Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଟ୍ରାଫିକ୍ ଫାଇନ ସମ୍ପର୍କରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀଙ୍କ ବଡବୟାନ, ଜାଣନ୍ତୁ କ’ଣ କହିଲେ ଗଡକରୀ

5/09/2019 at 4:49 PM

ନୂଆଦିଲ୍ଲୀ :  ଦେଶରେ ନୂଆ ମୋଟର ଭେଇକିଲ ଆକ୍ଟ ଲାଗୁ ହେବା ପରେ ଲୋକେ ବେହୁସିଆର ବାହନ ଚାଳନା କରି ପୋଲିସ ହାତରେ ଧରାପଡୁଛନ୍ତି। ପୋଲିସ ମୋଟା ରକମର ଚାଲାଣ ଧରାଇବା ଏବେ ସୋସାଲ ମିଡିଆରେ ଖୁବ୍  ଚର୍ଚ୍ଚା ହେଉଛି। ଏଥିରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଦେଇଥିବା ବୟାନ ଏବେ ଚର୍ଚ୍ଚାକୁ ଖୋରାକ  ଯୋଗାଇଛି। ଗଡକରି କହିଛନ୍ତି ଯେ କାନୁନକୁ ସମ୍ମାନ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ତେବେ ଆଇନ ଲାଗି ଲୋକଙ୍କ ମନରେ ଭୟବି ରହିବା ଦରକାର।

୧ ସେପ୍ଟେମ୍ବରରୁ ସାରା ଦେଶରେ ଲାଗୁ ହୋଇଥିବା ନୂଆ ଆଇନ ଯୋଗୁ ଲୋକଙ୍କୁ ବାହନ ଚାଳନା କରିବା ବେଳେ ସାଧାରଣ ଭୁଲ ଲାଗି ମୋଟା ଅଙ୍କର ଫାଇନ ଦେବାକୁ ପଡୁଛି। ତେବେ ଗଡକରି ପ୍ରଶ୍ନ କରିଛନ୍ତି  ଆମେ ଯଦି ଟ୍ରାଫିକ ନିୟମ ନମାନି ଦୁର୍ଘଟଣା କରି ବସିବା ଏଥି ଲାଗି କିଏ ଦାୟି ହେବ? ତେବେ ଜରିମାନା ରାଶି ପରିମାଣ ଅଚାନକ ବୃଦ୍ଧି ପାଇଁ ସରକାର ବି ଆଗ୍ରହୀ ନଥିଲେ। ହେଲେ ଏହା ଦ୍ୱାରା ଦେଶରେ ଏଭଳି ଏକ ସମୟ ଆସିବ ଯେତେବେଳେ କୌଣସି ବାହନ ଚାଳକଙ୍କୁ ଆଉ ଜରିମାନା ହିଁ ଦେବାକୁ ପଡିବ ନାହିଁ ବୋଲି କହିଛନ୍ତି ଗଡକରି। ଲୋକେ ଆଇନ ଲାଗି ଏତେ ସତର୍କ ହୋଇଯିବେ ଯେ ବାହନ ଚାଳନା କରିବା ବେଳେ ସେମାନଙ୍କ ଦ୍ୱାରା ହେଉଥିବା ଛୋଟମୋଟ ଭୁଲ ବି ଆଉ ହେବନି। ଦେଶର ସମସ୍ତ ରାଜମାର୍ଗ ବାହନ ଚାଳନା ଲାଗି ନିରାପଦ ହେବ।  

ଉଲ୍ଲେଖ ଯୋଗ୍ୟଯେ କେନ୍ଦ୍ର ସରକାରଙ୍କ ନୂଆନ ମୋଟର ଭେଇକଲ ଆକ୍ଟ କାର୍ଯ୍ୟକାରୀ ହେବା ପରେ ଏହାକୁ ସାରା ଦେଶରେ ବିରୋଧ କରାଗଲାଣି। ବିଭିନ୍ନ ଟ୍ରାନ୍ସପୋର୍ଟ ୟୁନିୟନ, ଟ୍ୟାକ୍ସି ୟୁନିୟନ ସମେତ ଅନ୍ୟ ସଙ୍ଗଠନମାନେ ଆଇନର କଟକଣାକୁ ବିରୋଧ କରିବା ସହ ସେପ୍ଟେମ୍ବର ୯ ତାରିଖ ଦିନ ରାଜଧାନୀ ଦିଲ୍ଲୀରେ ଚକ୍କାଜାମ ଡାକରା ଦେଇଛନ୍ତି। ତେବେ ସରକାର ଲାଗୁକରିଥିବା ନୂଆ ଆଇନକୁ ନେଇ ଆଉ ପଛକୁ ହଟି ନ ପାରନ୍ତି।

କେନ୍ଦ୍ର ସରକାରଙ୍କ ସଂଶୋଧିତ ମୋଟର ବାହାନ ଅଧିନିୟମରେ ଜରିମାନା ରାଶି ୧୦ ଗୁଣରୁ ବି ଅଧିକ ହୋଇଯାଇଛି। ଏଥି ଯୋଗୁ ଦେଶର ବିଭିନ୍ନ ସ୍ଥାନରେ ଅପ୍ରିୟ ଘଟଣାମାନ ଘଟିବାରେ ଲାଗିଛି। ପଞ୍ଜାବ ଗୁରୁଗ୍ରାମରେ ଯେଉଁ ମୋଟର ସାଇକେଲର ଦାମ ୧୫ ହଜାର ଟଙ୍କାରୁ ବି କମ୍ ତାର ଚାଲାଣ ୨୩ ହଜାର ଟଙ୍କା  କଟି ଯାଇଛି। ସେହିପରି ଏକ ଅଟୋ ରିକ୍ସା ଚାଳକଙ୍କୁ ୩୯ ହଜାର ଟଙ୍କା ଫାଇନ ହୋଇଥିବା ବେଳେ ଟ୍ରାକ୍ଟର ଡ୍ରାଇଭରଙ୍କୁ ୫୦ ହଜାର ଟଙ୍କା ଫାଇନ୍ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

   Related Posts