ନାଗରିକତା (ସଂଶୋଧନ) ଆଇନକୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ PM, ଜାଣନ୍ତୁ କହିଲେ କ'ଣ?

Published By : Prameya-News7 Bureau | December 15, 2019 IST

ଦୁମକା ୧୫।୧୨:  ନାଗରିକତା (ସଂଶୋଧନ) ଆଇନକୁ ନେଇ ସାରା ଦେଶରେ ଏବେ ଅଶାନ୍ତି ଦେଖା ଦେଇଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ଆଇନକୁ ନେଇ ମୁହଁ ଖୋଲିଛନ୍ତି। ଦେଶରେ ଆଇନକୁ ନେଇ ହେଉଥିବା ବିରୋଧ ସମ୍ପର୍କରେ ବୟାନ ଦେଇଛନ୍ତି। କହିଛନ୍ତି ଏହି ଆଇନକୁ ଦେଶରେ କଂଗ୍ରେସ ଓ ସାଥୀ ଦଳମାନେ ବିରୋଧ କରୁଛନ୍ତି। ଦେଶରେ ଆଇନକୁ ନେଇ ଝଡ ସୃଷ୍ଟି କରିବାକୁ ଚାହୁଁଛନ୍ତି। ତେବେ ଲୋକେ ସେମାନଙ୍କ କଥାରେ ପଡୁନଥିବାରୁ ନିଆଁ ଲଗାଉଛନ୍ତି। ଦେଶରେ ପୋଡାଜଳା ଓ ହିଂସକ ବିକ୍ଷୋଭର ଛବି ଟିଭିରେ ପ୍ରସାରିତ ହେଉଛି। ତେବେ ଯେଉଁମାନେ ନିଆଁ ଲଗାଉଛନ୍ତି ସେମାନେ ପୋଷାକରୁ ହିଁ ଚିହ୍ନା ପଡିଯାଉଛନ୍ତି ବୋଲି ମୋଦି କହିଛନ୍ତି।

{"id":198132,"sizeSlug":"large"}

ରବିବାର ଝାରଣ୍ଡ ଦୁମକାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଆମ ପାର୍ଲ୍ୟାମେଣ୍ଟ ନାଗରିକତା ସମ୍ପର୍କିତ ଏକ ଆଇନର ସଂଶୋଧନ ମାତ୍ର କରିଛି। ଯାହାଦ୍ୱାରା ପଡୋଶୀ ଦେଶମାନଙ୍କରୁ ଆସି ଆମ ଦେଶରେ ଶରଣ ନେଇଥିବା ହିନ୍ଦୁ, ଶିଖ୍, ଇସାଇ, ପାର୍ଶି, ବୌଦ୍ଧ ଓ ଜୈନ ଧର୍ମାବଲମ୍ବୀ ଦେଶର ନାଗରିକତା ପାଇପାରିବେ। ସଂସଦର ଉଭୟ ସଦନରେ ଆଇନ ସଂଶୋଧନ ସମ୍ପର୍କିତ ବିଧେୟକ ସଂଖ୍ୟାଗରିଷ୍ଠ ମତରେ ଗୃହୀତ ହେଲା। ହେଲେ କଂଗ୍ରେସ ଓ ସହଯୋଗୀଙ୍କୁ ଏହା ପସନ୍ଦ ହେଲାନି।

wp:html /wp:html

ତେବେ ବିରୋଧ କରୁଥିବା ଲୋକେ ବୁଝିବାର ଅଛି ତ ଏବେଠୁ ବୁଝି ଯାଆନ୍ତୁ ବୋଲି ମୋଦି କହିଛନ୍ତି। ସାରା ଦେଶ ତୁମମାନଙ୍କ କର୍ତୃତ ଦେଖୁଛି ଓ ସାରା ଦେଶର ଏବେ ଏହି ବିଶ୍ୱାସ ହୋଇଯାଇଛି ମୋଦି, ଦେଶର ସଂସଦ ଓ ଭାରତ ସରକାର ନାଗରିକତା ସଂଶୋଧନ ଆଇନ କରି ଦେଶକୁ ବଞ୍ଚାଇ ଦେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ତେବେ ଆସାମରେ ହିଂସା କରୁଥିବା ଲୋକଙ୍କୁ ରାଜ୍ୟବାସୀ ସେମାନଙ୍କଠୁ ପୃଥକ କରିଦେଇଛନ୍ତି।   ଦେଶର ମାନ ସମ୍ମାନ ବୃଦ୍ଧିକୁ ଦୃଷ୍ଟିରେ ରଖି ସେମାନେ ଏପରି କରିଥିବା କହିଛନ୍ତି ମୋଦି। 

{"id":198133,"sizeSlug":"large"}

ଡିସେମ୍ବର ୨୦ରେ ଝାରଖଣ୍ଡ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ହେବ। ତେବେ ରାଜ୍ୟବାସୀ ଜାଣି ରଖନ୍ତୁ କଂଗ୍ରେସ ଓ ଜେଏମଏମ ମେଣ୍ଟର ରାଜ୍ୟ ବିକାଶ ଲାଗି କୌଣସି ରୋଡ ମ୍ୟାପ୍ ନାହିଁ। ଅତୀତରେ ସେମାନେ ରାଜ୍ୟ ଲାଗି କିଛି କରିଥିବାର ସେମାନଙ୍କର ଅନୁଭବ ନାହିଁ କି ଆଗକୁ କରିବାର କିଛି ଯୋଜନା ଏଣୁ ଏଭଳି ଦଳଙ୍କ ପଛରେ ଯାଇ ଆମକୁ କୌଣସି ଲାଭ ମିଳିବ ନାହିଁ ବୋଲି ରାଜ୍ୟବାସୀଙ୍କୁ ମୋଦି ନିବେଦନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.