ଅନଲକ୍-୪ ଗାଇଡ୍‌ଲାଇନ୍‌: ଜାଣନ୍ତୁ କଣ ଖୋଲା ରହିବ ଏବଂ କଣ ବନ୍ଦ ରହିବ

Published By : Prameya-News7 Bureau | August 29, 2020 IST

ନୂଆଦିଲ୍ଲୀ ୨୯।୦୮: ଦେଶରେ କରୋନା ପ୍ରକୋପ ଜାରି ରହିଛି। ପ୍ରତି ଦିନ ହଜାର ହଜାର ସଂଖ୍ୟାରେ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହା ସହିତ ଶତାଧିକ ସଂଖ୍ୟାରେ ଲୋକଙ୍କ କରୋନାରେ ଜୀବନହାନୀ ଘଟୁଛି। ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୩୫ ଲକ୍ଷ ନିକଟତର ହେଲାଣି। ଏହି କ୍ରମରେ ଗୃହ ମନ୍ତ୍ରଣାଳୟ ଶନିବାର ଅନଲକ-୪ର ମାର୍ଗଦର୍ଶିକା ଜାରି କରିଛନ୍ତି। ଅନଲକ-୪ରେ ସେପ୍ଟେମ୍ବର ୭ରେ ମେଟ୍ରୋ ସେବା ଚଳାଚଳ ଆରମ୍ଭ ହେବାକୁ ଯାଉଛି। ସରକାର ଦ୍ଵାରା ଜାରି ଗାଇଡ୍‌ଲାଇନ୍‌ ଅନୁଯାୟୀ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସ୍କୁଲ-କଲେଜ ବନ୍ଦ ରହିବ। ଅନଲକ୍‌ର ଚତୁର୍ଥ ପର୍ଯ୍ୟାୟରେ ମଧ୍ୟ ଶିକ୍ଷାନୁଷ୍ଠାନ ଖୋଲିବ ନାହିଁ। ଆସନ୍ତୁ ଜାଣିବା ଅନଲକ-୪ରେ କଣ ଖୋଲିବ ଏବଂ କଣ ବନ୍ଦ ରହିବ।

ଏହା ସୁବ ଖୋଲିବ

wp:list
  • ସେପ୍ଟେମ୍ବର ୭ରୁ ମେଟ୍ରୋ ସେବା ଚଳାଚଳକୁ ଗାଇଡ୍‌ଲାଇନ୍ ସହିତ ଅନୁମତି ମିଳିଛି।
/wp:list wp:list
  • ସେପ୍ଟେମ୍ବର ୨୧ରୁ ସାମାଜିକ/ଶୈକ୍ଷେଣିକ/କ୍ରୀଡା/ମନୋରଞ୍ଜନ/ସାଂସ୍କୃତିକ/ଧାର୍ମିକ/ରାଜନୈତିକ କାର୍ଯ୍ୟକ୍ରମ ସର୍ବାଧିକ ୧୦୦ ଲୋକକୁ ନେଇ ଆୟୋଜନ କରିବାକୁ ଅନୁମତି ମିଳିଛି। କାର୍ଯ୍ୟକ୍ରମରେ ସାମାଜିକ ଦୂରତା, ମାସ୍କ, ହ୍ୟାଣ୍ଡଓ୍ଵାସ, ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ ରହିଛି।
/wp:list wp:list
  • ସେପ୍ଟେମ୍ଵର ୨୧ରୁ ଓପନର ଥିଏଟରକୁ ଅନୁମତି।
/wp:list wp:list
  • ସେପ୍ଟେମ୍ବର ୨୧ରୁ ୫୦ ପ୍ରତିଶତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀଙ୍କୁ ବିଦ୍ୟାଳୟ ଯିବାକୁ ଅନୁମତି।
/wp:list wp:list
  • ସେପ୍ଟେମ୍ବର ୨୧ରୁ ଶିକ୍ଷକଙ୍କ ପରାମର୍ଶ ନେବା ପାଇଁ ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀ ସ୍ଵେଚ୍ଛାକୃତ ଭାବେ ସ୍କୁଲ ଯାଇ ପାରିବେ। ଏହା କେବଳ କଣ୍ଟେନମେଣ୍ଟ ବାହାରେ ଥିବା ଅଞ୍ଚଳ ପାଇଁ ଲାଗୁ।
/wp:list wp:list
  • ସେପ୍ଟେମ୍ବର ୨୧ରୁ ଟେକ୍ନିକାଲ ଓ ପ୍ରଫେସନାଲ ପ୍ରୋଗ୍ରାମ୍ସ (ଯେଉଁଠି ଲ୍ୟାବ୍ କିମ୍ବା ପ୍ରାକ୍ଟିକାଲର ଆବଶ୍ୟକତା ରହିଛି) ସ୍ନାତ୍ତୋକତର ଛାତ୍ର-ଛାତ୍ରୀ ଓ ପିଏଚଡି ଛାତ୍ର-ଛାତ୍ରୀ ପାଇଁ ଉଚ୍ଚ ଶିକ୍ଷା ସଂସ୍ଥା ଖୋଲା ଯାଇ ପାରିବ।
/wp:list

ଏ ସବୁ  ବନ୍ଦ ରହିବ

wp:list
  • କଣ୍ଟେନମେଣ୍ଟ ଜୋନ୍ସରେ ୨୦୨୦ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍ ଜାରି ରହିବ। ଏଠାରେ ଜରୁରୀକାଳୀନ ସେବାକୁ ବାଦ୍ ଦେଲେ ବାକି ସବୁଥିରେ ପ୍ରତିବନ୍ଧକ କଡାକଡି ରହିବ।
/wp:list wp:list
  • ସିନେମା ହଲ, ମନୋରଞ୍ଜନ ପାର୍କ ବନ୍ଦ ରହିବ।
/wp:list wp:list
  • ସ୍ଵିମିଂ ପୁଲ ପରି ଜାଗା ବନ୍ଦ ରହିବ।
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.