Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ବିଚିତ୍ର ଥିଲା ଉତ୍ତରକୋରିଆ ସର୍ବୋଚ୍ଚ ଶାସକ କିମ୍ ଜୋଙ୍ଗ-ଉନ୍‌ଙ୍କ ପିଲାଦିନ, ଦେଶରେ ଲୋକେ ଭାବୁଥିଲେ ସେ ଅବତାରୀ ପୁରୁଷ

26/04/2020 at 3:04 PM

ଉତ୍ତରକୋରିଆ ସର୍ବୋଚ୍ଚ ଶାସକ କିମ୍‌ ଜୋଙ୍ଗ-ଉନ୍‌ଙ୍କୁ ନେଇ ଏବେ ବି ଟଳିନି ଅନିଶ୍ଚିତତା। ଗତ ଏପ୍ରିଲ ୧୫ ତାରିଖରେ ଉତ୍ତର କୋରିଆ ସଂସ୍ଥାପକ କିମ୍ ଇଲ୍-ସଙ୍ଗଙ୍କ ଜୟନ୍ତୀ ପାଳିତ ହୋଇଥିଲା। ସବୁବର୍ଷ ଭଳି ଚଳିତବର୍ଷ ମଧ୍ୟ ଜାତୀୟ ଦିବସକୁ ଉତ୍ତରକୋରିଆ ଧୁମଧାମରେ ପାଳନ କରିଛି। ହେଲେ ଏଥର କାର୍ଯ୍ୟକ୍ରମରେ କିମ୍‌ ଜୋଙ୍ଗଙ୍କୁ ଦେଖାଯାଇନଥିବାରୁ ତାଙ୍କୁ ନେଇ ଏବେ ନାନା କଳ୍ପନା ଜଳ୍ପନା ଜାରି ରହିଛି। ସେ ହୁଏତ  ଗୁରୁତର ଅସୁସ୍ଥ ଅଥବା ମୃତ ବୋଲି ବିଶ୍ୱ ଗଣମାଧ୍ୟମରେ ଆକଳନ କରାଯାଉଛି। ହେଲେ ଦୀର୍ଘବର୍ଷରୁ ଏକଘରକିଆ ରହିଥିବା ଏହି ଦେଶରୁ ରାଷ୍ଟ୍ରମୁଖ୍ୟଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରୁନାହିଁ।

ଏକଅନ୍ତର୍ଜାତୀୟ ସମ୍ବାଦ ସରବରାହ ସଂସ୍ଥାଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ମିତ୍ର ରାଷ୍ଟ୍ର ଚୀନରୁ ଏକପ୍ରତିନିଧି ଦଳ ଗତ ଗୁରୁବାର ଉତ୍ତରକୋରିଆ ଯାଇଥିବା ସୂଚନା ମିଳିଥିଲା। ଯେଉଁଥିରେ ଡାକ୍ତରଙ୍କ ଟିମ ବି ଥିବାର ଅନୁମାନ କରାଯାଉଥିଲେ ହେଁ ସେମାନଙ୍କ ଗସ୍ତର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏଥିରେ ହଙ୍ଗକଙ୍ଗ ଟିଭି ନେଟ୍‌ୱାର୍କ ଏଚକେଏସ୍ ଟିଭି ସମର୍ଥିତ ସୂତ୍ରରୁ କିମ୍‌ ଜୋଙ୍ଗଙ୍କ ମୃତ୍ୟୁ ହୋଇଥିବା ଦାବି କରୁଛି। ତେବେ ଯାହାହେଉନା କାହିଁକି ଏଥିରେ କିମ୍ ଜୋଙ୍ଗଙ୍କ ଜୀବନୀ ଉପରେ ୱାସିଂଟନ ପୋଷ୍ଟର ସାମ୍ବାଦିକ ଆନ୍ନା ଫିଫିଲ୍ଡ ଲେଖିଥିବା ପୁସ୍ତକ ‘ ଦି ଗ୍ରେଟ୍ ସକ୍‌ସେସର’ ଏବେ ବେଶ୍ ଚର୍ଚ୍ଚାରେ ରହିଛି।

