ମହାରାଷ୍ଟ୍ର ସରକାରକୁ ନେଇ ବୟାନବାଜୀ ପ୍ରସଙ୍ଗରେ ଜାଣନ୍ତୁ କ’ଣ କହିଲେ ଓବେସୀ

Published By : Prameya-News7 Bureau | November 12, 2019 IST

ହାଇଦ୍ରାବାଦ ୧୨।୧୧ :  ‘ଆଗ ନିକାହ ତ ହେଉ ତା ପରେ ଜଣାପଡିବ ପୁଅ ହେବ କି ଝିଅ’! ମହାରାଷ୍ଟ୍ର ସରକାର ପ୍ରସଙ୍ଗରେ ଏଭଳି ବୟାନ ଦେଇଛନ୍ତି ଏଆଇଏମଆଇଏମ ନେତା ଅସାଦୁଦ୍ଦିନ ଓବେସୀ।  ଆଉ କିଛି ସମୟ ପରେ ମହାରାଷ୍ଟ୍ର ନୂଆ ସରକାର ସମ୍ପର୍କରେ ଚିତ୍ର ସ୍ପଷ୍ଟ ହୋଇଯିବ । ତେବେ ତା ପୂର୍ବରୁ ନେତାମାନଙ୍କର ବୟାନ ଆସିବାରେ ଲାଗିଲାଣି। ଏଥିରେ ରାଜ୍ୟରେ ସରକାର ଗଠନ ପରେ ହିଁ ଯାଇ ଯାହା କିଛି କହି ହେବ ବୋଲି କହିଛନ୍ତି ଓବେସୀ ।

{"id":183005,"width":575,"height":575}

ରାଜ୍ୟରେ ଶିବସେନା, ଏନସିପି ଓ କଂଗ୍ରେସ ମିସି ସରକାର ଗଠନ କରିବାକୁ ଏବେ ଜୋରଦାର ଉଦ୍ୟମ ଚଳାଇଛନ୍ତି। ଯଦି ରାଜ୍ୟରେ ଏନସିପି ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ଏଆଇଏମଆଇଏମ ସମର୍ଥନ ଦେବ କି ବୋଲି ଗଣମାଧ୍ୟମ ଓବେସୀଙ୍କୁ ପ୍ରଶ୍ନ କରିଥିଲେ। ଜବାବରେ ଓବେସୀ କହିଥିଲେ ଯେ ବିଜେପି-ଶିବସେନା ମେଣ୍ଟ ହେଉ କି ଏନସିପି, କଂଗ୍ରେସ-ଶିବସେନା ମେଣ୍ଟ ଉଭୟ ମେଣ୍ଟରେ ବିଜେପି ନୀତି ହିଁ ଚଳିବ। ଏଣୁ ଏଭଳି କୌଣସି ମେଣ୍ଟକୁ ଏଆଇଏମଆଇଏମ ସମର୍ଥନ କରିବାର ପ୍ରଶ୍ନ ଉଠୁନାହିଁ। 

wp:html /wp:html

ଓବେସୀ କହିଛନ୍ତି ଯେ ଏପର୍ଯ୍ୟନ୍ତ ବଡ ଦଳମାନେ ଆମକୁ ଭୋଟ କାଟିବାକୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରୁଥିବାର କହୁଥିଲେ। ହେଲେ ଏବେ କେଉଁମାନେ ଏଭଳି ରାଜନୀତି କରୁଛନ୍ତି ତାହା ସେମାନେ ଏବେ ଭଲଭାବେ ଜାଣୁଥିବେ । ସେ କହିଛନ୍ତି ଯେ  ଶିବସେନା ଓ ବିଜେପିରେ କୌଣସି ପାର୍ଥକ୍ୟ ନାହିଁ, ହେଲେ କଂଗ୍ରେସର ଅସଲ ଚେହେରାରୁ ଏତେଦିନରୁ ପର୍ଦ୍ଦା କିନ୍ତୁ ହଟିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.