ଧନୁ ରାଶିରେ ସୂର୍ଯ୍ୟ : ଜାଣନ୍ତୁ କେଉଁ ରାଶି ଉପରେ ପଡ଼ିବ କିଭଳି ପ୍ରଭାବ

Published By : Prameya-News7 Bureau | December 19, 2019 IST

ସୂର୍ଯ୍ୟ ଦେବତା ଧନୁ ରାଶିରେ ପ୍ରବେଶ କରିବା ଦ୍ବାରା ଧନୁ ମଳମାସ ଆରମ୍ଭ ହୋଇଯାଇଛି। ଡିସେମ୍ବର ୧୬ତାରିଖ ଦ୍ବିପ୍ରହର ୩ଟା ୨୮ମିନିଟରେ ସୂର୍ଯ୍ୟ ଧନୁ ରାଶିରେ ପ୍ରବେଶ କରିବେ ଏବଂ ଜାନୁୟାରୀ ୧୪ତାରିଖ ବିଳମ୍ବିତ ରାତି ୨ଟା ୮ମିନିଟ ଯାଏଁ ଏଠାରେ ରହି ମକର ରାଶିରେ ପ୍ରବେଶ କରିବେ। ସୂର୍ଯ୍ୟ ଧନୁ କିମ୍ବା ମୀନ ରାଶିରେ ପ୍ରବେଶ କରି ଏଠାରେ ରହିଲେ ଏହି ସମୟକୁ ମଳମାସ ବୋଲି କୁହାଯାଇଥାଏ। ବର୍ଷରେ ୨ଥର ମଳମାସ ହୋଇଥାଏ।

ମଳମାସରେ କୌଣସି ଶୁଭ କାର୍ଯ୍ୟ ଯେପରିକି ବିବାହ,ଗୃହପ୍ରବେଶ,ମୁଣ୍ଡନ ସଂସ୍କାର ଆଦି ବର୍ଜିତ ହୋଇଥାଏ। ଏହି ସମୟରେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବା ଫଳଦାୟକ ହୋଇଥାଏ। ଏହା ବ୍ୟତୀତ ସୂର୍ଯ୍ୟ ଦେବତା ଯେତେବେଳେ କୌଣସି ରାଶିରେ ପ୍ରବେଶ କରିଥାଆନ୍ତି ତେବେ ଅନ୍ୟ ରାଶିର ବ୍ୟକ୍ତିଙ୍କ ଉପରେ ଏହାର ପ୍ରଭାବ ପଡ଼ିଥାଏ। ତେବେ ଆସନ୍ତୁ ଜାଣିବା  ଆସନ୍ତା ୩୦ଦିନ ଯାଏଁ ସୂର୍ଯ୍ୟ ଦେବତାଙ୍କ ସମସ୍ତ ରାଶି ଉପରେ କି ପ୍ରଭାବ ପଡ଼ିବ ଏବଂ ଏହି ସମୟରେ ଶୁଭ ଫଳ ପାଇବା ପାଇଁ ଏବଂ ଅଶୁଭ ଫଳରୁ ବର୍ତ୍ତିବା ପାଇଁ ଆମକୁ କ’ଣ କରିବାକୁ ପଡ଼ିବ।