ଫିଫିଲ୍ଡ ଜାବନୀ ପୁସ୍ତକରେ କିମ୍‌ ଜୋଙ୍ଗଙ୍କୁ ତାଙ୍କ ପରିବାର ଜଣେ ଅବତାରୀ ପୁରୁଷ ଭାବେ ପିଲାଟି ଦିନରୁ ଲାଳନ ପାଳନ କରିଥିବାର ବର୍ଣ୍ଣନା କରିଛନ୍ତି। ଯେପରି ଶାସନ ଗାଦିରେ ସେ ସ୍ଥିର ରହିପାରିବେ ତାହା ନିଶ୍ଚିତ କରିବା ଲାଗି ତାଙ୍କର ପ୍ରତ୍ୟେକ ପଦକ୍ଷେପର ଆକଳନ କରାଯାଉଥିଲା। ସାରା ଦେଶ ଯେତେବେଳେ ହା ଅନ୍ନ ଚିତ୍କାର କରୁଥିଲା ସେତେବେଳେ ବି ଶାସକ ପରିବାର କିମ ଜୋଙ୍ଗଙ୍କ ବିଳାଶ ବ୍ୟସନରେ ସାମାନ୍ୟତମ ଅବହେଳା କରିନଥିଲେ। ତାଙ୍କୁ ବାହାର ଦୁନିଆ ସହ କେବେ ପରିଚିତ କରାଯାଇ ନଥିବା ବେଳେ ଘର ଅଗଣାରେ ତାଙ୍କ ଲାଗି ଥିମ୍‌ ପାର୍କ ତିଆରି କରିଦିଆଯାଇଥିଲା। ଫଳରେ କିମ୍‌ ଉତ୍ତର କୋରିଆ ଶାସନ ମୁଖ୍ୟ ଥିବା ବେଳେ ଦେଶର ଭୟଙ୍କର ମରୁଡି ପରିସ୍ଥିତିର ବି ଆଭାସ ପାଇପାରିନଥିଲେ।

ଫିଫିଲ୍ଡଙ୍କ ଅନୁସାରେ କିମ୍‌ ଜୋଙ୍ଗ ପିଲାବେଳେ ତାଙ୍କ ମା କୋ ୟଙ୍ଗ ହୁଇଙ୍କ ଅତ୍ୟନ୍ତ ନିକଟତର ଥିଲେ। ମା ହିଁ ତାଙ୍କୁ ପ୍ରାରମ୍ଭିକ ଶିକ୍ଷାଦାନ କରିଥିଲେ।  ତାଙ୍କୁ ଭବିଷ୍ୟତର ଶାସକ ଭାବେ ଗଢିତୋଳିବାକୁ ପ୍ରଯତ୍ନ କରିଥିଲେ। କିମ୍ ଖୁବ୍ ସୁନ୍ଦର ବ୍ୟଙ୍ଗଚିତ୍ର ଆଙ୍କି ପାରନ୍ତି। ଦିନେ ଅଚାନକ କିମ୍‌ଙ୍କ ହାତ ତିଆରି ଛବି ଦେଶର ଜାତୀୟ ଟେଲିଭିଜନରେ ପ୍ରସାରିତ ହେବା ଦେଶବାସୀଙ୍କ ମନରେ କିମ୍‌ ଜୋଙ୍ଗ ହିରୋ ହୋଇ ଯାଇଥିଲେ। ୧୯୯୦ ମସିହାରେ କିମ୍‌ଙ୍କ ପରିଚୟ ଗୋପନ ରଖି ତାଙ୍କୁ ସ୍ୱିଜରଲ୍ୟାଣ୍ଡର ସ୍କୁଲ ଅଫ ବର୍ଣ୍ଣରେ ରହି ପାଠପଢିବାକୁ ପଠାଯାଇଥିଲା। ପରିବାର ଆଶା କରୁଥିଲେ ପାଶ୍ଚାତ୍ୟ ସଂସ୍ପର୍ଶରେ ସେ ବଦଳିଯିବେ ଓ ଦେଶପାଇଁ ଜଣେ ଉତ୍ତମ ଶାସକ ହୋଇପାରିବେ। ହେଲେ ସ୍ୱିଜରଲ୍ୟାଣ୍ଡ ସ୍କୁଲ ତାଙ୍କୁ ଜଣେ ପ୍ରବାସୀ ଛାତ୍ର ଭାବେ ବ୍ୟବହାର କରିବା ସହ ଦୈନନ୍ଦିନ ପାଠ୍ୟକ୍ରମ ସହ ଜଡିତ ରଖିଥିଲେ।

