ଅଣ୍ଡା ଆମିଷ ନା ନିରାମିଷ ? ବୈଜ୍ଞାନିକଙ୍କ ମତ କ’ଣ ଜାଣନ୍ତୁ

Published By : Prameya-News7 Bureau | February 07, 2019 IST

ଅଣ୍ଡା ଆମିଷ ନା ନିରାମିଷ ଏନେଇ ବହୁ ତର୍କ ବିତର୍କ ଚାଲିଥିବା ବେଳେ ବୈଜ୍ଞାନିକମାନେ ନିଜର ମତ ରଖିଛନ୍ତି । କିଛି ଲୋକ ବୈଜ୍ଞାନିକଙ୍କ ମତକୁ  ଅସ୍ବୀକାର କଲେ ମଧ୍ୟ ଏହା ବିଜ୍ଞାନ ସମ୍ମତ ବୋଲି କୁହାଯାଉଛି  । ଏମିତିରେ ତ ଆମେ ଅଣ୍ଡାକୁ ମୁଖ୍ୟତଃ ଆମିଷ ଭୋଜନ କହିଥାଉ । ମାତ୍ର କିଛି ତଥ୍ୟ ଏପରି ରହିଛି ଯାହା ଅଣ୍ଡା ଆମିଷ କି ନିରାମିଷ ତାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି କରୁଛି ।

{"id":82751,"width":578,"height":434}

ଯେଉଁ ଲୋକ ମାଂସ ଖାଇଥାନ୍ତି ସେମାନଙ୍କୁ ହିଁ ମାଂସାହାରୀ କୁହାଯାଇଥାଏ । ମାତ୍ର ଅଣ୍ଡା ଖାଉଥିବା ଲୋକଙ୍କୁ ସଂପୂର୍ଣ୍ଣ ଭାବେ ମାଂସାହାରୀ କହିବା ନେଇ କିଛି ବଳିଷ୍ଠ ଯୁକ୍ତି ନାହିଁ । କାରଣ ଆମେ ଅଣ୍ଡା ଖାଇବା ବେଳେ ସେଥିରେ ମାଂସ ନଥାଏ । ଏହା ଆମେ ସମସ୍ତେ ଜାଣିଛୁ ଯେ ଅଣ୍ଡା ପକ୍ଷୀଙ୍କଠୁ ହିଁ ମିଳିଥାଏ । ମାତ୍ର ପକ୍ଷୀକୁ ମାରି ଅଣ୍ଡା ସଂଗ୍ରହ କରାଯାଇନଥାଏ । ତେଣୁ ଅଣ୍ଡାକୁ ମାଂସହାରୀ ଭୋଜନ କହିବା ଠିକ୍ ହେବ ନାହିଁ ।

{"id":82752,"width":580,"height":407}

ସାଧାରଣତଃ ଅଣ୍ଡାରେ ୩ଟି ଭାଗ ରହିଥାଏ । ଖୋଳପା, ଧଳା ଅଂଶ ଏବଂ କେଶର  । ଅଣ୍ଡାର ଧଳାଅଂଶରୁ ଆମକୁ ପ୍ରୋଟିନ୍ ମିଳିଥାଏ । ମାତ୍ର ଏଥିରେ ମାଂସ ନଥାଏ । ଏଥିପାଇଁ ଅଣ୍ଡାର ଧଳା ଅଂଶ ନିରାମିଷ ହୋଇଥାଏ । ସେହିପରି ଅଣ୍ଡାର କେଶରରେ ଜନନକୋଷ ରହିଥାଏ । ଫଳରେ ଏହି ଅଂଶ ଯୋଗୁଁ ଅଣ୍ଡାକୁ ଆମିଷ ବୋଲି ମଧ୍ୟ କହିପାରିବା । ବୈଜ୍ଞାନିକଙ୍କ ଅନୁସାରେ ଯେଉଁ ଅଣ୍ଡା ଆମେ ଖାଇଥାଉ ତାହା ନିରାମିଷ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.