Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||

ଧୋନୀଙ୍କୁ ନେଇ ଟିମ୍ ଇଣ୍ଡିଆ ପୂର୍ବ କ୍ୟାପ୍‌ଟେନ୍ କହିଲେ ଏପରି, ବଢିଲା ଫ୍ୟାନ୍‌ଙ୍କ tension

28/02/2020 at 4:34 PM

ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ ତଥା ଭେଟେରାନ କ୍ରିକେଟର କପିଲ ଦେବ ମହେନ୍ଦ୍ର ସିଂ ଧୋନୀଙ୍କ କ୍ୟାରିୟରକୁ ନେଇ ଏକ ବୟାନ ଦେଇଛନ୍ତି। ଯାହା ଏବେ ଧୋନୀଙ୍କ ଫ୍ୟାନ୍ସଙ୍କ ମନରେ ଝଡ ସୃଷ୍ଟି କରିଛି।  ଧୋନୀ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରର ଚୂଡାନ୍ତ ପର୍ଯ୍ୟାୟରେ ଥିବା କପିଲ କହିଛନ୍ତି। ୩୮ ବର୍ଷିୟ ଧୋନୀ ଗତ ଆଇସିସି ବିଶ୍ୱକପ୍‌ ପରଠାରୁ ନିଜକୁ  ଟିମ୍ ଇଣ୍ଡିଆରୁ ଦୂରେଇ ନେଇଛନ୍ତି। ବିଶ୍ୱକପ୍‌ ସେମିରେ ନ୍ୟୁଜିଲ୍ୟାଣ୍ଡଠାରୁ ଟିମ୍ ଇଣ୍ଡିଆ  ହାରିଯାଇଥିଲା । ସେବେଠାରୁ ଧୋନୀଙ୍କୁ ଇଣ୍ଡିଆ ଟିମ୍‌ରେ ଦେଖାଯାଇନି।

ଧୋନୀ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରେ ଚେନ୍ନାଇ ଲାଗି ଖେଳିବେ। ଏଥିପାଇଁ ମାର୍ଚ୍ଚ ଆରମ୍ଭରୁ ସେ ତାଙ୍କର ପ୍ରସ୍ତୁତି ଆରମ୍ଭ କରିବେ। ଆଇପିଏଲ ଭବିଷ୍ୟତର ଖେଳାଳିଙ୍କ ଚୟନ ଲାଗି ଓ ଏଥିରେ ଯୁବଖେଳାଳିଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନର ସୁଯୋଗ ମିଳିବ ବୋଲି କପିଲ କହିଛନ୍ତି। ଏଥର ଆଇପିଏଲରେ ଧୋନୀ ଖେଳୁଥିବାରୁ ମୁଁ ତାଙ୍କର ଜଣେ ଫ୍ୟାନ୍ ଭାବେ ଆଇପିଏଲ ନିଶ୍ଚିତ ଦେଖିବି। ତେବେ ଧୋନୀଙ୍କ ଫ୍ୟାନ୍ସ ଚାହାନ୍ତି ସେ ଆଗାମୀ ଟି-୨୦ ବିଶ୍ୱକପ୍ ଖେଳନ୍ତୁ ବୋଲି। ହେଲେ ଧୋନୀଙ୍କୁ ବିଶ୍ୱକପ୍ ଟିମ୍‌ରେ ରଖା ଯିବ କି ନା ତାହା ଟିମ୍ ପ୍ରବନ୍ଧନର  ନିଷ୍ପତ୍ତି ଉପରେ ନିର୍ଭର କରେ ବୋଲି କପିଲ କହିଛନ୍ତି।  ଟିମ୍ ଚୟନରେ କୌଣସି ଖେଳାଳିଙ୍କ ଲାଗି ପୃଥକ ଚୟନ ପ୍ରକ୍ରିୟା ନାହିଁ। ଏଣୁ ଧୋନୀଙ୍କ ସମ୍ପର୍କରେ ଚୟନକର୍ତ୍ତାଙ୍କ ନିଷ୍ପତ୍ତି ଚୂଡାନ୍ତ ହେବ ବୋଲି କପିଲ କହିଛନ୍ତି।

ସେହିପରି କପିଲ ବୁମରାହଙ୍କ ସମ୍ପର୍କରେ ମଧ୍ୟ କହିଛନ୍ତି। କେହି ଆଘାତପ୍ରାପ୍ତ ହେଲେ ତାଙ୍କୁ ସୁସ୍ଥ ହେବାକୁ ସମୟ ନିଶ୍ଚିତ ଲାଗେ। ସେହିପରି ପୂର୍ବ ଫର୍ମକୁ ଫେରିବା ଲାଗି ବୁମରାହଙ୍କୁ ମଧ୍ୟ କିଛି ସମୟ ଲାଗିପାରେ ବୋଲି କପିଲ କହିଛନ୍ତି। ଟିମ୍‌ ଇଣ୍ଡିଆର ନ୍ୟୁଜିଲ୍ୟାଣ୍ଡ ଗସ୍ତ ସମ୍ପର୍କରେ ପଚରା ଯିବାରୁ ଆମେ ଯାହା ଦେଖୁଛେ ତାହା ସମ୍ପୂର୍ଣ୍ଣ ଭିନ୍ନ ବୋଲି କହିଛନ୍ତି। ଯେତେବେଳେ ଚୟନକର୍ତ୍ତା ଟିମ୍ ଚୟନ କରନ୍ତି ସେତେବେଳେ ସବୁ ଦିଗପ୍ରତି ଗୁରୁତ୍ୱ ଦେଇଥାନ୍ତି ବୋଲି କପିଲ କହିଛନ୍ତି।

   Related Posts