ଆଜି ଦୋଷମୁକ୍ତ ହୋଇଗଲେ ଭାରତର ମୁସଲମାନ: ସୁନ୍ନି ସୋସିଆଲ ଫୋରମ ଅଧ୍ୟକ୍ଷ

Published By : Prameya-News7 Bureau | August 05, 2020 IST

ଅଯୋଧ୍ୟା ୫।୮: ରାମଜନ୍ମଭୂମି ମନ୍ଦିର ନିର୍ମାଣ ଲାଗି ଭୂମି ପୂଜା ଉତ୍ସବରେ ଯୋଗଦେବାକୁ ଅଯୋଧ୍ୟାର ମୁସଲମାନମାନେ ଖୁବ୍ ଆଗ୍ରହୀ ଥିଲେ। ହେଲେ କୋଭିଡ-୧୯ ମହାମାରୀ ଯୋଗୁ ସେମାନଙ୍କ ଇଛା ପୂରଣ ହୋଇପାରିନି। ଘରେ ଟେଲିଭିଜନରେ କାର୍ଯ୍ୟକ୍ରମର ସିଧାପ୍ରସାରଣରେ ସେମାନଙ୍କୁ ଖୁସି ହେବାକୁ ପଡିଛି।  ହେଲେ ଏଥିଲାଗି ସେମାନେ ବ୍ୟଥୀତ ନୁହନ୍ତି, ସେମାନେ କରସେବକ ଓ ପରିସ୍ଥିତି ସ୍ୱଭାବିକ୍ ହେଲେ ନିର୍ମାଣ ସ୍ଥଳକୁ ଯାଇ କରସେବା କରିବେ ବୋଲି କହିଛନ୍ତି। ତେବେ ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଆଜି ସାରା ଦେଶର ମୁସଲମାନଙ୍କୁ ଦୋଷମୁକ୍ତ  କରିଦେଇଛି ବୋଲି ସୁନ୍ନି ସୋସିଆଲ ଫୋରମର ଅଧ୍ୟକ୍ଷ ରାଜା ରଇସ୍‌ କହିଛନ୍ତି।

{"id":310346,"sizeSlug":"large"}

ରଇସ୍ କହିଛନ୍ତି ଯେ ଆମେ କରସେବକ ଓ ଭଗବାନ ରାମଙ୍କୁ ଆମେ ‘ଇମାମ-ଏ-ହୀନ୍ଦ’ଭାବେ ମାନୁ। ଆଜିର ଦିନଟି ସାରା ଦେଶରେ ଉତ୍ସବର ଦିନ। ଏଥିପାଇଁ ଆମେବି ଉତ୍ସବ ପାଳନ କରୁଛୁ ଢୋଲ ହାରମୋନିୟମ ବଜାଇ ଆମର କୁସି ବ୍ୟକ୍ତ କରୁଛୁ ବୋଲି  ରଇସ୍ କହିଛନ୍ତି। ସେ କହିଛନ୍ତି ଯେ ଆମ ପୂର୍ବଜମାନେ ହିନ୍ଦୁ ଥିଲେ। ଏଣୁ ଅଯୋଧ୍ୟା ଓ ରାମ ଜନ୍ମଭୂମିକୁ ନେଇ ଦେଶର ମୁସଲମାନମାନେ ମଧ୍ୟ ଖୁବ୍ ଉତ୍ସାହିତ। ପ୍ରଧାନମନ୍ତ୍ରୀ ରାମ ଜନ୍ମଭୂମିରେ ମନ୍ଦିର ନିର୍ମାଣ ଲାଗି ଆଧାରଶିଳା ରଖି ମନ୍ଦିର ନିର୍ମାଣକୁ ନିଶ୍ଚିତ୍ କରିଛନ୍ତି। ଏହା ସହ ଦେଶରେ ମୁସଲମାନ୍‌ମାନେ ମଧ୍ୟ ଦୋଷମୁକ୍ତ ହୋଇଯାଇଛନ୍ତି ବୋଲି ରଇସ୍‌ କହିଛନ୍ତି।

{"id":310347,"sizeSlug":"large"}

ଭୂମି ପୂଜା ସିଧା ପ୍ରସାରଣକୁ ଅଯୋଧ୍ୟାର ମୁସଲମାନମାନେ ଘରେଘରେ ଦେଖିଛନ୍ତି ଓ ଦୀପ ମଧ୍ୟ ଜଳାଇଛନ୍ତି। ଏବେ ଅଯୋଧ୍ୟା ରାମମନ୍ଦିର ହିନ୍ଦୁ ମୁସଲମାନ ଭାତୃତ୍ୱର କେନ୍ଦ୍ର ହେବ ବୋଲି ସେ କହିଛନ୍ତି। ସେହିପରି ଆଜିର ଦିନକୁ ଇଦ ଭଳି ଖୁସିର ଦିନ ବୋଲି କହିଛନ୍ତି ବରେଲୀର ଜମୀର ରଜା। ଆମକୁ ଆଜି ଦ୍ୱିତୀୟ ଇଦ୍‌ର ଖୁସି ଭଳି ଲାଗୁଥିବା ସେ କହିଛନ୍ତି। ତେବେ କାର୍ଯ୍ୟକ୍ରମରେ ଭାଗ ନେଇପାରିନଥିବାରୁ କାନପୁରର ସନ୍ନୋ ଖାନ୍‌ ଦୁଃଖ ବ୍ୟକ୍ତ କରିଛନ୍ତି। ରାମ ମନ୍ଦିର ଲାଗି ତାଙ୍କ ମାନସିକ କିପରି ପୂରଣ କରିବେ ସନ୍ନୋ ଚିନ୍ତାରେ ପଡିଛନ୍ତି । ରାମ ମନ୍ଦିର ନିର୍ମାଣ କାମରେ ସପରିବାର ବନ୍ଧୁବାନ୍ଧବଙ୍କ ସହ ସାମିଲ ହେବା ତାଙ୍କର ମାନସିକ ଥିଲା। ଏବେ କୋଭିଡ-୧୯ରେ ତାଙ୍କ ମାନସିକ କିପରି ପୂରଣ ହେବ ତାହା ଭଗବାନ ରାମ ହିଁ ଜାଣନ୍ତି ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.