Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ସେନ୍‌ ୱାଟସନ୍‌ଙ୍କୁ କହୁଣୀ ମାରିବା ଘଟଣାରେ ମୁହଁ ଖୋଲିଲେ ଗୌତମ ଗମ୍ଭୀର, ୨୦୦୮ରେ ହୋଇଥିଲା ଘଟଣା

17/06/2020 at 5:34 PM

ଟିମ୍ ଇଣ୍ଡିର ପୂର୍ବତନ ଓପ୍ନର ଗୌତମ ଗମ୍ଭୀରଙ୍କୁ ଜଣେ ଆକ୍ରମକ କ୍ରିକେଟର ଭାବେ ବେଶ ଜଣାଯାଏ। ପଡିଆରେ ଖେଳୁଥିବା ବେଳେ ତାଙ୍କୁ ଅନେକବାର ପ୍ରତିଦ୍ୱନ୍ଦ୍ୱୀ ଟିମ୍‌ର ଖେଳିଳିଙ୍କ ସହ ଝଗଡା କରୁଥିବାର ବି ଦେଖାଯାଇଛି। ଏଥିରେ ଶାହିଦ ଆଫ୍ରିଦୀ, କାମରାନ ଅକମଲ ଓ ସେନ୍ ୱାଟନସନଙ୍କ ସହ ତାଙ୍କର ଝଗଡା ଏବେବି ଫ୍ୟାନସ୍ ମନେ ରଖିଥିବେ। ଏଥିରୁ ୱାଟସନ୍‌ଙ୍କୁ କହୁଣୀ ମାରିବା ଘଟଣାରେ ସେ ଏବେ ମୁହଁ ଖଲିଛନ୍ତି।

୨୦୦୮ ମସିହାର ଏହି ଘଟଣା ତାଙ୍କୁ ବେଶ୍ ଚର୍ଚ୍ଚିତ କରିଥିଲା। ଗମ୍ଭୀର ବ୍ୟାଟିଂ କରୁଥିବା ବେଳେ ୱାଟସନ ବୋଲିଂ କରୁଥିଲେ। ତେବେ ଗମ୍ଭୀର ରନ୍‌ ନେଉଥିବା ବେଳେ ୱାଟନସନ୍‌ଙ୍କ ସହ ଲଢି ଯାଇଥିଲେ ଓ ଏଥିରେ ତାଙ୍କୁ କହୁଣୀ ମାରି ଦେଇଥିଲେ। ଏଥିଲାଗି ଗମ୍ଭୀରଙ୍କୁ ଦୋଷୀ ମଧ୍ୟ କରାଯାଇଥିଲା।

ତେବେ ଦିଲ୍ଲୀର ଏବେ ବିଜେପି ସାଂସଦ ଥିବା ଗମ୍ଭୀର ଏକ ଲୋକପ୍ରିୟ ଟେଲିଭିଜନ କାର୍ଯ୍ୟକ୍ରମ କ୍ରିକେଟ୍ କନେକ୍ଟେଡର ସାକ୍ଷାତକାରରେ ସେ ଏପରି ଜାଣିସୁଣି କରିନଥିବା କହିଛନ୍ତି। ସେଠାରେ ମୋର ଏପରି କରିବାର ଆବଶ୍ୟକତା ମଧ୍ୟ ନଥିଲା ବୋଲି କହିଛନ୍ତି। ତେବେ ତାଙ୍କ ବିରୋଧରେ ଆଇସିସିଙ୍କ କାର୍ଯ୍ୟାନୁଷ୍ଠାନ ନେଇ ସେ ଯାହା କହିଛନ୍ତି ତାହା କିନ୍ତୁ ବେଶ୍ ହାସ୍ୟସ୍ପଦ।

ଘଟଣା ଲାଗି ତାଙ୍କୁ ଯେତେବେଳେ ଶୁଣାଣିରେ ଉପସ୍ଥାପନ କରାଗଲା ସେତେବେଳେ ଗ୍ୟାରି କର୍ଷ୍ଟନ ତାଙ୍କୁ କ୍ରିସ୍ ବର୍ଡଙ୍କ ନେଇ ଧମକାଇଥିଲେ। କହିଥିଲେ ଯଦି ଦୋଷ ମାନି ଯିବ ସେ ହୁଏତ ତୁମକୁ ବ୍ୟାନ ନ କରିପାରନ୍ତି। ଗ୍ୟାରିଙ୍କ କଥାରେ ଗମ୍ଭୀର ଦୋଷ ସ୍ୱୀକାର କରିବାରୁ କ୍ରିସ ବର୍ଡ ତାଙ୍କୁ ବ୍ୟାନ୍‌ କରିଦେଇଥିଲେ ବୋଲି ଗମ୍ଭୀର କହିଛନ୍ତି।

ସୂଚନା ଯୋଗ୍ୟ ଯେ ଗମ୍ଭୀର ଏହି ମ୍ୟାଚ୍‌ରେ ତାଙ୍କ କ୍ୟାରିୟରର ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ପ୍ରଥମ ଇନିଂସରେ ସେ ଜୋରଦାର ଦ୍ୱିଶତକ ଲଗାଇଥିଲେ। ତାଙ୍କ ବ୍ୟତୀତ ଭି..ଭି.ଏସ. ଲକ୍ଷ୍ମଣ ମଧ୍ୟ ଦ୍ୱିଶତକ କରିଥିଲେ। ଲକ୍ଷ୍ମଣ ଓ ଗମ୍ଭୀରଙ୍କ ଯୋଗୁ ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୬୧୩ ରନ୍‌ର ବିଶାଳ ସ୍କୋର ଛିଡା କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ମଧ୍ୟ ବେଶ୍ ଖେଳିଥିଲା ଫଳରେ ଟିମ୍‌ ୫୭୭ ରନ ପର୍ଯ୍ୟନ୍ତ ଯାଇଥିଲାଯ ତେବେ ଶେଷରେ ମ୍ୟାଚ୍ ଡ୍ର ହୋଇଥିଲା।

   Related Posts