Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଲାଲୁ ପରିବାର ମୋ କଥା ମାନିଥିଲେ ହୁଏତ ଆଜି ବିହାରରେ ତେଜସ୍ୱୀ ଥାନ୍ତେ ମୁଖ୍ୟମନ୍ତ୍ରୀ : ଓବେସୀ

4/12/2021 at 3:07 PM

ପାଟନା ୪।୧୨:  ଗତ ବିହାର ବିଧାନସଭା ନିର୍ବାଚନ ନେଇ ଅଲ ଇଣ୍ଡିଆ ମଜଲିସ୍-ଏ-ଏତୋହାଦୁଲ ମୁସ୍ଲିମିନ୍‌ (ଏଆଇଏମଆଇଏମ) ନେତା ଅସଦୁଦ୍ଦିନ ଓବେସୀ ନୂଆ ତଥ୍ୟ ଉଜାଗର କରିଛନ୍ତି। ଏକ ଗଣମାଧ୍ୟମ ଆଲୋଚନାରେ ଓବେସୀ ଏହି ରହସ୍ୟ ଖୋଲିଥିବା ବେଳେ ହୁଏତ ଆଜି ଆରଜେଡି ନେତା ତେଜସ୍ୱୀ ଯାଦବ ବିରୋଧୀ ଦଳ ନେତା ନୁହେଁ ବିହାରର ମୁଖ୍ୟମନ୍ତ୍ରୀ ଥାନ୍ତେ ବୋଲି କହିଛନ୍ତି।

ବିଧାନସଭା ନିର୍ବାଚନ ପୂର୍ବରୁ ଲାଲୁଙ୍କ ପରିବାର ଯଦି ତାଙ୍କ କଥା ଶୁଣିଥାନ୍ତେ ତେବେ ଆଜି ରାଜ୍ୟର ରାଜନୈତିକ ବାସ୍ତବତା କିଛି ଭିନ୍ନ ଥାନ୍ତା ବୋଲି ସେ କହିଛନ୍ତି। ଏଥିଲାଗି ସେ ନିଜ ଆଡୁ ଯଥେଷ୍ଟ ଉଦ୍ୟମ କରିଥିଲେ। ହେଲେ ଆରଜେଡି ମୁଖିଆଙ୍କ ପରିବାର ତାଙ୍କୁ ଧରାଛୁଆଁ ଦେଇ ନଥିଲେ। ଅନ୍ୟପକ୍ଷରେ ଆରଜେଡି ଯେଉଁମାନଙ୍କ ସହ ରାଜ୍ୟରେ ମେଣ୍ଟ କରିଥିଲା ସେମାନେ ଆଶାନୁରୂପ ପ୍ରଦର୍ଶନ କରି ନପାରିବାରୁ ଆରଜେଡିକୁ ବିରୋଧୀ ଦଳରେ ବସିବାକୁ ପଡିଲା ବୋଲି ଓବେସୀ କହିଛନ୍ତି।

ବିହାରରେ ଆରଜେଡି ପଟରୁ କୌଣସି ସଂକେତ ନ ମିଳିବାରୁ ଶେଷରେ ଏଆଇଏମଆଇଏମ  ଏକାକୀ ବିହାରରେ ଭାଗ୍ୟ ପରୀକ୍ଷା କରିବାକୁ ବାଧ୍ୟ ହୋଇଥିଲା ବୋଲି ଓବେସୀ କହିଛନ୍ତି। ଏଥିରୁ ଯାହା ବି ଫଳାଫଳ ମିଳିଲା ତାହା ସନ୍ତୋଷଜନକ ଥିଲା ବୋଲି କହିଛନ୍ତି। ରାଜ୍ୟରେ ନୂଆ କରି ଦଳ ପ୍ରାର୍ଥୀ ଦେଇଥିବା ବେଳେ ୫ଟି ଆସନ ହାସଲ କରିବା ବାସ୍ତବିକ ଏଆଇଏମଆଇଏମ ଲାଗି ଏକ ଉଲ୍ଲେଖନୀୟ ସଫଳତା ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ନଭେମ୍ବର ୨୦୨୦ରେ ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ କଂଗ୍ରେସ, ସିପିଆଇଏମ, ସିପିଆଇ ଓ ସିପିଆଇ-ଏମଏଲ ସହ  ଆରଜେଡି ମହାମେଣ୍ଟ କରିଥିଲା। ନିର୍ବାଚନରେ ଆରଜେଡିକୁ ଆଶାତୀତ ସଫଳତାବି ମିଳିଥିଲା  ଲାଲୁଙ୍କ ଦୁଇ ପୁଅ ନିର୍ବାଚନ ପରିଚାଳନା କରିଥିବା ବେଳେ ଦଳକୁ ଏକାକୀ ୭୩ଟି ଆସନ ମିଳିଥିଲା।  ରାଜ୍ୟରେ ବିଜେପି ଓ ଜେଡିୟୁଙ୍କୁ ପୃଥକ ପୃଥକ ମିଳିଥିବା ଆସନରୁ ଏହା ଯଥେଷ୍ଟ ଅଧିକ ଥିଲେ ହେଁ ମେଣ୍ଟ ସହଯୋଗୀ ଆଶାନୁରୂପ ପ୍ରଦର୍ଶନ କରିପାରିନଥିବାରୁ ଆରଜେଡି ବିଧାନସଭାରେ ବିରୋଧୀ ଦଳର ଭୂମିକା ନିର୍ବାହ କରୁଛି।

   Related Posts