CAAକୁ ନେଇ ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲଙ୍କ ବଡ ବୟାନ, ଜାଣନ୍ତୁ କହିଛନ୍ତି କ'ଣ?

Published By : Prameya-News7 Bureau | January 18, 2020 IST

ନୂଆଦିଲ୍ଲୀ ୧୮।୧:  ସଂଶୋଧିତ ନାଗରିକ ଆଇନ(ସିଏଏ)କୁ ନେଇ ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ ଶନିବାର ବଡ ବୟାନ ଦେଇଛନ୍ତି । ଯେତେବେଳେ କେନ୍ଦ୍ର ସରକାରଙ୍କ ଏଭଳି ଆଇନ ସବୁ ଲାଗୁ କରିବାରେ ସହଯୋଗ ନକରିବାକୁ ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ ପରାମର୍ଶ ଦେଇଥିବା ବେଳେ ଶିବଲଙ୍କ ବୟାନ ନୂଆ ବିତର୍କ ସୃଷ୍ଟି କରିଛି। କେନ୍ଦ୍ର ସରକାରଙ୍କ ଆଇନ ଲାଗୁ କରିବାକୁ କୌଣସି ରାଜ୍ୟ ମନା କରିପାରିବେନି ବୋଲି କହିଛନ୍ତି ଶିବଲ।

{"id":213160,"sizeSlug":"large"}

କେରଳ ଲିଟରେଚର ଫେଷ୍ଟିଭାଲରେ ଯୋଗଦେବା ଅବସରରେ ଶିବଲ କହିଛନ୍ତି ଯେ ସିଏଏକୁ ଲାଗୁ କରିବାକୁ ମନା କରିବା ଅସମ୍ବିଧାନିକ । ତେବେ ଏହାକୁ ବିରୋଧ କରାଯାଇପାରିବ ଓ ରାଜ୍ୟ ସରକାରମାନେ ବିଧାନସଭାରେ ଆଇନ ବିରୋଧରେ ପ୍ରସ୍ତାବ ଗୃହୀତ କରି କେନ୍ଦ୍ରକୁ ଆଇନରେ ପରିବର୍ତ୍ତନ ଲାଗି ନିବେଦନ କରିପାରିବେ ବୋଲି କହିଛନ୍ତି।  

wp:html /wp:html

ହେଲେଯେଉଁ ରାଜ୍ୟ ସରକାରମାନେ ଏହି ଆଇନ ସେମାନଙ୍କ ରାଜ୍ୟରେ ଲାଗୁ ହେବନାହିଁ ବୋଲି କହୁଛନ୍ତି ସେମାନେ ଲୋକଙ୍କୁ ସିଧାଶଳଖ ଭକୁଆ କରୁଥିବା ଶିବଲ କହିଛନ୍ତି। କେନ୍ଦ୍ର ସରକାର ନୂଆ କରି ପ୍ରଣୟନ କରିଥିବା ସିଏଏ, ଏନଆରସି ଓ ଏନପିଆରର ସବୁ ବ୍ୟବସ୍ଥା ଦେଶର ସବୁ ରାଜ୍ୟ ଲାଗି ପ୍ରଜୁଜ୍ୟ ଓ ସମସ୍ତେ ଲାଗୁ କରିବାକୁ ବାଧ୍ୟ । କାରଣ ସଂସଦରେ ଗୃହୀତ ଆଇନ ଲାଗୁ କରିବାକୁ ସମସ୍ତେ ବାଧ୍ୟ ।

{"id":213161,"width":580,"height":397,"sizeSlug":"large"}

ବରିଷ୍ଠ ଓକିଲ ପ୍ରସଙ୍ଗକୁ ବୁଝାଇବାକୁ ଯାଇ କହିଛନ୍ତି ଯେ ରାଜ୍ୟ ସରକାର ଯଦି କହିବେ ତାଙ୍କ ଅଧିକାରୀମାନେ ଭାରତ ସଂଘକୁ ସହଯୋଗ କରିବେନାହିଁ ଏହା ସମ୍ଭବ କି? ଯଦି ନୁହେଁ ତେବେ ସିଏଏ, ଏନଆରସି ଅଥବା ଏନପିଆରକୁ ବି ରାଜ୍ୟରେ ଲାଗୁ କରିବାକୁ ବାଧ୍ୟ। ତେବେ ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ କେନ୍ଦ୍ର ସରକାରଙ୍କ ଆଇନ ଲାଗୁ କରିବାରେ ଅସହଯୋଗ କଲେ ମୋଦି ସରକାର ଲକ୍ଷଲକ୍ଷ ଲୋକଙ୍କୁ ଦଣ୍ଡିତ କରିବା ଭଳି ମୁର୍ଖତା କରିବେନି ବୋଲି କୋଲକାତାରେ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.