Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

କେଉଁ ପର୍ଯ୍ୟନ୍ତ ଦିଲ୍ଲୀରେ ଜାରି ରହିବ ଲକଡାଉନ, ମୁଖ୍ୟମନ୍ତ୍ରୀ କେଜରିୱାଲ ଦେଲେ ସୂଚନା

4/05/2021 at 5:41 PM

ନୂଆଦିଲ୍ଲୀ ୪।୫: କରୋନା ଦ୍ୱିତୀୟ ଲହର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀକୁ ଗୁରୁତର ପ୍ରଭାବିତ କରିଛି। ସଂକ୍ରଣ ବୃଦ୍ଧି ସାଙ୍ଗକୁ ଆକ୍ରାନ୍ତଙ୍କ ମୃତ୍ୟୁ ହାର ବୃଦ୍ଧି ରାଜଧାନୀରେ ଶ୍ମଶାନ ସଂକଟ ସୃଷ୍ଟି କରିଥିଲା। ଫଳରେ ସରକାର ଦିଲ୍ଲୀରେ ଲକଡାଉନ ଜାରି କରିଥିବା ବେଳେ ଥରକୁ ଥର ସମ୍ପ୍ରସାରଣ କରୁଛନ୍ତି। ପୂର୍ବରୁ ଦିଲ୍ଲୀରେ ମେ ୫ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା ହୋଇଥିଲା। ଏବେ ସରକାର ଘୋଷଣା ଶଂସୋଧନ କରି ୧୦ ମେ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି।

ଦିଲ୍ଲୀରେ ଲକଡାଉନ ଜାରି ଥିବା ବେଳେ ରାଜ୍ୟ ସରକାର ୭୨ଲକ୍ଷ ରେସନକାର୍ଡଧାରୀଙ୍କୁ ୨ ମାସର ରେସନ ନିଶୁଳ୍କ ପ୍ରଦାନ ଲାଗି ଘୋଷଣା କରିଛନ୍ତି। ଯାହା ରାଜଧାନୀ ଦିଲ୍ଲୀରେ ଲକଡାଉନ ଲାଗି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି। ରାଜ୍ୟ ସରକାର ହୁଏତ ୨ ମାସ ପର୍ଯ୍ୟନ୍ତ ଲକଡାଉନ ବଳବତ୍ତର ରଖିପାରନ୍ତି ବୋଲି ଗୁଜବ ପ୍ରଚାରିତ ହେଉଛି। ତେବେ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଙ୍ଗଳବାର ମୁହଁ ଖୋଲିଛନ୍ତି। ଆସନ୍ତୁ ଜାଣିବା କଣ କହିଛନ୍ତି କେଜରିୱାଲ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୨ ମାସର ମଗାଣ ରେସନ ବିତରଣର ଅର୍ଥ ନୁହେଁ ଯେ ଜାତୀୟ ରାଜଧାନୀ ୨ ମାସ ପର୍ଯ୍ୟନ୍ତ ଲକଡାଉନରେ ରହିବ। ଏହା ଛଡା ମୁଖ୍ୟମନ୍ତ୍ରୀ ରାଜଧାନୀରେ ଅଟୋ ରିକ୍ସା ଓ ଟ୍ୟାକ୍ସି ଚାଳକଙ୍କ ଲାଗି ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହୟତା ମଧ୍ୟ ଘୋଷଣା କରିଛନ୍ତି। ଦିଲ୍ଲୀରେ କରୋନା ସଂକ୍ରମଣ ଆୟତ୍ତ କରିବାକୁ ଏପ୍ରିଲ ୧୯ରେ ପ୍ରଥମେ ଲକଡାଉନ ଜାରି ହୋଇଥିଲା। ଫଳରେ ସଂକ୍ରମଣ ହ୍ରାସ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ହୋଇଛି। ସୋମବାର ଦିଲ୍ଲୀରେ କରୋନା ଆକ୍ରାନ୍ତ ୪୪୮ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ସମୟରେ ୧୮ ହଜାର ୪୩ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

   Related Posts