Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ପଡ଼ୋଶୀଙ୍କ ଲାଗି ଯେପରି ବିପଦର କାରଣ ନ ହୁଏ ଆଫଗାନିସ୍ତାନ: ପୁତିନ

9/09/2021 at 8:30 PM

ନୂଆଦିଲ୍ଲୀ ୯।୯: ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ ଗୁରୁବାର ତ୍ରୟୋଦଶ ବ୍ରିକସ୍‌ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ପୁତିନ ତାଙ୍କ ଭାଷଣରେ ଆଫଗାନିସ୍ତାନ ପ୍ରସଙ୍ଗ ମଧ୍ୟ ରଖିଥିଲେ। ଦେଶରୁ ଆମେରିକାର ପ୍ରତ୍ୟାବର୍ତ୍ତନ ପରେ କ୍ଷେତ୍ରରେ ନୂଆ ସଂକଟ ସୃଷ୍ଟି ହୋଇଥିବା ପୁତିନ କହିଛନ୍ତି। ତେବେ ଆଫଗାନିସ୍ତାନ ଯେପରି ପଡୋଶୀଙ୍କ ଲାଗି ଚିନ୍ତାର କାରଣ ନ ହୁଏ ସେ ନେଇ ମଧ୍ୟ ଚେତାଇ ଦେଇଛନ୍ତି।  ବିଶେଷ କରି ମାଦକଦ୍ରବ୍ୟ ତସ୍କରୀ ଓ ଆତଙ୍କବାଦ ସ୍ରୋତ ଲାଗି ଯେପରି ଆଫଗାନିସ୍ତାନ ବିପଦ ଭାବେ ଉଭା ନହୁଏ ସେ ନେଇ ସତର୍କ କରାଇଛନ୍ତି।

ଆଫଗାନିସ୍ତାନରେ ଜାରି ଆଞ୍ଚଳିକ ବିବାଦର ମଧ୍ୟ ଏପର୍ଯ୍ୟନ୍ତ ସମାଧାନ ହୋଇନି। ଏଥିରେ ନୂଆ ସଂଘର୍ଷର ମଧ୍ୟ ସୂତ୍ରପାତ ହୋଇଥିବା କହିଛନ୍ତି। ତେବେ ଏହା ଆଞ୍ଚଳିକ ଅଥବା ବୈଶ୍ୱିକ ସୁରକ୍ଷାକୁ କିପରି ପ୍ରଭାବିତ କରିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନଥିବା ପୁତିନ କହିଛନ୍ତି। ସେ କହିଛନ୍ତି ଯେ ବ୍ରିକ୍ସ ସହଯୋଗୀଙ୍କ ଭଳି ଋଷିଆ ମଧ୍ୟ ଆଫଗାନିସ୍ତାନରେ ସ୍ଥାୟୀ ଶାନ୍ତି ଓ ସ୍ଥିରତା ନେଇ ଲଗାତାର କହି ଆସୁଛି ।

ସଦସ୍ୟ ଦେଶଙ୍କ ସହ ଭାଗିଦାରୀ ବୃଦ୍ଧି ନେଇ ମଧ୍ୟ ପୁତିନ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତ୍ରୟୋଦଶ ବ୍ରିକ୍ସ ସମ୍ମିଲନୀର  ଚଳିତବର୍ଷ ‘ବ୍ରିକ୍ସ ଆଟ ୧୫: ନିରନ୍ତରତା, ଏକିକରଣ ଓ ସହମତି ପାଇଁ ଆନ୍ତଃ ବ୍ରିକ୍ସ ସହଯୋଗ’ଶୀର୍ଷକରେ ପୁତିନ ତାଙ୍କର ଏହି ଅଭିଭାଷଣ ରଖିଛନ୍ତି।  

   Related Posts