Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୨୦୧୯ ବିଶ୍ୱକପ୍‌କୁ ନେଇ ଇୟୋନ ମୋର୍ଗାନଙ୍କ ବଡ଼ ବୟାନ, ଜାଣନ୍ତୁ IPL ସମ୍ପର୍କରେ କହିଛନ୍ତି କ’ଣ ?

30/07/2020 at 7:06 PM

ଲଣ୍ଡନ:  ୨୦୧୯ ବିଶ୍ୱକପ୍‌ରେ ଇଂଲଣ୍ଡର ବିଜୟ ଲାଗି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ବଡ ଯୋଗାଦନ ରହିଛି। ଏହା କହିଛନ୍ତି ଟିମ୍‌ ଇଂଲଣ୍ଡ କ୍ୟାପ୍ଟେନ ଇୟୋନ ମୋର୍ଗାନ୍। ସେ କହିଛନ୍ତି ଯେ ଇଂଲଣ୍ଡ କ୍ରିକେଟ୍‌ ଟିମ୍‌ର ଖେଳାଳିମାନଙ୍କୁ ୨୦୧୯ ଆଇପିଏଲରେ ଖେଳିବାକୁ ସୁଯୋଗ ଦେବା ଟିମ୍‌ର ରଣନୀତି ଥିଲା। ଯାହା ବିଶ୍ୱକପ୍‌ରେ ଇଂଲଣ୍ଡକୁ ପ୍ରଥମ ଟାଇଟଲ ଜିତାଇବାରେ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଥିବା ସେ କହିଛନ୍ତି।

ବିଶ୍ୱ କପ୍‌ ଭଳି ବିଶ୍ୱସ୍ତରୀୟ ପ୍ରତିଯୋଗୀତାରେ ଯେଉଁ ପ୍ରକାର ଚାପ ସୃଷ୍ଟି ହୋଇଥାଏ ତାର ଅଭିଜ୍ଞତା କେବଳ ଖେଳାଳି ଆଇପିଏଲରୁ ହାସଲ କରିପାରିବ। ଏହି ଆକଳନ ଅନୁସାରେ ମୋର୍ଗାନ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ଇସିବି) ଅଧ୍ୟକ୍ଷ ଅଣ୍ଡ୍ର୍ୟୁ ଷ୍ଟ୍ରସ୍‌ଙ୍କ ସହ ସେ ଆଲୋଚନା କରିଥିଲେ। ସେହି ଅନୁସାରେ ଷ୍ଟ୍ରସ୍‌ ଯୋଜନା ପ୍ରସ୍ତୁତ କରିଥିବା ବେଳେ ଇଂଲଣ୍ଡ ଖେଳାଳିମାନଙ୍କୁ ଆଇପିଏଲରେ ଖେଳିବାର ଅନୁମତି ପ୍ରଦାନ କରାଯାଇଥିଲା ବୋଲି ନିଜେ ମୋର୍ଗାନ କ୍ରିକ୍‌ ବଜ୍‌ ଇନ୍‌ କନଭର୍ସେସନରେ ହର୍ଷ ଭୋଗଲେଙ୍କୁ କହିଥିଲେ।

ଅନ୍ତର୍ଜାତୀୟ ସିରିଜ୍ ଚାମ୍ପିୟନସ ଟ୍ରଫି ହେଉ ଅଥବା ବିଶ୍ୱକପ୍ ଖେଳାଳିଙ୍କ ଉପରେ ଚାପକୁ ଦୋହରାଇବା ବାସ୍ତବିକ ମୁସ୍କିଲ । ତେବେ ଆଇପିଏଲରେ ଖେଳିଥିବା କ୍ରିକେଟର ଏପରି ପରିସ୍ଥିତିରୁ ଖୁବ୍‌ ସହଜରେ ନିଜକୁ ବାହାର କରି ନିଜର କ୍ରିଡା ନୈପୁଣ୍ୟତା ପ୍ରଦର୍ଶନ କରିପାରନ୍ତି। ଯେତେବେଳେ ଷ୍ଟ୍ରସ୍‌ ଏହା ଯୋଗୁ କଣ ଲାଭ ମିଳିବ ବୋଲି ପଚାରିଥିଲେ। ଏଥିରେ ପ୍ରଥମତଃ ଆପଣ ବିଦେଶୀ ଖେଳାଳି ଭାବେ ଖେଳିଥାନ୍ତି ଓ ଆପଣଙ୍କ ଠାରୁ ଲୋକେ ଅଧିକ ଆଶା କରିଥାନ୍ତି ବୋଲି  ଷ୍ଟ୍ରସ୍ କହିଥିଲେ।

ଏହାହିଁ ସେଠାରୁ ଖେଳାଳି ଅଭିଜ୍ଞତା କରିଥାଏ ବୋଲି ମୋର୍ଗାନ ଜବାବରେ ଷ୍ଟ୍ରସ୍‌ଙ୍କୁ କହିଥିଲେ। ମୋର୍ଗାନଙ୍କ ଆକଳନ ସତ୍ୟ ସାବ୍ୟସ୍ତ ହୋଇଥିଲା ଓ ଘରୋଇ ମାଟିରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଇଂଲଣ୍ଡ ପ୍ରଥମ ବିଶ୍ୱକପ୍ ବିଜୟୀ ହୋଇଥିଲା। ଏଥିଲାଗି ସେତେବେଳେ ମଧ୍ୟ ମୋର୍ଗାନ ଆଇପିଏଲ ଲାଗି ଏହା ସମ୍ଭବ ହୋଇପାରିଲା ବୋଲି କହିଥିଲେ। ଖେଳାଳି କେବେବି ଚାପରୁ ବର୍ତ୍ତି ପାରିନଥାନ୍ତି।  ହେଲେ ସେ ଏଥିରୁ ବାଟ ମଧ୍ୟ ଖୋଜି କାଢନ୍ତି। ତାହାହିଁ ବ୍ରିଟିଶ ଖେଳାଳିମାନେ ବିଶ୍ୱ କପ୍‌ ପୂ୍ର୍ବରୁ ଆଇପିଏଲରେ ଅଭିଜ୍ଞତା କରିପାରିଥିଲେ ବୋଲି ମୋର୍ଗାନ କହିଛନ୍ତି।

   Related Posts