Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

‘ରେମଡେସିଭିର’ କ’ଣ, କାହିଁକି ତିଆରି ହୋଇଥିଲା ଔଷଧ, କରୋନାରେ କିପରି ଉପାଦେୟ ?

11/04/2021 at 7:02 PM

ନୂଆଦିଲ୍ଲୀ ୧୧।୪: ଯେଉଁ ରେମଡେସିଭିରକୁ ନେଇ ଏତେ ଚର୍ଚ୍ଚା ତାହା  କୋଭିଡ ସଂକ୍ରମଣରେ ହୁଏତ ବହୁତ କମ୍‌ ଅଥବା ବିଲକୁଲ ପ୍ରଭାବଶାଳୀ ନୁହେଁ। ଦେଶରେ ଅନେକ ବିଶେଷଜ୍ଞ ଓ ଡାକ୍ତର ଏ ନେଇ ସେମାନଙ୍କ ମତାମତ ମଧ୍ୟ ଦେଇସାରିଛନ୍ତି। ତେବେ ଆସନ୍ତୁ ଜାଣିବା କ’ଣ ଏହି ରେମଡିସିଭର ଓ କେଉଁ ରୋଗର ଚିକିତ୍ସା ଲାଗି ଏହାକୁ ପ୍ରଥମେ ଆବିଷ୍କାର କରାଯାଇଥିଲା ଓ ଏହାର ବ୍ୟବହାରକୁ ନେଇ କ’ଣ କହୁଛନ୍ତି ଡାକ୍ତର ?

ଯେଉଁ ରେମଡିସିଭିର ଇଞ୍ଜେକ୍ସନ ଲାଗି ଏବେ ଏତେ ଚର୍ଚ୍ଚା ତାହା ପ୍ରଥମେ ହେପାଟାଇଟିସ୍-ସିର ଚିକିତ୍ସା ଲାଗି ବିକଶିତ ହୋଇଥିଲା। ଏହା ପରେ ଇଞ୍ଜେକ୍ସନ ଇବୋଲା ଓ ମିଡିଲଇଷ୍ଟ ରେସିପ୍ରେଟରୀ ସିଣ୍ଡ୍ରୋମର ଚିକିତ୍ସାରେ  ବ୍ୟବହୃତ  ହୋଇଥିଲା। ଏବେ ଏହାକୁ କୋଭିଡ-୧୯ ଚିକିତ୍ସାରେ ମଧ୍ୟ ବ୍ୟବହାର କରାଯାଉଛି । କରୋନା ଆକ୍ରାନ୍ତଙ୍କୁ ଏହି ଇଞ୍ଜେକ୍ସନ ଦିଆଗଲେ ତାଙ୍କର ହସ୍ପିଟାଲ ରହଣୀ ୨ରୁ ୩ ଦିନ ହ୍ରାସ ହୋଇପାରୁଛି ବୋଲି କୁହାଯାଉଛି। ତେବେ ଏହାକୁ ଏକ ଜୀବନ ରକ୍ଷାକାରୀ ଔଷଧ ଭାବେ ଡାକ୍ତର ଅସ୍ୱୀକାର କରିଛନ୍ତି।

ଗତବର୍ଷ କରୋନା ସଂକ୍ରମଣକାଳରେ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଆଇସିଏମଆର ଏହି ଇଞ୍ଜେକ୍ସନକୁ ମଞ୍ଜୁର କରିଥିଲେ। ଏଥିଲାଗି ଏକ ଗାଇଡଲାଇନ ମଧ୍ୟ ଜାରି ହୋଇଥିଲା। ଯେଉଁଥିରେ ଏହା ଏକ ଲାଇଫ ସେଭିଂ ଡ୍ରଗ ନୁହେଁ ବୋଲି କୁହାଯାଇଥିଲେ ହେଁ ସଂକ୍ରମଣର ପ୍ରଥମ ୧୦ ଦିନରେ ଉପଯୋଗ କରାଯାଇପାରେ ବୋଲି ମାର୍ଗଦର୍ଶନରେ କହିଥିଲେ।

ଏହି ଔଷଧ କେବଳ ଶରୀରରେ ଭାଇରାଲ ଇନଫେକ୍ସନର ରିଫ୍ଲେକ୍ସନ ରୋକିବାରେ ସହାୟକ ହୋଇଥାଏ। ଏଣୁ ଏହି ଇଞ୍ଜେକ୍ସନ ଲାଗି ଏତେ ହତାସ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି କୋଭିଡ ଟାସ୍କଫୋର୍ସ ଡାକ୍ତର ଶଶାଙ୍କ ଯୋଶୀ ଟାଇମସ ଅଫ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ। ମୃତ୍ୟୁକୁ ରୋକିବାରେ ଏହି ଡ୍ରଗରେ କୌଣସି କ୍ଷମତା ନାହିଁ। ତେବେ ଡାକ୍ତର ରୋଗୀଙ୍କ ହସ୍ପିଟାଲ ଅବସ୍ଥାନ ହ୍ରାସ ଲାଗି ହୁଏତ ଏହାକୁ ପ୍ରେସ୍କ୍ରାଇବ କରୁଥାଇପାରନ୍ତି ବୋଲି  ଡା.ଯୋଶୀ କହିଛନ୍ତି। ସେପଟେ ରେମଡିସିଭିର କୌଣସି ଚମତ୍କାର ଔଷଧ ନୁହେଁ ବୋଲି କହିଛନ୍ତି ଠାଣେର ଜନୈକ ଚେଷ୍ଟ ସ୍ପେଶିଆଲିଷ୍ଟ ଡା.ଅଜୟଗୋଡସେ।

ରେମଡିସିଭିର କ’ଣ ?
ରେମଡିସିଭିର ଏକ ନ୍ୟୁକ୍ଲିଓସାଇଡ ରାଇବୋନ୍ୟୁକ୍ଲିକ୍ ଏସିଡ(ଆରଏନଏ) ପଲିମରେଜ ଇନହିବିଟର ଇଞ୍ଜେକ୍ସନ। ଏହାକୁ ପ୍ରଥମେ ରକ୍ତସ୍ରାବୀ ଭାଇରାଲ ସଂକ୍ରମଣ ‘ଇବୋଲା’ ଲାଗି ବିକଶିତ କରାଯାଇଥିଲା। ଆମେରକୀୟ ଫର୍ମାସ୍ୟୁଟିକାଲ ଗିଲିୟଡ ସାଇନ୍ସେସ୍‌ ଏହାକୁ ବିକଶିତ କରିଥିଲେ। ୟୁଏସ୍ ନ୍ୟାସନାଲ ଇନିଷ୍ଟେଚ୍ୟୁଟ୍ ଅଫ ଏଲର୍ଜି ଏଣ୍ଡ ଇନଫେକ୍ସନ ଡିଜିଜ୍(ଏନଆଇଏଆଇଡି) ଗତବର୍ଷ ଫେବୃଆରୀରେ ଏହାକୁ ସାର୍ସ କୋଭ-୨ ବିରୋଧରେ ପରୀକ୍ଷାମୂଳକ ପ୍ରୟୋଗ ଲାଗି ଉପଯୋଗ କରିଥିଲେ। ଏଥିରେ କୋଭିଡ-୧୯ ଆକ୍ରାନ୍ତଙ୍କ ରିକୋଭରୀ ସମୟ ୩୧ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିପାରୁଥିବା ଦେଖାଯାଇଥିଲା।

   Related Posts