ଜାଣନ୍ତୁ 'ଇସ୍ରାଏଲ ମଡେଲ' କ'ଣ? ଯାହାକୁ ଜମ୍ମୁ-କାଶ୍ମୀରରେ ଲାଗୁ କରିବା ନେଇ ହେଉଛି ଏତେ ଚର୍ଚ୍ଚା

Published By : Prameya-News7 Bureau | November 29, 2019 IST

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପରେ ଏବେ ଜନଜୀବନ ସ୍ୱଭାବିକ ହେଲାଣି। ତେବେ ଭାରତର କନସୁଲେଟ ଜେନେରାଲ ସନ୍ଦୀପ ଚକ୍ରବର୍ତ୍ତୀଙ୍କ 'ଇସ୍ରାଏଲ ମଡେଲ' ପରିକଳ୍ପନା ଏବେ ଥଣ୍ଡା ପଡିଆସୁଥିବା ଜମ୍ମୁ-କାଶ୍ମୀର ଚର୍ଚ୍ଚାକୁ ପୁଣି ଖୋରାକ ଯୋଗାଇଛି। ନ୍ୟୁୟର୍କରେ ଏକ ଘରୋଇ କାର୍ଯ୍ୟକ୍ରମ ଅବସରରେ ଚକ୍ରବର୍ତ୍ତୀ ଜମ୍ମୁ-କାଶ୍ମୀର ଲାଗି ଇସ୍ରାଏଲ ମଡେଲ କଥା ଉଠାଇଥିଲେ। ଏଥିରେ ସେ ନିଜେ ଏହାକୁ ସମର୍ଥନ କରିଥିଲେ।

{"id":191580,"sizeSlug":"large"}

ଏହି କାର୍ଯ୍ୟକ୍ରମରେ କିଛି ଭାରତୀୟ ସେଲିବ୍ରିଟିଙ୍କ ସମେତ ଆମେରିକାରେ ବସବାସ କରୁଥିବା କାଶ୍ମୀର ପଣ୍ଡିତମାନେ ମଧ୍ୟ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଚକ୍ରବର୍ତ୍ତୀ କାଶ୍ମୀର ପଣ୍ଡିତଙ୍କୁ ସେମାନଙ୍କ ଭିଟାମାଟିକୁ ଫେରିବା ଲାଗି ସରକାର ଇସ୍ରାଏଲ ଭଳି ନୀତି ଆପଣେଇବାକୁ ପଡିବ ବୋଲି କହିଥିଲେ।  ସନ୍ଦୀପଙ୍କ ଏହି ଭାଷଣର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

{"id":191581,"sizeSlug":"large"}

ତେବେ ଜାଣନ୍ତୁ  'ଇସ୍ରାଏଲୀ ମଡେଲ କଣ '?
୧୯୬୭ ମସିହାରେ ଇସ୍ରାଏଲ ସହ ପଡୋଶୀ ଦେଶମାନେ ଯୁଦ୍ଧ କରିଥିଲେ ୬ ଦିନ ଧରି ଚାଲିଥିବା ଏହି ଯୁଦ୍ଧ 'ସିକ୍ସ ଡେ ୱାର' ଭାବେ ମଧ୍ୟ ଜଣାଶୁଣା।  ଏହି ଯୁଦ୍ଧରେ ଇସ୍ରାଏଲ ଯେତିକି ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେଇଥିଲା ସେହି ସବୁ ଅଞ୍ଚଳକୁ ନିଜ ନାଗରିକଙ୍କ ବସବାସ ନିମନ୍ତେ ଉପଯୋଗ କରିଥିଲା। ଏଥିରେ ୱେଷ୍ଟବ୍ୟାଙ୍କ, ପୂର୍ବ ଜେରୁଜେଲମ ଓ ଗୋଲାନ ପାର୍ବତ୍ୟାଞ୍ଚଳ ଏବେ ଇସ୍ରାଏଲ ନିୟନ୍ତ୍ରଣରେ ରହିଛି।

{"id":191582,"sizeSlug":"large"}

ଏହି ଯୁଦ୍ଧ ପୂର୍ବରୁ ୱେଷ୍ଟ ବ୍ୟାଙ୍କ ଓ ପୂର୍ବ ଜେରୁଜେଲମ ଜୋର୍ଡାନ ଅଧିକାରରେ ଥିଲା। ସେହିପରି ଗାଜାପଟ୍ଟି ଇଜିପ୍ଟର ଥିଲା। ତେବେ ଯୁଦ୍ଧ ପରେ ଇସ୍ରାଏଲ  ଅନ୍ତରାଷ୍ଟ୍ରୀୟ ସମୂଦାୟ ଦ୍ୱାରା ମାନ୍ୟତା ପ୍ରାପ୍ତ ଗ୍ରୀନ ଲାଇନ୍ ଆରପଟେ ନିଜର ସମ୍ପ୍ରସାରଣ ଆରମ୍ଭ କରିଦେଇଥିଲା। ସରକାର ନିଜ ଖର୍ଚ୍ଚରେ ଗ୍ରୀନ ଜୋନ ସେପାଖରେ କଲୋନୀ ନିର୍ମାଣ କରି ଲୋକଙ୍କୁ ରଖାଇବାର ବ୍ୟବସ୍ଥା କରିଥିଲେ। ଏଥିପାଇଁ ନାଗରିକଙ୍କୁ ବିଭିନ୍ନ ସୁବିଧା ସୁଯୋଗ ମଧ୍ୟ ଦେଇଥିଲେ। ଫଳରେ ସମଗ୍ର ଅଞ୍ଚଳରେ ଏପର୍ଯ୍ୟନ୍ତ ୧୩୨ଟି କଲୋନୀ ନିର୍ମିତ ହୋଇଥିବା ବେଳେ ୪ ଲକ୍ଷରୁ ଅଧିକ ଲୋକେ ବସବାସ କରୁଛନ୍ତି।

{"id":191583,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.