Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ଭାରତର ପାକ୍ ଆକ୍ରମଣ ନେଇ ପୂର୍ବ ବାୟୁସେନା ମୁଖ୍ୟଙ୍କ ବିସ୍ଫୋରକ ବୟାନ, ଜାଣନ୍ତୁ କହିଛନ୍ତି କ’ଣ

28/12/2019 at 4:46 PM

ମୁମ୍ବାଇ ୨୮।୧୨:  ଆତଙ୍କବାଦୀଙ୍କ ସଂସଦ ଆକ୍ରମଣ ଓ ୨୬/୧୧ ମୁମ୍ବାଇ ଆକ୍ରମଣ ବେଳେ ଭାରତୀୟ ବାୟୁସେନା ପାକିସ୍ତାନ ଉପରେ ବଡ ଧରଣର ଆକ୍ରମଣ ଯୋଜନା କରିଥିଲା। ନିକଟରେ ଅବସର ଗ୍ରହଣ କରିଥିବା ଭାରତୀୟ ବାୟୁସେନା ମୁଖ୍ୟ ବି.ଏସ୍.ଧନୱା ପ୍ରଥମ ଥର ଏହି ସୂଚନା ଦେଇଛନ୍ତି। ତେବେ ଦେଶର ରାଜନୈତିକ ନେତୃବୃନ୍ଦ ଏଥିଲାଗି ବାୟୁସେନା ପ୍ରସ୍ତାବକୁ ସମ୍ମତି ଦେଇନଥିଲେ ବୋଲି ମୁମ୍ବାଇ ବୀରମାତା ଜିଜାବାଇ ଟେକ୍ନୋଲଜି ଇନଷ୍ଟିଚ୍ୟୁଟରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ଧନୱା କହିଛନ୍ତି।

ସେ କହିଛନ୍ତି ଯେ ପାକିସ୍ତାନକୁ  ହୁଏତ ତା ଦେଶରେ ହେଉଥିବା ଘଟଣାର ସୂଚନା ନ ଥାଇପାରେ ହେଲେ ସେଠାରେ ହେଉଥିବା ପ୍ରତିମୁହୁର୍ତ୍ତର ପରିବର୍ତ୍ତନ ଉପରେ ଭାରତୀୟ ବାୟୁସେନାର ନଜର ରହିଛି। ଯଦି ସଂସଦ ଆକ୍ରମଣ ଘଟଣାରେ ଭାରତୀୟ ବାୟୁସେନାର ପ୍ରସ୍ତାବକୁ ଅଟଳଜୀଙ୍କ ସରକାର ହେଉ ବା ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ମନମୋହନ ସିଂହଙ୍କ ସରକାର ଗ୍ରହଣ କରିଥାନ୍ତେ ତେବେ ପାକିସ୍ତାନରେ ଏବେ ଜଣେ ବି ଆତଙ୍କବାଦୀ ନଥାନ୍ତେ।

ପାକିସ୍ତାନର ସବୁ ଆତଙ୍କବାଦୀ ସଙ୍ଗଠନ ଓ ସେମାନଙ୍କ ପ୍ରଶିକ୍ଷଣ କେନ୍ଦ୍ରର ରିତିମତ ବିବରଣୀ ବାୟୁସେନା ରଖେ। ଏଣୁ ପାକିସ୍ତାନ ଉପରେ ବଡ ଧରଣର ସର୍ଜିକାଲ ଷ୍ଟ୍ରାଇକ୍ ଲାଗି ଭାରତୀୟ ବାୟୁସେନା ଦୁଇ ଦୁଇଥର ଯୋଜନା କରିଥିଲା ବୋଲି ଧନୱା କହିଛନ୍ତି। ହେଲେ ଆକ୍ରମଣ କରାଯିବ କି ନା ତାହା ରାଜନୈତିକ ନିଷ୍ପତ୍ତି ଉପରେ ନିର୍ଭର କରୁଥିଲା। ତେବେ ଭାରତୀୟ ବାୟୁସେନା ଯେ କୌଣସି ମୁହୂର୍ତ୍ତରେ ଯୁଦ୍ଧ ହେଲେ ପାକିସ୍ତାନକୁ ଧୂଳି ଚଟାଇବାର ସାମର୍ଥ୍ୟ ରଖିଥିବା ଧନୱା କହିଛନ୍ତି।  ଅଶାନ୍ତି ଓ ଆତଙ୍କବାଦ ପାକିସ୍ତାନର ୨ଟି ମୁଖ୍ୟ ଅସ୍ତ୍ର। କାଶ୍ମୀର ଓ ଆଫଗାନିସ୍ତାନରେ ଅଶାନ୍ତି  ଯୋଗୁ ପାକିସ୍ତାନୀ  ନେତା ମାଲାମାଲ ହେଉଛନ୍ତି। କିନ୍ତୁ ସେ ଦେଶ କି ଦେଶବାସୀଙ୍କ  ଉନ୍ନତି ନାହିଁ। ଭାରତ ସରକାର ସମ୍ବିଧାନର ଅନୁଚ୍ଛେଦ ୩୭୦ ସମାପ୍ତ କରି କାଶ୍ମୀରରେ ପାକ୍‌ ଡିପ୍ଲୋମାସୀ ସମାପ୍ତ କରିଦେଇଛନ୍ତି। ଏହା ପରେ ପାକିସ୍ତାନର ସାମାନ୍ୟ ହସ୍ତକ୍ଷେପକୁ ଭାରତ ବରଦାସ୍ତ କରିବ ନାହିଁ। ଯଦି ଏପରି କିଛି ହୁଏ ପାକିସ୍ତାନକୁ ତାର ପରିଣାମ ଭୋଗିବାକୁ ପଡିବ ବୋଲି କହିଛନ୍ତି ଧନୱା।   

   Related Posts