{"id":199694,"sizeSlug":"large"}

୧.ମେଷ ରାଶି : ସୂର୍ଯ୍ୟ ଦେବତା ମେଷ ରାଶିର ବ୍ୟକ୍ତିଙ୍କ ଜାତକରେ ନବମ ସ୍ଥାନରେ ଗୋଚର କରିବେ। ଜାତକରେ ନବମ ସ୍ଥାନ ଭାଗ୍ୟର ସ୍ଥାନ। ଏହି ସ୍ଥାନରେ ସୂର୍ଯ୍ୟଙ୍କ ଗୋଚର ଦ୍ବାରା ଆପଣଙ୍କ ଭାଗ୍ୟ ଉଦୟ ହେବ। ଆପଣଙ୍କ ଦୃଢ଼ ବିଚାରଶକ୍ତି ସମ୍ପନ୍ନ ହେବେ। ନାତି ନାତୁଣୀ ସୁଖ ମିଳିବ। ଭାଇ ଭଉଣୀ ସମ୍ପର୍କ ମଧୁର ହେବ। ପରିବାରିକ କାର୍ଯ୍ୟରେ ଧନ ଖର୍ଚ୍ଚ ହୋଇପାରେ। ପୁଅ ଏବଂ ବାହନ ସୁଖ ମିଳିବ। ଆପଣଙ୍କୁ ପରିଶ୍ରମ ଅନୁସାରେ ଫଳ ମିଳିବ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ଏହି ସମୟରେ ସୂର୍ଯ୍ୟଙ୍କ ଶୁଭ ଫଳ ସୁନିଶ୍ଚିତ କରିବା ପାଇଁ ଏବଂ ଅଶୁଭ ଫଳରୁ ବର୍ତ୍ତିବା ପାଇଁ ଘରେ ଥିବା ପୁରୁଣା ପିତ୍ତଳ ବାସନକୁ ପରବର୍ତ୍ତୀ ସଂକ୍ରାନ୍ତି ସୁଦ୍ଧା ବିକିବା କଥା ପୂରାପୂରି ଭୁଲିଯାଆନ୍ତୁ। ଏହି ସମୟରେ କାହାଠୁ ମାଗଣାରେ ଚାନ୍ଦି କିମ୍ବା ଚାଉଳ ନିଅନ୍ତୁ ନାହିଁ।

{"id":199695,"sizeSlug":"large"}

୨.ବୃଷ ରାଶି : ସୂର୍ଯ୍ୟ ଦେବତା ବୃଷ ରାଶିର ବ୍ୟକ୍ତିଙ୍କ ଜାତକରେ ଅଷ୍ଟମ ସ୍ଥାନରେ ଗୋଚର କରିବେ। ଅଷ୍ଟମ ସ୍ଥାନ ଆୟୁ ସହ ସମ୍ବନ୍ଧିତ ହୋଇଥାଏ। ଏହି ସ୍ଥାନରେ ସୂର୍ଯ୍ୟଙ୍କ ଗୋଚର ଦ୍ବାରା ଆପଣଙ୍କ ଆୟୁ ବୃଦ୍ଧି ହେବ ଏବଂ ଆପଣଙ୍କ ସ୍ବାସ୍ଥ୍ୟ ମଧ୍ୟ ଭଲ ରହିବ। ଏହି ସମୟରେ ଆପଣ ନିଜର ଶତ୍ରୃଙ୍କୁ ପରାଜୟ କରିବେ। ଆପଣ କ୍ରୋଧୀ ସ୍ବଭାବର ହୋଇ ପାରନ୍ତି। ଯଦି ଆପଣଙ୍କ ଘରର କବାଟ ଦକ୍ଷିଣ ଦିଗରେ ହୋଇଥାଏ,ତେବେ ଆପଣଙ୍କ ବଡ଼ଭାଇ ବିବ୍ରତ ରହି ପାରନ୍ତି। ଆପଣ ଅନ୍ୟ ମହିଳା ପ୍ରତି ଆକର୍ଷିତ ହୋଇ ପାରନ୍ତି। ଏହି ସମୟରେ ସୂର୍ଯ୍ୟଙ୍କ ଶୁଭ ଫଳ ସୁନିଶ୍ଚିତ କରିବା ପାଇଁ ଏବଂ ଅଶୁଭ ଫଳରୁ ବର୍ତ୍ତିବା ପାଇଁ ଜାନୁୟାରୀ ୧୪ତାରିଖ ଯାଏଁ କଳା ଗାଈ କିମ୍ବା ବଡ଼ଭାଇଙ୍କ ସେବା କରନ୍ତୁ  କିମ୍ବା କୌଣସି କାମରେ ଘରୁ ବାହାରକୁ ଯିବା ସମୟରେ କିଛି ନା କିଛି ମିଠା ଖାଇବା ପରେ ପାଣି ପିଇ ଯିବା ଉଚିତ୍। ସହଜରେ କାମ ହେବ।

