ମହାରାଷ୍ଟ୍ରକୁ ନେଇ ମୁହଁ ଖୋଲିଲେ ରାକ୍ଷୀ ସାୱନ୍ତ, ଜାଣନ୍ତୁ ଉଦ୍ଧବଙ୍କ ସମ୍ପର୍କରେ କହିଲେ କ’ଣ?

Published By : Prameya-News7 Bureau | November 28, 2019 IST

ମୁମ୍ବାଇ : କାମଠୁ ଅଧିକ କଥା କହୁଥିବା ବଲିଉଡ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ତେବେ ଏଥର ରାକ୍ଷୀ ଫିଲ୍ମ ଭିନ୍ନ ଅନ୍ୟ ଏକ ପ୍ରସଙ୍ଗରେ ମୁହଁ ଖୋଲିବା ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି। ସେ ମହାରାଷ୍ଟ୍ର ରାଜନୀତିକୁ ନେଇ ଇଂଷ୍ଟା ପୋଷ୍ଟ କରିଥିବା ବେଳେ ଉଦ୍ଧବ ଠାକରେଙ୍କୁ  ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି ବୋଲି ପୋଷ୍ଟରେ ଉଲ୍ଲେଖ କରିଥିଲେ।  

{"id":191150,"width":575,"height":574,"sizeSlug":"large"}

ରାକ୍ଷୀ ତାଙ୍କ ଭିଡିଓରେ ଉଦ୍ଧବ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେଲେ କେବଳ ମରାଠା ନୁହଁନ୍ତି ସମସ୍ତ ମହାରାଷ୍ଟ୍ରବାସୀ ଉପକୃତ ହେବେ ବୋଲି କହିଥିଲେ। ତେବେ ଏଥିପାଇଁ ସେ ଯେଉଁ କାରଣ କହିଛନ୍ତି ତାହା ହିଁ ହେଉଛି ରୋଚକ । ଭିଡିଓରେ ଶିବସେନା ମୁଖ୍ୟମନ୍ତ୍ରୀ ହେଲେ ଦେଶରେ  ଆତଙ୍କବାଦ ଘଟଣା ଘଟିବ ନାହିଁ ବୋଲି ରାକ୍ଷୀ କହିଛନ୍ତି।

wp:html
View this post on Instagram

#Shivsena #uddhavthakrey #ncp #maratha #samnanewspaper?

A post shared by Rakhi Sawant (@rakhisawant2511) on

/wp:html

ଭିଡିଓରେ ରାକ୍ଷୀ ଶରଦ ପାୱାରଙ୍କୁ ମଧ୍ୟ ଉଚ୍ଚ ପ୍ରଶଂସା କରିଛନ୍ତି। ପାୱାରଙ୍କ ନିଷ୍ପତ୍ତିକୁ ରାକ୍ଷୀ ସମର୍ଥନ କରିବା ସହ ରାଜ୍ୟରେ ସରକାର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ମନଖୋଲା କଥା କହୁଥିବା ରାକ୍ଷୀ କାହା ବିରୋଧ ବା ସପକ୍ଷରେ କହିବାରେ ତିଳେବି ଦ୍ୱନ୍ଦ୍ୱ କରିନଥାନ୍ତି। ଅତୀତରେ ରାକ୍ଷୀ ଯୋଗଗୁରୁ ବାବା ରାମଦେବଙ୍କୁ ବିବାହ ପ୍ରସ୍ତାବ ଦେଇ ଖୁବ୍ ଚର୍ଚ୍ଚା ସାଉଁଠିଥିବାର ବି ନଜିର ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.