ଜାଣନ୍ତୁ ପିୟୁସି ସାର୍ଟିଫିକେଟ୍ କଣ ? ଯେଉଁଥି ପାଇଁ ଦେବାକୁ ପଡୁଛି ବଡ ଜରିମନା

Published By : Prameya-News7 Bureau | September 09, 2019 IST

ନୂଆଦିଲ୍ଲୀ : ସେପ୍ଟେମ୍ବର ପହିଲାରୁ ଦେଶରେ ଲାଗୁ ହୋଇଛି ସଂଶୋଧିତ ମୋଟର ଭେଇକିଲ ଆକ୍ଟ-୨୦୧୯ ।   ସେବେଠାରୁ ବାହନ ପ୍ରଦୂଷଣ ଯାଞ୍ଚ କେନ୍ଦ୍ରରେ ଗାଡିମାନଙ୍କର ଲାଗୁଛି ଲମ୍ବା ଧାଡି । ଲୋକେ ନିଜ ନିଜ ଯାନବାହନ ଧରି ପ୍ରଦୂଷଣ ଯାଞ୍ଚ କରିବାକୁ ପହଞ୍ଚୁଛନ୍ତି। କାରଣ ବାହନ ଟ୍ରାଫିକ ଯାଞ୍ଚରେ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣ ପତ୍ର  ପିୟୁସି ମଧ୍ୟ ଖୋଜାଯାଉଛି। ଯଦି ବାହନର ପିୟୁସି ନଥାଏ ତେବେ ସର୍ବାଧିକ ଜରିମାନା ଲଗାଯାଉଛି। ତେବେ ଆସନ୍ତୁ ଜାଣିବା ପିୟୁସି କ’ଣ ଓ କିପରି ହେଉଛି ବାହନଙ୍କର ପ୍ରଦୂଷଣ ଯାଞ୍ଚ।

{"id":155234,"width":581,"height":364}

ପିୟୁସିର ଆବ୍ରଭିଏସନ ହେଉଛି ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ। ଏଥିଲାଗି ହେଉଥିବା ପରୀକ୍ଷଣକୁ ପିୟୁସି ଟେଷ୍ଟ କୁହାଯାଏ ଓ ବାହନର ସମ୍ପୂର୍ଣ୍ଣ ଯାଞ୍ଚ ପରେ ହିଁ ସାର୍ଟିଫିକେଟ୍ ପ୍ରଦାନ କରାଯାଏ।  ପଲ୍ୟୁସନ ଯାଞ୍ଚ ସାର୍ଟିଫିକେଟ୍ ମାତ୍ର କିଛି ସମୟ ଲାଗି ମାନ୍ୟ। ବିଏସ-୪ ବାହନମାନଙ୍କ ଲାଗି ଏହି ସୀମା ସର୍ବାଧିକ ୧ ବର୍ଷ ହୋଇଥିବା ବେଳେ ଅନ୍ୟ ଗାଡିମାନଙ୍କ ଲାଗି ଏହିସାର୍ଟିଫିକେଟ୍ ମାତ୍ର ୩ ମାସ ପର୍ଯ୍ୟନ୍ତ ବଳବତ୍ତର ରହିଥାଏ।

{"id":155235,"width":578,"height":372}

ଯଦି ଆପଣଙ୍କ ବାହନର ପିୟୁସି ସାର୍ଟିଫିକେଟ୍ ସମାପ୍ତ ହୋଇଯାଇଥାଏ ଓ ଯାଞ୍ଚ ବେଳେ ଜଣାପଡେ ତେବେ ଆପଣଙ୍କୁ ସର୍ବାଧିକ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡିପାରେ। ତେବେ ନୂଆ ମୋଟରଯାନ ଆଇନ ଲାଗୁ ହେବା ପୂର୍ବରୁ ଏଥିଲାଗି ପ୍ରଥମ ଥର ୧ ହଜାର ଓ ଦ୍ୱିତୀୟଥର ଭୁଲ ଲାଗି ୨ହଜାର ଟଙ୍କା ଜରିମାନା ଦେବାକୁ ପଡୁଥିଲା। ତେବେ ଗାଡିକୁ ଯା଼ଞ୍ଚ କରି ସାର୍ଟିଫିକେଟ୍ ହାସଲ କରିବାକୁ ଆପଣଙ୍କୁ ୬୦ରୁ ୧ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ।

{"id":155236,"width":577,"height":227}

ଭାରତରେ ଯାନବାହନ ଯାଞ୍ଚ ପ୍ରକ୍ରିୟାକୁ ସୋସାଇଟି ଅଫ ଇଣ୍ଡିଆନ ଅଟୋମୋବାଇଲ ମେନୁଫେକ୍ଚରସ୍ ଆସୋସିଏସନ ବିକଶିତ କରିଛନ୍ତି।  ଏଥିରେ ପ୍ରଦୂଷଣ ଯା଼ଞ୍ଚ ଲାଗି ଗ୍ୟାସ୍ ଆନାଲାଇଜରକୁ କ୍ୟାମେରା ଓ ପ୍ରିଣ୍ଟର ସହ ସଂଯୁକ୍ତ କରାଯାଇଥାଏ। ଗ୍ୟାସ୍ ଆନାଲାଇଜର ଗାଡିରୁ ବାହାରୁଥିବା ଧୂଆଁର ପରିମାଣ ଯାଞ୍ଚ କରି କମ୍ପ୍ୟୁଟରକୁ ପଠାଇଥାଏ। ସେହିପରି କ୍ୟାମେରା ଗାଡିର ନମ୍ବର ପ୍ଲେଟର ଫଟୋ ଉଠାଇଥାଏ। ଯଦି ଗାଡିର ପ୍ରଦୂଷଣ ଏକ ନିଶ୍ଚିତ ମାତ୍ରା ମଧ୍ୟରେ ଥାଏ ତେବେ ଗାଡିକୁ ପଲ୍ୟୁସନ ସାର୍ଟିଫିକେଟ୍ ଜାରି କରିଦିଆଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.