Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||

CAA ବିରୋଧ ବେଳେ NPRକୁ ନେଇ ଅରୁନ୍ଧତୀ ରାୟଙ୍କ ବିବାଦୀୟ ବୟାନ, ଜାଣନ୍ତୁ କ’ଣ କହିଲେ ସୁବ୍ରମଣ୍ୟମ ସ୍ୱାମୀ

25/12/2019 at 10:29 PM

ନୂଆଦିଲ୍ଲୀ ୨୫।୧୨:  ନାଗରିକତା (ସଂଶୋଧିତ) ଆଇନ (ସିଏଏ) ଓ ଏନଆରସିକୁ ନେଇ ଦେଶରେ ବିରୋଧ ଚାଲିଥିବା ବେଳେ ସ୍ୱେଚ୍ଛାସେବୀ ତଥା ଲେଖିକା ଅରୁନ୍ଧତୀ ରାୟ ବୁଧବାର ନୂଆ ବିବାଦ ସୂତ୍ରପାତ କରିଛନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟ (ଡିୟୁ)ରେ ଛାତ୍ରଙ୍କ ବିକ୍ଷୋଭରେ ଭାଗନେବାକୁ ପହଞ୍ଚିଥିବା ଅରୁନ୍ଧତୀ ଛାତ୍ରଛାତ୍ରୀଙ୍କୁ ଏନପିଆର ଲାଗି ଆସିଥିବା ଅଧିକାରୀଙ୍କୁ ନାମ ସ୍ଥାନରେ ରଙ୍ଗାବିଲ୍ଲା ଓ ଠିକଣା ସ୍ଥାନରେ ସେଭେନ ରେସ୍‌କୋର୍ସ ରୋଡ କହିବାକୁ କହିଛନ୍ତି। ଏନପିଆର କାର୍ଯ୍ୟକର୍ତ୍ତାଙ୍କୁ ନିଜର ନାମ ଠିକଣା ନ ଦେବାକୁ ଉସକାଇଛନ୍ତି ଅରୁନ୍ଧତୀ। ଯାହାକୁ ନେଇ ଏବେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଅରୁନ୍ଧତୀ କହିଛନ୍ତି ଯେ ଆମକୁ କେବଳ ଆମର ନାମ ବା ଠିକଣା ନୁହେଁ ବହୁତ କିଛି ଏବେ ସାର୍ବଜନିକ କରିବାକୁ ପଡିବ। ଆମେ କେବଳ ଲାଠି ଓ ଗୁଳି ଖାଇବାକୁ ଜନ୍ମ ହୋଇନେ। ଭଲକରି ଭାବିକି ଦେଖ  ଆମକୁ ବୁଝିବିଚାରି କାମ କରିବାକୁ ପଡିବ। ଏଣୁ ଏନପିଆରକୁ ଯେ କୌଣସି ଉପାୟରେ ଆମକୁ ରୋକିବାକୁ ପଡିବ ବୋଲି କହିଛନ୍ତି ଅରୁନ୍ଧତୀ । ଯାହା ଏବେ ରାଜନୀତିକୁ ନୂଆ ଖୋରାକ ଯୋଗାଇଛି।  

ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଅରୁନ୍ଧତୀଙ୍କ ବୟାନକୁ ତୀବ୍ର ସମାଲୋଚନା କରିବା ସହ ଏଭଳି କଥା କେବଳ ଜଣେ ଦେଶଦ୍ରୋହୀ ହିଁ କହିପାରେ ବୋଲି କହିଛନ୍ତି। ଏଣୁ ଜାତୀୟ ସୁରକ୍ଷା ଆଇନରେ ତାଙ୍କୁ ତୁରନ୍ତ ଗିରଫ କରିବାକୁ ସ୍ୱାମୀ ଦାବି କରିଛନ୍ତି। ଅରୁନ୍ଧତୀ ତାଙ୍କ ବୟାନରେ ସାମ୍ପ୍ରଦାୟିକତା ପ୍ରସାର କରୁଥିବାର ବି ସ୍ୱାମୀ କହିଛନ୍ତି। ଅରୁନ୍ଧତୀ ୨୦୦୨ରେ ନରେନ୍ଦ୍ର ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ବେଳେ ଯେପରି ଗୋଧ୍ରାକାଣ୍ଡ କରିଥିଲେ ସେହିପରି ଉତ୍ତରପ୍ରଦେଶରେ ଦଙ୍ଗା ଲାଗି ସରକା ରଉଦ୍ୟମ କରୁଥିବା ଡିୟୁରେ  କହିଛନ୍ତି।

   Related Posts