{"id":199696,"sizeSlug":"large"}

୩. ମିଥୁନ ରାଶି : ସୂର୍ଯ୍ୟ ଦେବତା ମିଥୁନ ରାଶିର ବ୍ୟକ୍ତିଙ୍କ ଜାତକରେ ସପ୍ତମ ସ୍ଥାନରେ ଗୋଚର କରିବେ। ଆପଣଙ୍କ ଜାତକରେ ସପ୍ତମ ସ୍ଥାନ ଜୀବନସାଥୀଙ୍କ ହୋଇଥାଏ। ଏହି ସ୍ଥାନରେ ସୂର୍ଯ୍ୟଙ୍କ ଗୋଚର ଦ୍ବାରା ଜୀବନସାଥୀଙ୍କ ସହ ଆପଣଙ୍କ ତାଳମେଳ ଠିକ୍ ରହିବ ଏବଂ ଆପଣଙ୍କ ବୈବାହିକ ଜୀବନ ସୁଖକର ରହିବ। ରାଜନୀତିରେ ଉଚ୍ଚ ପଦ ମିଳିବ।  ଏହି ସମୟରେ ସୂର୍ଯ୍ୟଙ୍କ ଶୁଭ ଫଳ ସୁନିଶ୍ଚିତ କରିବା ପାଇଁ ଏବଂ ଅଶୁଭ ଫଳରୁ ବର୍ତ୍ତିବା ପାଇଁ ଭୋଜନ କରିବା ପୂର୍ବରୁ ଅନ୍ୟ ବ୍ୟକ୍ତିଙ୍କୁ ନିଶ୍ଚିତ ଭୋଜନ ଖୁଆନ୍ତୁ। ଜାନୁୟାରୀ ୧୪ତାରିଖ ଯାଏଁ ଲୁଣ କମ୍ ଖାଆନ୍ତୁ ଏବଂ ଶିଙ୍ଗ ନଥିବା ଗାଈର ସେବା କରନ୍ତୁ।

{"id":199697,"sizeSlug":"large"}

୪. କର୍କଟ ରାଶି : ସୂର୍ଯ୍ୟ ଦେବତା କର୍କଟ ରାଶିର ବ୍ୟକ୍ତିଙ୍କ ଜାତକରେ ଷଷ୍ଠ ସ୍ଥାନରେ ଗୋଚର କରିବେ। ଆପଣଙ୍କ ଜାତକରେ ଷଷ୍ଠ ସ୍ଥାନ ମିତ୍ରଙ୍କର ହୋଇଥାଏ। ଏହି ସ୍ଥାନରେ ସୂର୍ଯ୍ୟଙ୍କ ଗୋଚର ଦ୍ବାରା ଭଲ ସମ୍ପର୍କ ସ୍ଥାପନ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। କୌଣସି ବନ୍ଧୁଙ୍କ ସହ ଝଗଡ଼ା ହୋଇପାରେ। ଶତ୍ରୃଙ୍କଠୁ ଦୂରେଇ ରୁହନ୍ତୁ। ଆପଣଙ୍କ ବ୍ୟବସାୟ ଠିକ୍ ଚାଲିବ। ଅଟକିଥିବା କାର୍ଯ୍ୟ ପୁଣି ଥରେ ଚାଲୁ ହେବ। ଆପଣଙ୍କୁ ରାତିରେ ନିଦ ହେବ ନାହିଁ। ଏହି ସମୟରେ ସୂର୍ଯ୍ୟଙ୍କ ଶୁଭ ଫଳ ସୁନିଶ୍ଚିତ କରିବା ପାଇଁ ଏବଂ ଅଶୁଭ ଫଳରୁ ବର୍ତ୍ତିବା ପାଇଁ ରାତିରେ ଭୋଜନ କରିବା ପରେ ଚୁଲିର ନିଆଁକୁ କ୍ଷୀରରେ ଲିଭାନ୍ତୁ ଏବଂ ମାଙ୍କଡ଼କୁ ଗୁଡ଼ ଦିଅନ୍ତୁ।

