ଲକଡାଉନ୍ ହଟିବା ପରେ ପୁଣି ସ୍ୱଭାବିକ ଟ୍ରେନ ଯାତ୍ରା କରିପାରିବେ କି ନା? ଜାଣନ୍ତୁ କ’ଣ କହୁଛନ୍ତି ରେଳବାଇ

Published By : Prameya-News7 Bureau | April 11, 2020 IST

ନୂଆଦିଲ୍ଲୀ ୧୧।୪: କରୋନା ସଂକ୍ରମଣର ଶୃଙ୍ଖଳ ଛିନ୍ନ କରିବାକୁ ସାରା ଦେଶ ଏବେ ଲକଡାଉନ୍‌ରେ। ଏଥିଯୋଗୁ ଭାରତୀୟ ରେଳ ମଧ୍ୟ ଟ୍ରେନ ଟଳାଚଳ ବନ୍ଦ ରଖିଛନ୍ତି। ଫଳରେ ସାରା ଦେଶରେ ଲୋକେ ଅଟକି ରହିଥିବା ବେଳେ ଟ୍ରେନ ଟଳାଚଳ ସ୍ୱାଭାବିକ୍ ହେବାକୁ ଅପେକ୍ଷା କରିଛନ୍ତି। ତେବେ ଲକଡାଉନ ପରେ ଲୋକେ ପୂର୍ବପରି ଟ୍ରେନ ଯାତ୍ରା କରିପାରିବେ କି ନା ସେ ନେଇ ଅନେକ ଏବେବି ସନ୍ଦେହରେ ଅଛନ୍ତି। ତେବେ ଆସନ୍ତୁ ଜାଣିବା କ’ଣ କହୁଛନ୍ତି ରେଳମନ୍ତ୍ରାଳୟ।

{"id":252530,"width":581,"height":436,"sizeSlug":"large"}

ତେବେ ଦେଶରେ କରୋନା ଲକଡାଉନ୍ ଜାରି ଥିବାରୁ ଟ୍ରେନ ଚଳାଚଳ ନେଇ ମନ୍ତ୍ରାଳୟ ଏପର୍ଯ୍ୟନ୍ତ ପ୍ରଟୋକଲ ଜାରି କରିନଥିବା ସ୍ପଷ୍ଟ କରିଦେଇଛନ୍ତି। ଏଣୁ ଟ୍ରେନ ଚଳାଚଳ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନଥିବା କହିଛନ୍ତି ମନ୍ତ୍ରାଳୟ। ଯଦି ଟ୍ରେନ ଚଳାଚଳ ଲାଗି ନିଷ୍ପତ୍ତି ହୁଏ ତେବେ ସମ୍ପର୍କିତ ସମସ୍ତ ପକ୍ଷଙ୍କୁ ଏ ନେଇ ପୂର୍ବସୂଚନା ଜାରି କରାଯିବ ବୋଲି ସ୍ପଷ୍ଟ କରିଦେଇଛନ୍ତି ।

{"id":252531,"sizeSlug":"large"}

ସୂଚନା ଯୋଗ୍ୟଯେ ଭୂତାଣୁ ସଂକ୍ରମଣ ରୋକିବା ଲାଗି ଟ୍ରେନ ଚଳାଚଳକୁ ତୁରନ୍ତ ବନ୍ଦ କରାଯାଇଥିଲା। ଫଳରେ ସାରା ଦେଶରେ ଲୋକାଲ, ପାସେଞ୍ଜର, ଏକ୍ସପ୍ରେସ୍ ଓ ମେଲ ରେଳ ସେବା ବନ୍ଦ ରହିଛି।  ହେଲେ ଅତ୍ୟାବଶକୀୟ ସାମଗ୍ରୀ ପରିବହନ ଲାଗି କେବଳ ଗୁଡସ୍ ଓ ପାର୍ସଲ ଟ୍ରେନ ଚଳାଚଳ କରୁଛି। ତେବେ ଯାତ୍ରୀ ସେବା ବନ୍ଦ ହେବା ଯୋଗୁ ଦେଶର ବିଭିନ୍ନ ଭାଗରେ ଲୋକେ ଅଟକି ରହିଥିବା ବେଳେ ନିଜନିଜ ଘରକୁ ଆସିବା ଲାଗି ଟ୍ରେନଚଳାଚଳକୁ ଅପେକ୍ଷା କରି ରହିଛନ୍ତି।

{"id":252532,"width":578,"height":381,"sizeSlug":"large"}

ଦେଶରେ ପ୍ରଥମ ୨୧ ଦିନିଆ ଲକଡାଉନ୍ ଆଉ ୩ ଦିନ ପରେ ସରିବ। ତେବେ ସରକାର ତରବରିଆ ଭାବେ କୌଣସି ନିଷ୍ପତ୍ତି ନେବେ ନାହିଁ ବୋଲି ଅନୁମାନ କରାଯାଉଛି। ହୁଏତ ଦେଶରୁ ପର୍ଯ୍ୟାୟ କ୍ରମେ ଲକଡାଉନ ହଟିବା ପରେ ହିଁ ରେଳ ଚଳାଚଳ ନେଇ କୌଣସି ନିଷ୍ପତ୍ତି ହୋଇପାରେ ବୋଲି ଆଶା କରାଯାଉଛି। ତେବେ ସେ ପର୍ଯ୍ୟନ୍ତ କୌଣସି ପୂର୍ବାନୁମାନ କରିବା ଏବେ ସମ୍ଭବ ନୁହେଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.