତା ଜଣେ ଅପରାଜେୟ ନେତ୍ରୀ। ଏହା ବିଜେପି ଗତ ବିଧାନସଭା ନିର୍ବାଚନରେ ଅଙ୍ଗେ ଅଙ୍ଗେ ଅନୁଭବ ମଧ୍ୟ କରିଛି। ଏଥିରେ ଏପରି ଜଣେ ନେତ୍ରୀଙ୍କୁ କିପରି ପ୍ରାର୍ଥୀ କଲା ତାହା ହିଁ ଏବେ ଆଲୋଚନାର ବିଷୟ ପାଲଟିଛି। ହୁଏତ ଏଠାରେ ମମତାଙ୍କ ବିରୋଧରେ ବିଜେପିର କେହି ପ୍ରାର୍ଥୀ ନାହାନ୍ତି ନଚେତ ନିର୍ବାଚନରେ କେବଳ ଦଳର ଉପସ୍ଥିତ ଜାହିର ଲାଗି ଏଠାରେ ଏପରି ପ୍ରାର୍ଥୀ କରିଥାଇପାରେ ବୋଲି ରାଜନୈତିକ ବିଶ୍ଲେଷକ କୁହନ୍ତି।  

   Related Posts