ଆରମ୍ଭ ହେଲା କରୋନାର ଦ୍ୱିତୀୟ ଲହରକୁ ନେଇ ଚର୍ଚ୍ଚା, କ’ଣ କହୁଛି ଅଧ୍ୟୟନ, ଜାଣନ୍ତୁ ଏହାର ପ୍ରଭାବ

Published By : Prameya-News7 Bureau | March 26, 2020 IST

ଚୀନରେ ଆଗକୁ ବି ସ୍କୁଲ ଓ ଦପ୍ତର ବନ୍ଦ ରହିବ। ଫଳରେ ସଂକ୍ରମଣର ଦ୍ୱିତୀୟ ଲହରର ମୁକାବିଲା ସମ୍ଭବ ହେବ ବୋଲି ଗବେଷକମାନେ ବିଚାର କରୁଛନ୍ତି ।  ଏଣୁ ଲକଡାଉନ୍‌ରେ କୌଣସି ପ୍ରକାର ଢିଲା ନଦେବାକୁ ପରାମର୍ଶ ଦେଇଛନ୍ତି।  ୟୁରୋପ ଲକ୍ ଡାଉନ ଯୋଗୁ କରୋନା ପରିସ୍ଥିତିରେ ସାମାନ୍ୟ ସୁଧାର ଦେଖାଯାଇଛି। ତେବେ ଭୂତାଣୁର ଉତ୍ପତି ସ୍ଥଳ ଚୀନର ହୁବେଇକୁ ଦୀର୍ଘ ଲକଡାଉନରୁ ସରକାର ଏବେ ମୁକ୍ତ କରିଦେଇଛନ୍ତି। 

{"id":244514,"width":580,"height":378,"sizeSlug":"large"}

ହୁବେଇକୁ ଲକଡାଉନ ମୁକ୍ତ କରାଯାଇଥିବା ବେଳେ ଭୂତାଣୁର ଉତ୍ପତି ସ୍ଥଳ ଉହାନକୁ ଲକଡାଉନ ମୁକ୍ତ କରାଯାଇନି। ଏଠାରେଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ସରକାର ଲକଡାଉନ ଘୋଷଣା କରିଛନ୍ତି। ତେବେ ଏଠାରେ ଲକ୍ ଡାଉନ୍ ଅବଧିକୁ ଅଧିକ ସମ୍ପ୍ରସାରିତ କରିବା ଲାଗି ଗବେଷକମାନେ ପ୍ରସ୍ତାବ ଦେଇଛନ୍ତି। ହୁବେଇକୁ ଲକଡାଉନ ମୁକ୍ତ କରାଯିବା ପରେ ଏବେ ଟ୍ରେନ ଓ ବସ୍‌ରେ ଯାତ୍ରୀଙ୍କ ଅସମ୍ଭବ ଭିଡ ହେଉଛି। ଏଣୁ ଉହାନକୁ ମୁକ୍ତ କରିଦେଲେ ଭୂତାଣୁ ସଂକ୍ରମଣର ଦ୍ୱିତୀୟ ଲହରର ଆଶଙ୍କା  କରିଛି ପ୍ରସିଦ୍ଧ ସ୍ୱାସ୍ଥ୍ୟ ପତ୍ରିକା  ‘ଲେସେଣ୍ଟ ପବ୍ଲିକ ହେଲଥ ଜର୍ଣ୍ଣାଲ’ ।

{"id":244516,"sizeSlug":"large"}

ଜର୍ଣ୍ଣାଲ ଅନୁସାରେ ଲକ୍ ଡାଉନ ଜାରି ରହିଲେ ସିଓଭିଆଇଡି-୧୯ର ଦ୍ୱିତୀୟ ସଂକ୍ରମଣରୁ ଅନ୍ତତଃ ଲୋକଙ୍କୁ ରକ୍ଷା କରାଯାଇପାରିବ । ଲଣ୍ଡନ ସ୍କୁଲ ଅଫ ହାଇଜିନ ଏଣ୍ଡ ଟ୍ରପିକାଲ ମେଡିସିନ ବିଶେଷଜ୍ଞ କିଶା ପ୍ରେମଙ୍କ ଅନୁସାରେ ସହରକୁ ଏବେବି ସାମାଜିକ ଦୂରତା କାୟମ ରଖିବାକୁ ପଡିବ। ନଚେତ କରୋନାର ସେକେଣ୍ଡାରୀ ପ୍ରଭାବରୁ ମୁକ୍ତ ହୋଇପାରିବ ନାହିଁ। 

{"id":244517,"width":582,"height":383,"sizeSlug":"large"}

ସେକେଣ୍ଡ ୱେଭ ହୋଇପାରେ ବିପଦଜନକ
ଡା.ପ୍ରେମଙ୍କ ଅନୁସାରେ ଯଦି ଜାରି ପ୍ରତିବନ୍ଧକକୁ ପର୍ଯ୍ୟାୟ କ୍ରମେ ପ୍ରତ୍ୟାହାର କରାଯାଏ ତେବେ ଭୂତାଣୁ ସଂକ୍ରମଣ ଅଚାନକ ବଢିପାରିବ ନାହିଁ। ଯଦି ବି ସଂକ୍ରମଣ ହୁଏ ତେବେ ଆୟତ୍ତାଧିନ ରହିବ। ବିଶେଷଜ୍ଞ ଏହି ଅଧ୍ୟାୟନ ଲାଗି ଏକ ଗାଣିତିକ ମଡେଲର ସାହାରା ନେଇଥିଲେ। ଯେଉଁଥିରେ ୧କୋଟି ୧୦ ଲକ୍ଷ ଜନସଂଖ୍ୟାର ସହରକୁ ଅଚାନକ ଖୋଲିଦେଲେ କ’ଣ ପ୍ରଭାବ ପଡିବ ତାର ଆକଳନ କରାଯାଇଛି।

{"id":244518,"width":580,"height":386,"sizeSlug":"large"}

ଏଥିରେ ଯଦି ସହରକୁ ଏବେ ଲକ୍ ଡାଉନ୍ ମୁକ୍ତ କରାଯାଏ ତେବେ ଏଠାରେ ଅଗଷ୍ଟମାସ ଶେଷ ବେଳକୁ ପୁଣି ଥରେ ସଂକ୍ରମଣ ଆରମ୍ଭ ହେବା ସହ ଅଣାୟତ୍ତ ହୋଇପଡିବ।  ଯାହା ହେବ ସଂକ୍ରମଣର ଦ୍ୱିତୀୟ ଲହର ଓ ପ୍ରଥମ ସଂକ୍ରମଣଠାରୁ ଅଧିକ ଘାତକ। ଯଦି ଲକ୍ ଡାଉନ୍ ଏପ୍ରିଲ ଶେଷ ପର୍ଯ୍ୟନ୍ତ ଜାରି ରହେ ଓ ପର୍ଯ୍ୟାୟ କ୍ରମେ ଢିଲା କରାଯାଏ ତେବେ ଏଠାରେ ସଂକ୍ରମଣର ଦ୍ୱିତୀୟ ଲହର ଅକ୍ଟୋବର ଶେଷକୁ ଅନୁଭୂତ ହେବ। ସେତେବେଳକୁ ଭୂତାଣୁର ମୁକାବିଲା ଲାଗି ସ୍ୱାସ୍ଥ୍ୟ ବିଭାଗ ନିଜକୁ ପ୍ରସ୍ତୁତ କରିସାରିଥିବ ବୋଲି କହିଛନ୍ତି ବିଶେଷଜ୍ଞ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.