Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ଆଇଏସ୍ଆଇଏସ୍ ନେତା ବଗଦାଦୀର ଲାସକୁ କ’ଣ କଲା ଆମେରିକା ଜାଣନ୍ତୁ

29/10/2019 at 5:24 PM

ସିରିଆରେ ଗତ ଶନିବାର ଆମେରିକା ସ୍ପେଶାଲ ଫୋର୍ସ ଇସ୍ଲାମିକ୍ ଷ୍ଟେଟ (ଆଇଏସ୍ଆଇଏସ୍) ନେତା ଅବୁ ବକ୍କର ଅଲ-ବଗଦାଦୀକୁ ଏକ ଟନେଲରେ ହତ୍ୟା କରି ସବୁଦିନ ଲାଗି ବିଶ୍ୱରୁ ଆଇଏସର ଆତଙ୍କ ସମାପ୍ତ କରିଦେଇଛି। ତେବେ ଆମେରିକୀୟ ଫୋର୍ସ ବଗଦାଦୀକୁ ହତ୍ୟା କରିବା ପରେ ତାର ଶବକୁ କ’ଣ କଲେ ସେ ନେଇ ସାରା ପୃଥିବୀରେ ଏବେ କଳ୍ପଜଳ୍ପନା ଲାଗି ରହିଛି। ତେବେ ବଗଦାଦୀର ଶବକୁ ସମୁଦ୍ରରେ ପୋତି ଦେଇଥିବା ଆମେରିକା କହିଛି।

ପୂର୍ଣ୍ଣ ଇସ୍ଲାମିକ ରିତିରିବାଜରେ ଶବର ଅନ୍ତ୍ୟେଷ୍ଟି କରାଯାଇଥିବା ଆମେରିକା ଜଏଣ୍ଟ ଚିଫ ଅଫ ଷ୍ଟାଫ ଜେନେରାଲ ମାର୍କ ମିଲ କହିଛନ୍ତି। ବଗଦାଦୀର ଅନ୍ତ୍ୟେଷ୍ଟି ଆମେରିକା ଅଭିଯାନ କାର୍ଯ୍ୟାନୁଷ୍ଠାନ ମାନକ ଓ ସଶସ୍ତ୍ର ସଂଘର୍ଷ ଆଇନ ଅନୁସାରେ କରାଯାଇଥିବା ସେ କହିଛନ୍ତି। ମୃତକ ବଗଦାଦୀ ବୋଲି ଚିହ୍ନଟ କରିବା ନିମନ୍ତେ ପ୍ରଥମେ ଶବକୁ ଫରେନସିକ୍ ଡିଏନଏ ପରୀକ୍ଷଣ ଲାଗି ପଠାଯାଇଥିଲା। ସେଠାରୁ ଶବ ଫେରିବା ପରେ ତାର ସମୁଦ୍ରରେ ସତ୍କାର ହୋଇଥିଲା।  

ଏହା ପୂର୍ବରୁ ଅଲ-କାଏଦା ନେତା ଓସାମା ବିନ ଲାଡେନର ଆମେରିକା ଏପରି ସତ୍କାର କରିଥିବା ଦାବି କରିଥିଲା। ୨୦୧୧ ମସିହାରେ ପାକିସ୍ତାନର ଏବୋଟାବାଦରେ ଆମେରିକା ନେଭି ସିଲ କମାଣ୍ଡୋମାନେ ଲାଡେନର ଏନକାଉଣ୍ଟର କରିଥିଲେ। ବଗଦାଦୀ ଆତ୍ମଗୋପାନ କରିଥିବା ସ୍ଥାନରୁ ଆଇଏସ୍ଆଇଏସ୍ ସମ୍ପର୍କିତ ତଥା ସଙ୍ଗଠନର ଭବିଷ୍ୟତ କାର୍ଯ୍ୟପନ୍ଥାସମ୍ପର୍କିତ ଅନେକ ଦସ୍ତାବେଜ ଜବତ ହୋଇଥିବା ଜେନେରାଲ ମିଲ କହିଛନ୍ତି।

   Related Posts