{"id":199698,"sizeSlug":"large"}

୫. ସିଂହ ରାଶି : ସୂର୍ଯ୍ୟ ଦେବତା ସିଂହ ରାଶିର ବ୍ୟକ୍ତିଙ୍କ ଜାତକରେ ପଞ୍ଚମ ସ୍ଥାନରେ ଗୋଚର କରିବେ। ଜାତକରେ ପଞ୍ଚମ ସ୍ଥାନ ବିଦ୍ୟା,ଗୁରୁ,ବିବେକ,ସନ୍ତାନ ଏବଂ ଜୀବନରେ ରୋମାନ୍ସ ସହ ସମ୍ବନ୍ଧ ରଖିଥାଏ। ସୂର୍ଯ୍ୟଙ୍କ ଏହି ଗୋଚର ସମୟରେ ଆପଣ ଗୁରୁଙ୍କ ସେବା କରନ୍ତୁ। ଆପଣଙ୍କ କୌଣସି କଥା ତାଙ୍କୁ ଖରାପ ଲାଗିପାରେ ଏଥିପାଇଁ ଦେଖିଚାହିଁ କଥା ହୁଅନ୍ତୁ ଏବଂ ସଂଯମ ରଖନ୍ତୁ। ଆପଣ ରୋମାନ୍ସ ମାମଲାରେ ପଛୁଆ ରହିବେ। ଆପଣଙ୍କୁ ସନ୍ତାନ ସୁଖ ପାଇବା ପାଇଁ ଉଦ୍ୟମ କରିବାକୁ ପଡ଼ିବ। ଏହି ସମୟରେ ସୂର୍ଯ୍ୟଙ୍କ ଶୁଭ ଫଳ ସୁନିଶ୍ଚିତ କରିବା ପାଇଁ ଏବଂ ଅଶୁଭ ଫଳରୁ ବର୍ତ୍ତିବା ପାଇଁ ପକ୍ଷୀଙ୍କୁ ଦାନା ଖାଇବାକୁ ଦିଅନ୍ତୁ ଏବଂ ପାତି ମାଙ୍କଡ଼ର ସେବା କରନ୍ତୁ।

{"id":199699,"sizeSlug":"large"}

୬. କନ୍ୟା ରାଶି : ସୂର୍ଯ୍ୟ ଦେବତା କନ୍ୟା ରାଶିର ବ୍ୟକ୍ତିଙ୍କ ଜାତକରେ ଚତୁର୍ଥ ସ୍ଥାନରେ ରହିବେ। ଜାତକରେ ଚତୁର୍ଥ ସ୍ଥାନ ମାତା,ଭୂମି ଭବନ ଏବଂ ଗାଡ଼ି ସୁଖ ସହ ସମ୍ବନ୍ଧିତ ହୋଇଥାଏ। ସୂର୍ଯ୍ୟଙ୍କ ଏହି ଗୋଚର ଦ୍ବାରା ଆପଣଙ୍କୁ ମାଆଙ୍କଠୁ ନିଜ କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ ମିଳିବ। ଏହା ସହିତ ଆପଣଙ୍କୁ ଘର,ଭୂମି ଏବଂ ଗାଡ଼ି ସୁଖ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ପରିବାରରେ ଆନନ୍ଦର ବାତାବରଣ ରହିବ। ମାଆ ବାପାଙ୍କୁ ସେବା କରିବାର ସୁଯୋଗ ମିଳିବ। ଆପଣ ଧନ ଅର୍ଜିତ କରିବାରେ ସଫଳ ହେବେ। ଆପଣ ନୂଆ ନୂଆ ଜିନିଷ ପ୍ରତି ଗବେଷଣା କରିବେ। ରାଜକୀୟ ଯାତ୍ରାରୁ ଲାଭ ହେବ। ଏହା ସହିତ ସାମୁଦ୍ରିକ ଯାତ୍ରାରେ ସଫଳ ହେବେ। ଏହି ସମୟରେ ସୂର୍ଯ୍ୟଙ୍କ ଶୁଭ ଫଳ ସୁନିଶ୍ଚିତ କରିବା ପାଇଁ ଏବଂ ଅଶୁଭ ଫଳରୁ ବର୍ତ୍ତିବା ପାଇଁ ନିଜ ପୈତୃକ ଘରେ ହୋମଯଜ୍ଞ ଏବଂ ଭୋଜି କରାନ୍ତୁ।

