Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ମଧ୍ୟପ୍ରଦେଶ ହର୍ଷ ଟ୍ରେଡିଂ ଡ୍ରାମା: କମଲ ନାଥଙ୍କ ମନ୍ତ୍ରୀ କହିଲେ, ଆମ ସହ ଯୋଗାଯୋଗରେ ଅଛନ୍ତି ବିଜେପିର ୧୨ ବିଧାୟକ

4/03/2020 at 3:49 PM

ଭୋପାଲ ୪।୩:  ମଧ୍ୟପ୍ରଦେଶ ରାଜନୈତିକ ସଂକଟକୁ ନେଇ ଏବେ ଘଡିକେ ଘୋଡା ଛୁଟୁଛି। କଂଗ୍ରେସ ବିଧାୟକଙ୍କୁ ବିଜେପି ଲୁଚେଇ ରଖିଥିବାର ଅଭିଯୋଗ ହେଉଥିବା ବେଳେ କମଲ ନାଥଙ୍କ ଜନୈକ ମନ୍ତ୍ରୀ କଂଗ୍ରେସ ସମ୍ପର୍କରେ ବିଜେପିର ୧୨ ଜଣ ବିଧାୟକ ଥିବା କହିଛନ୍ତି। ଯାହା ରାଜ୍ୟ ରାଜନୀତିକୁ ଏବେ ସରଗରମ କରିଛି।

କଂଗ୍ରେସ ମନ୍ତ୍ରୀ ସୁଖଦେବ ପାଁସେ ଆମ ବିଧାୟକ କେଉଁ ଆଡେ ଯାଇନଥିବା କହିଛନ୍ତି। ତେବେ ବିଜେପିର ୧୨ ଜଣ ବିଧାୟକ ଏବେ ଆମ ସମ୍ପର୍କରେ ଥିବା ଗଣମାଧ୍ୟମକୁ କହିଛନ୍ତି। ବିଜେପି କେବଳ ପ୍ରେସର ଗେମ କରି ଜାଣେ ହେଲେ କମଲ ନାଥ କହନ୍ତି କମ୍ ଓ କରନ୍ତି ବେଶି ବୋଲି ବିଜେପି ଜାଣି ନାହିଁ। ବିଜେପି ନିମ୍ନ ସ୍ତରର ରାଜନୀତି କରୁଥିବା ପାଁସେ କହିଛନ୍ତି। ଯଦି ବିଧାୟକଙ୍କ କିଣାବିକା ହେଉଛି ତେବେ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ଆହ୍ୱାନ କଲେ ପଳାୟନ କାହିଁକି କରୁଛି ବୋଲି ପାଁସେ ପ୍ରଶ୍ନ କରିଛନ୍ତି।

ମଧ୍ୟପ୍ରଦେଶ ସରକାର ଏବେ ରାଜ୍ୟରେ ହୋଇଥିବା କିଛି ବଡ ଘୋଟାଲା ଉପରୁ ପର୍ଦ୍ଦା ହଟାଇବାକୁ ଯାଉଛନ୍ତି। ଏଥିରେ ବିଜେପି ଡରି ଯାଇଥିବା ବେଳେ ଏବେ ଏପରି ପ୍ରେସର ପଲିଟିକ୍ସ କରୁଛି। ତେବେ ସମୟ ଆସିଲେ ସବୁ ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି ପାଁସେ। କଂଗ୍ରେସ ବିଧାୟକଙ୍କୁ ବିଜେପି ହାତେଇ ନେଇଥିବାର ଅଭିଯୋଗ ହେଉଛି। ହେଲେ ବିଜେପି ପ୍ରଥମରୁ ଅଭିଯୋଗକୁ ଅସ୍ୱୀକାର କରିଆସୁଛି। ଓଲଟି ପ୍ରଦେଶ କଂଗ୍ରେସ ଏବେ ଅଲଗା ଅଲଗା ଗୋଷ୍ଠୀରେ ପରିଣତ ହୋଇଥିବାର ବିଜେପି କହିଛି। ନିଜ ଘରେ ଲାଗିଥିବା ନିଆଁ ଲିଭାଇବା ବଦଳେ ଧୂଆଁ ଦେଖି ହାଉଳି ଖାଉଛି ବୋଲି କହିଛନ୍ତି ବିଜେପି ନେତା ହିତେଷ ବାଜପେୟୀ।

ସେପଟେ ମଧ୍ୟପ୍ରଦେଶର କମଲ ନାଥ ସରକାର ଲାଗି ଅସ୍ଥିରତା ସୃଷ୍ଟି ନିମନ୍ତେ ବିଜେପି ଉଦ୍ୟମ କରୁଥିବା କଂଗ୍ରେସର ରାଜ୍ୟସଭା ସାଂସଦ ଦିଗବିଜୟ ସିଂହ ଅଭିଯୋଗ କରିଛନ୍ତି। ପାର୍ଟିର ୧୦ରୁ ୧୧ ଜଣ ବିଧାୟକଙ୍କୁ ବିଜେପି ହରିୟାଣାର ଏକ ୫ ତାରକା ହେଟଲରେ ରଖିଥିବାର ସେ କହିଥିବା ବେଳେ ସେମାନଙ୍କ ମଧ୍ୟରୁ ୬ରୁ ୭ ଜଣ ବିଧାୟକ ମୁକୁଳି ଆସିଥିବାର ସୂଚନା ଦେଇଛନ୍ତି।  

   Related Posts