Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଦାଖଲ-ଖାରଜ ବା ମ୍ୟୁଟେସନର ଅର୍ଥ ନୁହେଁ ମାଲିକାନା ହକ୍ : ସୁପ୍ରିମକୋର୍ଟ

11/09/2021 at 8:11 PM

ନୂଆଦିଲ୍ଲୀ ୧୧।୯: ସମ୍ପତ୍ତିର ମାଲିକାନା ହକ୍ ନେଇ ସୁପ୍ରିମକୋର୍ଟ ଶନିବାର ଐତିହାସିକ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ରେଭିନ୍ୟୁ ରେକର୍ଡରେ ସମ୍ପତ୍ତିର ଦାଖଲ-ଖାରଜ ବା ମ୍ୟୁଟେସନ ହୋଇଗଲେ ଯେ ମାଲିକାନା ହକ୍ ମିଳିଯାଏନି କି ସମାପ୍ତ ହୋଇଯାଏନି ।  ତେବେ ଉପଯୁକ୍ତ ସିଭିଲ କୋର୍ଟ ହିଁ ଏହି ମାଲିକାନା ଧାର୍ଯ୍ୟ କରନ୍ତି। ତେବେ ରେଭିନ୍ୟୁ ରେକର୍ଡରେ ଦାଖଲ-ଖାରଜ କେବଳ ଆର୍ଥିକ ଉଦ୍ଦେଶ୍ୟ ଲାଗି ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଦେଇଛନ୍ତି।

ସର୍ବୋଚ୍ଚ ନ୍ୟାୟାଳୟଙ୍କ ଜଷ୍ଟିସ୍ ଏମ.ଆର.ଶାହ ଓ ଜଷ୍ଟିସ୍ ଅନିଋଦ୍ଧ ବୋସ୍‌ଙ୍କ ପୀଠ କହିଛନ୍ତି ଯେ ରେଭିନ୍ୟୁ ରେକର୍ଡରେ କେବଳ ଏକ ଏଣ୍ଟ୍ରିରେ ସମ୍ପତ୍ତି ଯାହାଙ୍କ ନାମରେ ସେ ତାର ମାଲିକ ହୋଇ ଯାଇପାରେବନି। କୋର୍ଟ କହିଛନ୍ତି ଯେ ଆଇନରେ ଧାର୍ଯ୍ୟ ପ୍ରସ୍ତାବ ଅନୁସାରେ ଦାଖଲ-ଖାରଜ ସମ୍ପର୍କିତ ଏଣ୍ଟ୍ରି ବ୍ୟାକ୍ତିଙ୍କ ପକ୍ଷରେ କୌଣସି ଅଧିକାର, ଟାଇଟଲ ଅଥବା ତାଙ୍କ ସପକ୍ଷରେ ନିଷ୍ପତ୍ତି କରେ ନାହିଁ । ଏହା କେବଳ ସମ୍ପତ୍ତିର ଆର୍ଥିକ ଉଦ୍ଦେଶ୍ୟ ଲାଗି ବୋଲି ସ୍ପଷ୍ଟ କରିଦେଇଛନ୍ତି।

ତେବେ ସମ୍ପତ୍ତିର ମାଲିକାନା ହକ୍ ସମ୍ପର୍କରେ କୋର୍ଟ କହିଛନ୍ତି ଯେ ଯେତେବେଳେ ଇଛାପତ୍ର (ୱିଲ ବା ବସିୟତ) ଆଧାରରେ ଦାଖଲ-ଖାରଜ ଦାବି କରାଯାଏ ଓ ଯେଉଁ ପକ୍ଷ ଦାବିଦାର ସେ ଇଛାପତ୍ର ସହ ଉପଯୁକ୍ତ ସିଭିଲ କୋର୍ଟରେ ଆବେଦନ କରିବା ବିଧେୟ।  ସିଭିଲକୋର୍ଟଙ୍କ ନିଷ୍ପତ୍ତି ଆଧାରରେ ଆବଶ୍ୟକ ଦାଖଲ-ଖାରଜ ଏଣ୍ଟ୍ରି କରାଯାଇପାରେ ବୋଲି ପୀଠ ସ୍ପଷ୍ଟ କରିଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ଆଦେଶ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଏକ ରାୟକୁ କାୟମ ରଖିଛି। ଯେଉଁଥିରେ ରିଭା ସେକ୍ସନର ଅତିରିକ୍ତ ଆୟୁକ୍ତଙ୍କ ଦ୍ୱାରା ଗୃହୀତ ଆଦେଶକୁ ଖାରଜ କରିଦିଆଯାଇଥିଲା। ଯେଉଁଥିରେ ଆୟୁକ୍ତ ରେଭିନ୍ୟୁ ରେକର୍ଡରେ ଜଣେ ବ୍ୟକ୍ତିଙ୍କ ନାମ ବଦଳାଇ ଦେବାକୁ ଆଦେଶ ଦେଇଥିଲେ।   

   Related Posts