{"id":199700,"sizeSlug":"large"}

୭. ତୁଳା ରାଶି : ସୂର୍ଯ୍ୟ ଦେବତା ଆପଣଙ୍କ ଜାତକରେ ତୃତୀୟ ସ୍ଥାନରେ ଗୋଚର କରିବେ। ଜାତକରେ ତୃତୀୟ ସ୍ଥାନ ଭାଇ ଭଉଣୀ ସହ ସମ୍ବନ୍ଧିତ ହୋଇଥାଏ। ସୂର୍ଯ୍ୟଙ୍କ ଏହି ଗୋଚର ଦ୍ବାରା ଭାଇଭଉଣୀଙ୍କଠୁ ଆଶା ଅନୁସାରେ ସହଯୋଗ ମିଳିବ। ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ରହିବ। ଏହି ସମୟରେ ସୂର୍ଯ୍ୟଙ୍କ ଶୁଭ ଫଳ ସୁନିଶ୍ଚିତ କରିବା ପାଇଁ ଏବଂ ଅଶୁଭ ଫଳରୁ ବର୍ତ୍ତିବା ପାଇଁ ପ୍ରତିଦିନ ସୂର୍ଯ୍ୟ ଦେବତାଙ୍କ ଏହି ମନ୍ତ୍ରକୁ ୧୧ଥର ଜପ କରନ୍ତୁ। ମନ୍ତ୍ରଟି ହେଉଛି - ଓଁ ଘୃଣିଃ ସୂର୍ଯ୍ୟାୟ ନମଃ। ଏହା ସହିତ ଚାଲିଚଳଣ ଠିକ୍ ରଖନ୍ତୁ ଏବଂ କାହାର ଖରାପ ଚିନ୍ତା କରନ୍ତୁ ନାହିଁ।

{"id":199701,"sizeSlug":"large"}

୮. ବିଛା ରାଶି : ସୂର୍ଯ୍ୟ ଦେବତା ବିଛା ରାଶିର ବ୍ୟକ୍ତିଙ୍କ ଜାତକରେ ଦ୍ବିତୀୟ ସ୍ଥାନରେ ଗୋଚର କରିବେ। ଜାତକରେ ଦ୍ବିତୀୟ ସ୍ଥାନ ଧନ ସହ ସମ୍ବନ୍ଧିତ ହୋଇଥାଏ। ସୂର୍ଯ୍ୟଙ୍କ ଏହି ଗୋଚର ଫଳରେ ଆପଣଙ୍କ ଧନ ବୃଦ୍ଧିର ଅନେକ ସାଧନ ମିଳିବ। ଆପଣଙ୍କୁ ହଠାତ୍ ଧନଲାଭ ହେବ। ଏହା ଦ୍ବାରା ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ। ବାହନ ସୁଖ ମଧ୍ୟ ମିଳିବ। ଏହି ସମୟରେ ମାଆ ବାପା,ମାମୁଁ,ଭଉଣୀ,ସନ୍ତାନ ଏବଂ ଶ୍ବଶୁର ଘରର ସହାୟତା କରିବେ। ଯଦି ଆପଣ ଜଣେ ପେଣ୍ଟର କିମ୍ବା କଳା ସମ୍ବନ୍ଧୀୟ କାର୍ଯ୍ୟ କରନ୍ତି ତେବେ ଆପଣଙ୍କୁ ସଫଳତା ଏବଂ ପ୍ରସିଦ୍ଧି ମିଳିବ। ଆପଣ ଫ୍ୟାଶନ ପ୍ରତି ଆଗ୍ରହୀ ହେବେ। ଏହି ସମୟରେ ସୂର୍ଯ୍ୟଙ୍କ ଶୁଭ ଫଳ ସୁନିଶ୍ଚିତ କରିବା ପାଇଁ ଏବଂ ଅଶୁଭ ଫଳରୁ ବର୍ତ୍ତିବା ପାଇଁ କୌଣସି ଧାର୍ମିକ ସ୍ଥଳ କିମ୍ବା ମନ୍ଦିରରେ ନଡ଼ିଆ କିମ୍ବା ବାଦାମ ଦାନ କରନ୍ତୁ।

