Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ମୋଦି କ୍ଷମତାରେ ଥିବା ପର୍ଯ୍ୟନ୍ତ ଭାରତ-ପାକ୍ କ୍ରିକେଟ୍ ଅସମ୍ଭବ: Afridi

24/02/2020 at 6:36 PM

ପୂର୍ବ ପାକ୍ କ୍ରିକେଟର ଶାହିଦ ଆଫ୍ରିଦିଙ୍କ ଏକ ସାକ୍ଷାତକାର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କ୍ରିକେଟ୍ ପାକିସ୍ତାନକୁ ଆଫ୍ରିଦି ଏହି ସାକ୍ଷାତକାର ଦେଇଥିବା ବେଳେ ଭାରତ-ପାକ୍ କ୍ରିକେଟ୍ ମ୍ୟାଚ୍‌ ସମ୍ଭାବନାକୁ ଅସ୍ୱୀକାର କରିଛନ୍ତି। ଯେ ପର୍ଯ୍ୟନ୍ତ ଭାରତରେ ମୋଦି  ପ୍ରଧାନମନ୍ତ୍ରୀ ଥିବେ ସେ ପର୍ଯ୍ୟନ୍ତ ଏଭଳି ଚିନ୍ତା କରା ବି ଯାଇନପାରେ ବୋଲି କହିଛନ୍ତି ଆଫ୍ରିଦି।

ପାକିସ୍ତାନ ଟି-୨୦ ଫ୍ରାଞ୍ଚାଇଜି ପାକିସ୍ତାନ ସୁପର ଲିଗ୍ ଅବସରରେ ଆଫ୍ରିଦି ଏପରି ଆଶଙ୍କା ବ୍ୟକ୍ତ କରିଛନ୍ତି। ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ) ପଞ୍ଚମ ସଂସ୍କରଣରେ ଆଫ୍ରିଦି ମୁଲତାନ ସୁଲତାନପକ୍ଷରୁ ଖେଳୁଛନ୍ତି। ୨୦୦୯ ମସିହାରେ ପାକିସ୍ତାନ ଟୁରରେ ଯାଇଥିବା ଶ୍ରୀଲଙ୍କା ଟିମ୍ ଉପରେ ଆତଙ୍କବାଦ ଆକ୍ରମଣ ହୋଇଥିଲା। ସେବେଠାରୁ  ପାକିସ୍ତାନରେ ଅନ୍ତର୍ଜାତୀୟ କ୍ରିକେଟ୍ ବନ୍ଦ ରହିଥିବା ବେଳେ ଦୀର୍ଘ ୧୦ ବର୍ଷ ପରେ ପୁଣି ଶ୍ରୀଲଙ୍କାକୁ ଆମନ୍ତ୍ରଣ କରି ପାକ୍ ଦେଶରେ ଅନ୍ତର୍ଜାତୀୟ କ୍ରିକେଟ ଆରମ୍ଭ କରିବାକୁ ଉଦ୍ୟମ କରିଛି।

ତେବେ ଭାରତରେ ଆଇପିଏଲର ଆୟୋଜନକୁ ଉଲ୍ଲେଖନୀୟ କହିଛନ୍ତି ଆଫ୍ରିଦି। ଏହା କେବଳ ଦେଶର କ୍ରିକେଟ ନୁହେଁ ନୂଆ ଖେଳାଳିଙ୍କ ଲାଗି ବେଶ୍ ସୁଯୋଗ ସୃଷ୍ଟି କରିଥିବା ସେ କହିଛନ୍ତି। ଆଇପିଏଲ ଏକ ଏଭଳି ମଞ୍ଚ ଯାହା ଗଳିରୁ ପିଲାଙ୍କୁ ସିଧା ଅନ୍ତର୍ଜାତୀୟ କ୍ରିକେଟରେ ପହଞ୍ଚାଇ ପାରୁଛି। ହେଲେ ପାକିସ୍ତାନ ଲାଗି ସେ ସୁଯୋଗ ନାହିଁ। ପଲାମାନେ ଆଇପିଏଲରେ ଖେଳି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବା ବେଳେ କୌଣସି ଚାପରେ ରହୁନଥିବା କହିଛନ୍ତି ଆଫ୍ରିଦି।

ସୂଚନା ଯୋଗ୍ୟଯେ ୨୬/୧୧ ମୁମ୍ବାଇ ଆକ୍ରମଣ ପରଠାରୁ ଭାରତ-ପାକ୍ କ୍ରିକେଟରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ୨୦୦୮ ମସିହା ପରେ ଭାରତୀୟ ଟିମ୍ ପାକିସ୍ତାନ ଗସ୍ତରେ ଯାଇ ନାହିଁ। ସେହିପରି ଉଭୟ ଦେଶଙ୍କ ମଧ୍ୟରେ ଗତ ୧୦ ବର୍ଷରେ କୌଣସି ଦ୍ୱିପାକ୍ଷିକ ସିରିଜ ବି ଖେଳି ନାହାନ୍ତି। ତେବେ ୨୦୧୨ସିରିଜ ପରେ ଉଭୟ ଦେଶ କେବଳ ଆଇସିସି ଓ ଏସିସି ଟୁର୍ଣ୍ଣାମେଣ୍ଟ ଖେଳୁଛନ୍ତି। ଉଭୟ ଦେଶ ଶେଷ ଥର ୨୦୧୯ରେ ବିଶ୍ୱକପ୍ କ୍ରିକେଟରେ ମୁହାଁ ମୁହିଁ ହୋଇଥିଲେ। ଏହି ମ୍ୟାଚ୍‌କୁ ଭାରତ ୮୯ ରନରେ ଜିତିଯାଇଥିଲା।

   Related Posts