ଏଭଳି ପରିସ୍ଥିତିରେ ଏକୁଟିଆ ବଢିଥିବା ଏକ ପିଲା ନିଶ୍ଚିତ ଭାବେ ସହପାଠୀଙ୍କ ପ୍ରତି ଅସହିଷ୍ଣୁତା ପ୍ରଦର୍ଶନ କରିବା ସ୍ୱଭାବିକ କଥା। ହେଲେ କିମ୍‌ ଜୋଙ୍ଗଙ୍କ ଠାରେ ସେପରି କିଛି ଲକ୍ଷଣ ନଥିଲା। ସେ ସ୍କୁଲରେ ପାଠ ପଢିବା ସହ ସାଙ୍ଗ ସାଥୀ ହେବା ଓ ବାସ୍କେଟ୍ ବଲ ଖେଳିବାକୁ ବେଶ୍ ଆଗ୍ରହୀ ହେଉଥିଲେ। ତାଙ୍କ ଠାରେ କୌଣସି ପ୍ରକାର ମାନସିକ ବିଭ୍ରାନ୍ତି କେବେବି ଦେଖାଯାଇନଥିବା ଫିଫିଲ୍ଡ ତାଙ୍କ ପୁସ୍ତକରେ ଲେଖିଛନ୍ତି । କିମ୍‌ ସ୍ୱିଜରଲ୍ୟାଣ୍ଡରେ ପଢୁଥିବା ବେଳେ ତାଙ୍କ ମାଁମୁ ଓ ମାଉସୀ ତାଙ୍କର ଅଭିଭାବକ ଥିଲେ। ୨୦୧୧ ମସିହାରେ ତାଙ୍କ ପିତାଙ୍କ ଅନ୍ତେ ଦେଶର ଶାସନଭାର କିମ୍‌ ଜୋଙ୍ଗଙ୍କ ଉପରେ ପଡିଥିଲା। ଲୋକେ ଭାବୁଥିଲେ ଉତ୍ତରକୋରିଆ ଆଉ ବେଶି ସମୟ ତିଷ୍ଠି ପାରିବନି। ହେଲେ ତାଙ୍କ ଶାସନ କାଳରେ ୨୦୧୭ ମସିହାରେ ଉତ୍ତରକୋରିଆ ପ୍ରଥମ ହାଇଡ୍ରୋଜନ ବୋମା ପରୀକ୍ଷଣ କରିବାରେ ସଫଳ ହୋଇଥିଲା। ଫଳରେ ଅନ୍ତରିପ  ସମେତ ବିଶ୍ୱକୁ ନିଜ ଅବସ୍ଥିତିର ସୂଚନା ଦେଇପାରିଥିଲା।

ଅନ୍ତର୍ଜାତୀୟ କଟକଣା ଯୋଗୁ ଏକଘରକିଆ ହୋଇପଡିଥିବା ଉତ୍ତରକୋରିଆ ସହ ପଡୋଶୀ ଦକ୍ଷିଣ କୋରିଆ  କଥାବାର୍ତ୍ତା ଲାଗି ଆଗ୍ରହୀ ହେବା ସହ ଉପୁଜିଥିବା ପରିସ୍ଥିତିରେ ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ମଧ୍ୟସ୍ଥତା ମଧ୍ୟ କରିଥିଲା। ଫଳରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କିମ୍‌ ଜୋଙ୍ଗ ଦୁଇ ଦୁଇଥର ଆଲୋଚନା କରିଥିବା ବେଳେ ଉତ୍ତର କୋରିଆ ପର ରାଷ୍ଟ୍ର ସମ୍ପର୍କ ଉନ୍ମୁକ୍ତ ହେବାରେ ଲାଗିଥିଲା। ଏଥିରେ ପାରମ୍ପରିକ ମିତ୍ର ରଷ୍ଟ୍ର ଚୀନ, ଋଷ ଓ ସିରିଆ ଆଦି ସହ ସମ୍ପର୍କ ନୂଆ ରୂପଦେବାକୁ ଉଦ୍ୟମ କରୁଥିଲା ବୋଲି ଫିଫିଲ୍ଡ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି।  

   Related Posts