{"id":199702,"sizeSlug":"large"}

୯. ଧନୁ ରାଶି : ସୂର୍ଯ୍ୟ ଦେବତା ଧନୁ ରାଶିର ବ୍ୟକ୍ତିଙ୍କ ଜାତକରେ ପ୍ରଥମ ସ୍ଥାନରେ ଗୋଚର କରିବେ। ଜାତକରେ ପ୍ରଥମ ସ୍ଥାନ ହେଉଛି ବ୍ୟକ୍ତିଙ୍କ ନିଜ ସ୍ଥାନ। ଏହା ଦ୍ବାରା କୌଣସି ବ୍ୟକ୍ତିଙ୍କ ପ୍ରେମ ସମ୍ପର୍କ,ମାନ-ସମ୍ମାନ ,ଧନ ଏବଂ ସନ୍ତାନଙ୍କ ନ୍ୟାୟାଳୟ ସମ୍ବନ୍ଧୀୟ କାର୍ଯ୍ୟ ଉପରେ ବିଚାର କରାଯାଇଥାଏ। ଏହି ସମୟରେ ଆପଣ ଧନ ଉପର୍ଜନ କରିବାରେ ସଫଳ ହେବେ। ଆପଣଙ୍କୁ ପ୍ରେମ ସମ୍ପର୍କରେ ଭରପୂର ଲାଭ ମିଳିବ। ଆପଣ ଅଭାବୀଙ୍କୁ ସହାୟତା କରିବାକୁ ସବୁବେଳେ ପ୍ରସ୍ତୁତ ରହିବେ। ସୂର୍ଯ୍ୟଙ୍କ ଏହି ଗୋଚର ଆପଣଙ୍କୁ ପଦୋନ୍ନତି କରିବାରେ ସହାୟକ ହେବ। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ଆପଣଙ୍କୁ ପୈତୃକ ସମ୍ପତ୍ତିର ସୁଖ ନମିଳିଲେ ମଧ୍ୟ ଆପଣ ନିଜ ପୁତ୍ର ପାଇଁ ପୁଞ୍ଜି ଦେଇ ପାରିବେ। ଏହି ସମୟରେ ସୂର୍ଯ୍ୟଙ୍କ ଶୁଭ ଫଳ ସୁନିଶ୍ଚିତ କରିବା ପାଇଁ ଏବଂ ଅଶୁଭ ଫଳରୁ ବର୍ତ୍ତିବା ପାଇଁ ନିଜ ପୈତୃକ ଘରେ ହ୍ୟାଣ୍ଡପମ୍ପ ଲଗାଇବା ଶୁଭ ହେବ।

