ଶାହିନ ବାଗ୍‌ରେ ବିରୋଧକୁ ଉସକାଉଥିବା ଲୋକେ ପ୍ରଥମ ବୁଝନ୍ତୁ CAA କ'ଣ: ଉଦ୍ଧବ ଠାକରେ

Published By : Prameya-News7 Bureau | February 21, 2020 IST

ନୂଆଦିଲ୍ଲୀ ୨୧।୨:  ନାଗରିକ (ସଂଶୋଧନ) ଆଇନ (ସିଏଏ)କୁ ନେଇ କୌଣସି ନାଗରିକଙ୍କୁ କିଛି ବି ସମସ୍ୟା ହେବ ନାହିଁ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶୁକ୍ରବାର ରାଜଧାନୀ ଦିଲ୍ଲୀରେ ଏହା କହିଛନ୍ତି। ଠାକରେ ପ୍ରଧାନମନ୍ତ୍ରୀଙ୍କ ସହ ଭେଟ ଲାଗି ଆସିଥିବା ବେଳେ ସିଏଏ ନେଇ ଆଲୋଚନା ବି କରିଛନ୍ତି। ସାକ୍ଷାତ ଆଲୋଚନା ପରେ ଉଦ୍ଧବ କେନ୍ଦ୍ର ସରକାରଙ୍କ ସିଏଏ, ଏନଆରସି ଓ ଏନପିଆରକୁ ପ୍ରଥମେ ଲୋକେ ବୁଝନ୍ତୁ ଓ ପରେ ଶାହିନ ବାଗ ହେଉ କି ଦେଶର ଯେ କୌଣସି ଠାରେ ବିରୋଧ କରନ୍ତୁ ବୋଲି କହିଛନ୍ତି।

{"id":227359,"sizeSlug":"large"}

ମହାରାଷ୍ଟ୍ରରେ ଏନସିପି ଓ କଂଗ୍ରେସ ସହ ମେଣ୍ଟ କରି ଶିବସେନା ସରକାରକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ଆଲୋଚନାରେ ସେବା ଓ ସାମଗ୍ରୀ କର(ଜିଏସଟି), ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଥିବା ସମସ୍ୟା ସମେତ ଅନ୍ୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିଲେ। ଏହି ଅବସରରେ ସିଏଏ , ଏନଆରସି ଓ ଏନପିଆର ନେଇ ମଧ୍ୟ ଆଲୋଚନା ହୋଇଥିବା ଠାକରେ ଗଣମାଧ୍ୟମକୁ କହିଛନ୍ତି।

{"id":227360,"width":575,"height":431,"sizeSlug":"large"}

ଏଥିରେ ସିଏଏ ଯୋଗୁ ଦେଶର କୌଣସି ନାଗରିକର ନାଗରିକତା ବିପଦରେ ପଡୁନଥିବା ସେ କହିଥିବା ବେଳେ ପଡୋଶୀ ଦେଶରୁ ଭାରତରେ ଶରଣ ନେବାକୁ ଆସିଥିବା ମୁସ୍ଲିମ ବ୍ୟାତିରେକ ହିନ୍ଦୁ ଓ ଅନ୍ୟ ଧର୍ମାବଲମ୍ବୀଙ୍କୁ ସୁବିଧା ମିଳିବ ବୋଲି କହିଛନ୍ତି। ସେହିପରି ଏନଆରସି କେବଳ ଆସାମ ଭଳି ପୂର୍ବୋତ୍ତର ରାଜ୍ୟଙ୍କ ଲାଗି ହୋଇଥିବା ବେଳେ ଏନପିଆର ଜନଗଣନା ଲାଗି ଏକ ଫର୍ମୂଲା ବୋଲି ବୁଝିଥିବା ଠାକରେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.