Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||

ବ୍ୟାଙ୍କରେ ଅର୍ଥ ସୁରକ୍ଷିତ, ଘରୋଇ ବ୍ୟାଙ୍କରୁ ଟଙ୍କା ନ କାଢିବାକୁ ରାଜ୍ୟସରକାରଙ୍କୁ RBIଙ୍କ ପରାମର୍ଶ

12/03/2020 at 5:51 PM

ନୂଆଦିଲ୍ଲୀ ୧୨।୩:  ଇୟେସ୍ ବ୍ୟାଙ୍କ  ସଂକଟ ପରେ ମୁହଁ ଖୋଲିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)। ଦେଶର ବ୍ୟାଙ୍କମାନଙ୍କରେ ଲୋକଙ୍କ ସଞ୍ଚିତ ଅର୍ଥ ସୁରକ୍ଷିତ ବୋଲି କହିଛନ୍ତି। ରାଷ୍ଟ୍ରାୟାତ୍ତ ହେଉ କି ଘରୋଇ କୌଣସି ବ୍ୟାଙ୍କରେ ଜମାକାରୀଙ୍କ ଅର୍ଥ ବୁଡିବ ନାହିଁ ବୋଲି ଆରବିଆଇ ଭରସା ଦେଇଛନ୍ତି। ତେବେ ଇୟେସ୍ ବ୍ୟାଙ୍କ ପରିସ୍ଥିତି ପରେ ରାଜ୍ୟ ସରକାରମାନେ  ବିଚଳିତ ହୋଇ ପଡିଥିବା ଓ ଘରୋଇ ବ୍ୟାଙ୍କରେ ରଖିଥିବା ଆକାଉଣ୍ଟରୁ ଟଙ୍କା କାଢି ନେଉଥିବା ନଜରକୁ ଆସିଥିବା ଆରବିଆଇ କହିଛନ୍ତି।

ତେବେ ରାଜ୍ୟସରକାରମାନେ ଏପରି କରନ୍ତୁ ନାହିଁ ବୋଲି ଆରବିଆଇ କହିଛନ୍ତି। ଘରୋଇ ବ୍ୟାଙ୍କ ଆକାଉଣ୍ଟରେ ଥିବା ସରକାରଙ୍କ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା କହିଛନ୍ତି। ଏଣୁ ପରିସ୍ଥିତିରେ ନଘାବରେଇବାକୁ ପରାମର୍ଶ ଦେଇଛନ୍ତି। ଏପରି ବ୍ୟାଙ୍କରେ ଜମା ଅର୍ଥ ସୁରକ୍ଷିତ ନୁହେଁ ବୋଲି ହେଉଥିବା ପ୍ରଚାର ତଥ୍ୟଠାରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି ଆରବିଆଇ କହିଛନ୍ତି।

କିଛି ରାଜ୍ୟ ସରକାର ଘରୋଇ ବ୍ୟାଙ୍କ ଓ ଅନ୍ୟ ସଂସ୍ଥାନରେ ଜମା ରଖିଥିବା ଟଙ୍କା ସାର୍ବଜନିକ ଉପକ୍ରମ ବ୍ୟାଙ୍କମାନଙ୍କୁ ଟ୍ରାନ୍ସଫର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।  ଏପରି ଘଟଣା ନଜରକୁ ଆସିବା ପରେ ଆରବିଆଇ ଏଭଳି ପରାମର୍ଶ ଦେଇଛନ୍ତି। ଇୟେସ୍ ବ୍ୟାଙ୍କ ସଂକଟ ପରେ ରାଜ୍ୟ ସରକାରମାନେ ଏଭଳି  ପଦକ୍ଷେପ ନେଇଛନ୍ତି। ଏଣୁ ଆରବିଆଇ ସମ୍ପୃକ୍ତ ରାଜ୍ୟସରକାରମାନଙ୍କୁ ସେମାନଙ୍କ ନିର୍ଦ୍ଦେଶର ପୁନର୍ବିଚାର ଲାଗି ନିବେଦନ କରିଛନ୍ତି।

   Related Posts