{"id":199703,"sizeSlug":"large"}

୧୦. ମକର ରାଶି : ସୂର୍ଯ୍ୟ ଦେବତା ମକର ରାଶିର ବ୍ୟକ୍ତିଙ୍କ ଜାତକରେ ଦ୍ବାଦଶ ସ୍ଥାନରେ ଗୋଚର କରିବେ। ଜାତକରେ ଏହା ବ୍ୟୟ ସହ ସମ୍ବନ୍ଧିତ ହୋଇଥାଏ। ଆପଣଙ୍କ ଖର୍ଚ୍ଚରେ ବୃଦ୍ଧି ଘଟିବ। ଏହି ସମୟରେ ଖର୍ଚ୍ଚକୁ ନିୟନ୍ତ୍ରଣ କରିବା ପାଇଁ ଧାର୍ମିକ କାର୍ଯ୍ୟ କରନ୍ତୁ।

{"id":199704,"sizeSlug":"large"}

୧୧. କୁମ୍ଭ ରାଶି : ସୂର୍ଯ୍ୟ ଦେବତା କୁମ୍ଭ ରାଶିର ଜାତକରେ ଏକାଦଶ ସ୍ଥାନରେ ଗୋଚର କରିବେ। ଜାତକରେ ଏହି ସ୍ଥାନ ଆମଦାନୀ ଏବଂ ଇଚ୍ଛା ପୂରଣ ସହ ସମ୍ବନ୍ଧିତ ହୋଇଥାଏ। ଆପଣଙ୍କୁ ଆମଦାନୀର ନୂଆ ସ୍ରୋତ ମିଳିବ। ଆପଣଙ୍କ ମନସ୍କାମନା ମଧ୍ୟ ପୂରଣ ହେବ। ଏହି ସମୟରେ ସୂର୍ଯ୍ୟଙ୍କ ଶୁଭ ଫଳ ସୁନିଶ୍ଚିତ କରିବା ପାଇଁ ଏବଂ ଅଶୁଭ ଫଳରୁ ବର୍ତ୍ତିବା ପାଇଁ ରାତିରେ ୫ଟି ମୂଳା କିମ୍ବା ବାଦାମ ପାଖରେ ରଖି ଶୁଅନ୍ତୁ ଏବଂ ପର ଦିନ କୌଣସି ଧର୍ମସ୍ଥଳ କିମ୍ବା ମନ୍ଦିରରେ ଦାନ କରନ୍ତୁ।

{"id":199705,"width":581,"height":437,"sizeSlug":"large"}

 ମୀନ ରାଶି : ସୂର୍ଯ୍ୟ ଦେବତା ମୀନ ରାଶିର ଜାତକରେ ଦଶମ ସ୍ଥାନରେ ଗୋଚର କରିବେ। ଜାତକରେ ଏହି ସ୍ଥାନ ଆପଣଙ୍କ କ୍ୟାରିୟର ଏବଂ ପିତାଙ୍କ ଉନ୍ନତି ସହିତ ସମ୍ବନ୍ଧ ରଖିଥାଏ। ସୂର୍ଯ୍ୟଙ୍କ ଏହି ଗୋଚରରେ କ୍ୟାରିୟରରେ ଆପଣଙ୍କୁ ପରିଶ୍ରମର ଫଳ ମିଳିବ। ଆପଣ ଆଗକୁ ବଢ଼ିବେ। ଏହା ସହିତ ଆପଣଙ୍କ ବାପାଙ୍କ ଉନ୍ନତି ସୁନିଶ୍ଚିତ। ଆପଣଙ୍କୁ ବାହନ ସୁଖ ମିଳିବ।  ଏହି ସମୟରେ ସୂର୍ଯ୍ୟଙ୍କ ଶୁଭ ଫଳ ସୁନିଶ୍ଚିତ କରିବା ପାଇଁ ଏବଂ ଅଶୁଭ ଫଳରୁ ବର୍ତ୍ତିବା ପାଇଁ ମୁଣ୍ଡ ଘୋଡ଼ାଇ ରଖନ୍ତୁ। ଏହା ସହିତ କଳା ଏବଂ ନୀଳ ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.