ହାଇଦ୍ରାବାଦ ଏନକାଉଣ୍ଟରକୁ ନେଇ cjiଙ୍କ ବଡ ବୟାନ, ଜାଣନ୍ତୁ କହିଛନ୍ତି କ’ଣ?

Published By : Prameya-News7 Bureau | December 07, 2019 IST

ନୂଆଦିଲ୍ଲୀ ୭।୧୨:  ହାଇଦ୍ରାବାଦ ଗଣ ଦୁଷ୍କ୍କର୍ମ ଓ ହତ୍ୟା ଅଭିଯୁକ୍ତଙ୍କ ପୋଲିସ ଏନକାଉଣ୍ଟର ନେଇ ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡେ ଶନିବାର ବଡ ବୟାନ ଦେଇଛନ୍ତି। ଦୁଷ୍କର୍ମ ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇବା ଘଟଣାକୁ ସେ ସମାଲୋଚନା କରିଛନ୍ତି। ଯୋଦ୍ଧପୁରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମ ଅବସରରେ ସିଜେଆଇ  ‘ନ୍ୟାୟ କେବେ ବି ତରବରିଆ ଭାବେ ହୁଏ ନାହିଁ’ ବୋଲି କହିଛନ୍ତି। ସେହିପରି ‘ଯଦି ପ୍ରତିଶୋଧ ଭାବନା ରଖି ନ୍ୟାୟ  କରାଯାଏ ତେବେ ଏହାର ମୂଳ ଚରିତ୍ର ହିଁ ହରାଇଥାଏ ’ କହିଛନ୍ତି ମୁଖ୍ୟନ୍ୟାୟାଧୀଶ

{"id":194968,"width":584,"height":370,"sizeSlug":"large"}

ନ୍ୟାୟ ତରବରିଆ ହୋଇନଥାଏ
ରାଜସ୍ଥାନ ଯୋଦ୍ଧପୁରରେ ଶନିବାର  ହାଇକୋର୍ଟଙ୍କ ନୂଆ ଭବନ ଉଦଘାଟନ ଉତ୍ସବରେ ଯୋଗଦେଇଥିଲେ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି। ସେ କହିଥିଲେ ଯେ ନ୍ୟାୟ କେବେ ତରବରିଆ ଭାବେ କରାଯାଇପାରେ ମୁଁ ଭାବିପାରୁନି। ତେବେ ଯଦି ପ୍ରତିଶୋଧ ମନୋବୃତ୍ତି ରଖି ନ୍ୟାୟ କରାଯାଏ ତେବେ ନ୍ୟାୟର ମୂଳ ସ୍ୱରୂପ ହିଁ ବଦଳିଯାଏ। ଏଣୁ କେବେ ବି ପ୍ରତିଶୋଧମୂଳକ ମନଭାବ ରଖି ନ୍ୟାୟ କରାଯାଏନା।

{"id":194970,"sizeSlug":"large"}

ରାଷ୍ଟ୍ରପତି କରିଥିଲେ କୋର୍ଟର ଉଦଘାଟନ
ରାଜସ୍ଥାନ ହାଇକୋର୍ଟ ବିଲ୍ଡିଂର ଉଦଘାଟନ ରାଷ୍ଟ୍ରପତି ରାମନାଥ କୋବିନ୍ଦ କରିଥିଲେ। ତେବେ କାର୍ଯ୍ୟକ୍ରମରେ ସିଜେଆଇ ଆମନ୍ତ୍ରିତ  ଅତିଥି ଭାବେ ଯୋଗଦେଇଥିଲେ। ଏହି ନୂଆ ଭବନରେ ମୁଖ୍ୟ ବିଚାରପତିଙ୍କ କକ୍ଷ ସମେତ ୨୨ଟି ନ୍ୟାୟାଳୟ କକ୍ଷ ରହିଛି। ଏଥିରେ ନିୟମିତ ଶୁଣାଣି କକ୍ଷ ସମେତ ୨ଟି ଲୋକ ଅଦାଲତ କକ୍ଷ ବି ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.