ଧରାବୀରେ କରୋନା ସଂକ୍ରମଣକୁ ନେଇ ମୁହଁ ଖୋଲିଲେ ଟାଟା, କହିଲେ ଏବେ ଚିନ୍ତା କରିବାର ବେଳ ଆସିଛି

Published By : Prameya-News7 Bureau | April 22, 2020 IST

ମୁମ୍ବାଇ : ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ସଂକ୍ରମଣ ଏବେ । ମହାରାଷ୍ଟ୍ର ଦେଶର ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ହୋଇଥିବା ବେଳେ ମୁମ୍ବାଇର ଧରାବୀରେ ସଂକ୍ରମଣକୁ ନେଇ ବିଶିଷ୍ଟ ଉଦ୍ୟୋଗପତି ରତନ ଟାଟା ଚିନ୍ତାବ୍ୟକ୍ତ କରିଛନ୍ତି। ବିଶାଳ ବସ୍ତିରେ ଏପର୍ଯ୍ୟନ୍ତ ଦେଢଶହ ଜଣ ସଂକ୍ରମିତଙ୍କୁ ଚିହ୍ନଟ  କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କର ମୃତ୍ୟୁ ହେଲାଣି। ତେବେ ଉପୁଜିଥିବା ପରିସ୍ଥିତି ଲାଗି ଟାଟା ଗ୍ରୁପ ଚେୟାରମ୍ୟାନ ଦେଶର ଆର୍କିଟେକ୍ଟ ଓ ବିଲ୍ଡରମାନଙ୍କୁ ଦାୟି କରିଛନ୍ତି।

{"id":258349,"sizeSlug":"large"}

ମୁମ୍ବାଇ ଭଳି ସହରରେ ଏପରି ବସ୍ତିର ଜନ୍ମ ଲାଗି ହାଉସିଂ ପଲିସିର ଆଲୋଚନା କରି ଟାଟା ଏହା ଯୋଜନା ପ୍ରଣେତା ଓ ପ୍ରଶାସକଙ୍କ ଲାଗି ବ୍ୟାକଅପ୍ କଲ ବୋଲି କହିଛନ୍ତି। ଏହି ସଂକ୍ରମଣ ଏବେ ଆମର ଅବସ୍ଥିତି ଓ କାମ କରିବାର ଶୈଳୀକୁ ବଦଳାଇଦେଇଛି। ସେ କହିଛନ୍ତି ଯେ ଉପୁଜିଥିବା ପରିସ୍ଥିତି ଏବେ ଆମକୁ ଗୁଣବତ୍ତାପୂର୍ଣ୍ଣ ଜୀବନ ଶୈଳୀ ଲାଗି ସମସ୍ତଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଛି।  ଭବିଷ୍ୟତର ଡିଜାଇନ ଓ ନିର୍ମାଣ ସମ୍ପର୍କିତ ଏକ ଅନଲାଇନ ଚର୍ଚ୍ଚାରେ ଭାଗ ନେଇ ଟାଟା କହିଛନ୍ତି ଯେ କରୋନା ଭାଇରସର ଆତଙ୍କ ସହରରେ ଗୃହ ସଂକଟକୁ ଉଜାଗର କରିଛି। ବିଲ୍ଡରମାନେ ଏପରି ବସ୍ତି ନିର୍ମାଣ କରିଛନ୍ତି ଯାହାର ପରିମଳ ବ୍ୟବସ୍ଥା ହିଁ ନାହିଁ।

{"id":258353,"sizeSlug":"large"}

ଟାଟା କହିଛନ୍ତି ଆଫୋର୍ଡେବଲ ହାଉସିଂ ଓ ବସ୍ତି ଉଚ୍ଛେଦ ଦୁଇଟି ଆଶ୍ଚର୍ଯ୍ୟଜନକ ବିରୋଧୀ ବିଷୟ। ଗୋଟିଏପଟେ ଆମେ ଆମର ବିକଶିତ ଛବି ଦେଖାଉଥିବା ବେଳେ ଆଉଗୋଟିଏ ପଟେ ସହରର ଏପରି ଏକ ଅଞ୍ଚଳକୁ ଆମେ ଏବେ ଲୁଚାଇାକୁ ଚେଷ୍ଟା କରୁଛେ। ଆମେ ସେମାନଙ୍କୁ ଯଦି ଗୋଟିଏ ସ୍ଥାନରୁ ହଟଉଛେ ତ ଅନ୍ୟ ସ୍ଥାନରେ ପୁନର୍ବାସ କରୁଛେ। ହେଲେ ଏପରି ଲୋକଙ୍କ ଉନ୍ନତ ଜୀବନ ଶୈଳୀକୁ ନେଇ ଆମେ କେହି ଚିନ୍ତା ବି କରୁନେ।  ଯାହା ଆଜି ଆମକୁ ଏପରି ପରିସ୍ଥିତିରେ ଆଣି ଛିଡା କରିଦେଇଛି ବୋଲି ଟାଟା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.