Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଆମକୁ ନେତା ହେବାର ସଉକ ନାହିଁ, ନିର୍ବାଚନ ଲଢିବାର ଅଛି ତ ଆପଣ ଲଢ଼ନ୍ତୁ : ରାକେଶ ଟିକାୟତ

7/12/2021 at 8:07 PM

ଗାଜିପୁର ବର୍ଡର ୭।୧୨: କେନ୍ଦ୍ର ସରକାର ୩ କୃଷି ଆଇନ ପ୍ରତ୍ୟାହାର କରିସାରିଲେଣି। ହେଲେ ଦିଲ୍ଲୀ ସୀମାରୁ ଏବେବି ଉଠି ନାହାନ୍ତି ଚାଷୀ। ଗାଜିପୁର ବର୍ଡରରେ ଆନ୍ଦୋଳନ ଚଳାଇଥିବା ଭାରତୀୟ କିଷାନ ୟୁନିୟନ (ବିକେୟୁ) ନେତା ରାକେଶ ଟିକାୟତ ଏମଏସପି ଗ୍ୟାରେଣ୍ଟି ଆଇନ ନ ହେବା ପର୍ଯ୍ୟନ୍ତ ତାଙ୍କ ଆନ୍ଦୋଳନ ସମାପ୍ତ ହେବନି ବୋଲି ମଙ୍ଗଳବାର କହିଛନ୍ତି। ସେପଟେ ୨୦୨୨ ବିଧାନସଭା ନିର୍ବାଚନ ଲାଗି ଉତ୍ତରପ୍ରଦେଶ ଏବେ ହୁଲସ୍ତୁଲ ହେଉଛି। ନିର୍ବାଚନ ପ୍ରଚାର ଏବେ ଯୋଗୀ ବନାମ ଅଖିଳେଶ ହୋଇ ସାରିଥିବା ବେଳେ ଟିକାୟତ ସପା ପକ୍ଷରୁ ନିର୍ବାଚନ ଲଢିବେ କି ବୋଲି ଗଣମାଧ୍ୟମ ପ୍ରଶ୍ନର ଜାଣନ୍ତୁ କଣ ଜବାବ ରଖିଛନ୍ତି?

ଦେଶରେ କୃଷି ଆଇନ ପ୍ରତ୍ୟାହାର ଲାଗି ସରକାରଙ୍କୁ ଟିକାୟତ ଏକ ପ୍ରକାର ବାଧ୍ୟ କରିଦେଇଥିଲେ। ଆଇନର ପ୍ରତ୍ୟାହାର ଏବେ ଆନ୍ଦୋଳନ ସଫଳତାର ମାପକାଠି ପାଲଟି ଯାଇଛି। ଏଣୁ ଟିକାୟତ ଏବେ ଦେଶର ଲୋକପ୍ରୀୟ କୃଷକ ନେତା ପାଲଟିଛନ୍ତି। ଏଥିରେ ସେ କୌଣସି ରାଜନୈତିକ ଦଳର ଅଫର ନେବେ କି ବୋଲି ଗଣମାଧ୍ୟମ ପ୍ରଶ୍ନ କରିଥିଲେ। ତେବେ ତାଙ୍କ ଆନ୍ଦୋଳନରେ କୌଣସି ରାଜନୈତିକ ଦଳର ସମର୍ଥନ ନଥିଲା କି ଚାଷୀ କେଉଁ ରାଜନୈତିକ ଦଳ  ପ୍ରାୟୋଜନରେ ଆନ୍ଦୋଳନ କରୁନଥିଲେ ବୋଲି ଟିକାୟତ କହିଛନ୍ତି। ଏଣୁ କୌଣସି ରାଜନୈତିକ ଦଳକୁ ନିର୍ବାଚନରେ କୃଷକ ସଙ୍ଗଠନ ସମର୍ଥନ କରୁନଥିବା ଟିକାୟତ କହିଛନ୍ତି।

ଏଥିରେ ଯଦି ୟୁପିରେ ତାଙ୍କୁ ସପାର ଟିକେଟ ମିଳେ ସେ ନିର୍ବାଚନ ଲଢିବେ କି ବୋଲି ପଚରା ଯିବାରେ ଆମକୁ ନେତା ହେବାର ସଉକ ନାହିଁ, ନିର୍ବାଚନ ଲଢିବାର ଅଛି ତ ଆପଣମାନେ ଲଢନ୍ତୁ ବୋଲି ଟିକାୟତ ସାମ୍ବାଦିକଙ୍କୁ କହିଛନ୍ତି। ତେବେ ଚାଷୀମାନେ କେବଳ ସେହିମାନଙ୍କ ସହ କଥା ହୁଅନ୍ତି ଯାହାର ସରକାର ଥାଏ ବୋଲି ସେ କହିଛନ୍ତି। ଏଣୁ ଯେଉଁ ସରକାର ଚାଷୀଙ୍କ କାମ କରେ ନିର୍ବାଚନ ଆସିଲେ ଲୋକେ ନିଜେ ସେହି ସରକାରଙ୍କ କାମର ହିସାବ କିତାବ ଯୋଡନ୍ତି ବୋଲି କହିଛନ୍ତି। 

   Related Posts