Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଆଜିକାଲି ଉପଦେଶ ଦେବା ମଧ୍ୟ ଅପରାଧ ! ଜାଣନ୍ତୁ ରାହୁଲ ଓ ପ୍ରିୟଙ୍କାଙ୍କ ସମ୍ପର୍କରେ କ’ଣ କହିଲେ ଗୁଲାମନବୀ

5/12/2021 at 9:44 PM

ଜମ୍ମୁ ୫।୧୨: କଂଗ୍ରେସର ଜି-୨୩ ନେତାଙ୍କ ମଧ୍ୟରେ ସାମିଲ ଗୁଲାମନବୀ ଆଜାଦ ନାମ ନନେଇ  ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଭଦ୍ରାଙ୍କ ନେତୃତ୍ୱ କ୍ଷମତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଆଜିକାଲି ପାର୍ଟିରେ ପରିବେଶ ଏପରି ହୋଇଛି ଏଠି ପରାମର୍ଶ ଦେବା ମଧ୍ୟ  ଅପରାଧ ବା ବିଦ୍ରୋହ ବିବେଚନା କରାଯାଉଛି। ତେବେ ଆଜି ମଧ୍ୟ ସୋନିଆଙ୍କ ସହ ତାଙ୍କର ଉତ୍ତମ ସମ୍ପର୍କ ଥିବା କହିଥିବା ବେଳେ ଇନ୍ଦିରା ଗାନ୍ଧି ଓ ରାଜୀବ ଗାନ୍ଧିଙ୍କ ସମୟରେ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ କଥା ଶୁଣା ଯାଉଥିଲା, ହେଲେ ଏବେକା ପରିସ୍ଥିତି ଭିନ୍ନ ବୋଲି କହିଛନ୍ତି ଗୁଲାମ ନବୀ ।

ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କଂଗ୍ରେସରେ ରାହୁଲ ଓ ପ୍ରିୟଙ୍କାଙ୍କ ନାମ ନନେଇ ବଡ ରାଜନୈତିକ ବୋମା ବିସ୍ଫୋରଣ କରିଛନ୍ତି। ଖାସ ଏଥିଯୋଗୁ ଦେଶରେ ବିଜେପି ବେଳକୁ ବେଳ ମଜଭୁତ ହେଉଥିବା ସେ ଅଭିଯୋଗ କରିଛନ୍ତି। ନୂଆ ପୀଢ଼ିର ପାର୍ଟି ନେତୃତ୍ୱଙ୍କ ଆଗରେ ନିଜର ବିଚାର ରଖିବା ମଧ୍ୟ ଏବେ ଅପରାଧ ବୁଝା ଯାଉଥିବା କହିଛନ୍ତି। ଦେଶରେ ମଜଭୁତ ଶାସକ ଦଳ ଆଗରେ କଂଗ୍ରେସ ଏକ ଲାଚାର ବିରୋଧୀ ଦଳରେ ପରିଣତ ହୋଇଛି। ଯାହାର ବିଜେପି ଏବେ ଭରପୁର ଫାଇଦା ନେଉଥିବାର ସେ କହିଛନ୍ତି।

ଆଗରୁ ଇନ୍ଦିରା ଗାନ୍ଧିଙ୍କ ସହ କାମ କରିବାରେ ଅଭ୍ୟସ୍ତ ଥିଲୁ। ରାଜୀବ ଗାନ୍ଧି ଆସିଲେ ତାଙ୍କ ସହ କାମ କରିବା ଅଭ୍ୟାସରେ ପଡିଗଲା। କେବେ ସୋନିଆଙ୍କ ନେତୃତ୍ୱଙ୍କୁ ଦଳରେ କେହି ଚାଲେଞ୍ଜ ବି କରି ନାହାନ୍ତି। ହେଲେ ନୂଆ ପୀଢିଙ୍କ ଆଗରେ କଥା କହିଲେ ବିଦ୍ରୋହୀ ବୋଲି କୁହାଯାଉଛି। ଏପରିକି ବରିଷ୍ଠ ନେତାଙ୍କ କଥା ଏବେକା ନେତା ଏକାନରେ ପୁରାଇ ସେକାନରେ ବାହାର କରିଦେଉଥିବାର ନବୀ  ତାଙ୍କ ଦୁଃଖ ବଖାଣିଛନ୍ତି।

   Related Posts