କାଶ୍ମୀର ବିବାଦ କଣ ଏବଂ କାହିଁକି ପାକିସ୍ତାନ ଏହାକୁ ଅକ୍ତିଆର କରିବାକୁ ଚାହୁଁଛି ; ଜାଣନ୍ତୁ

Published By : Prameya-News7 Bureau | February 21, 2019 IST

କାଶ୍ମୀର ୨୧|୨: କାଶ୍ମୀର ବିବାଦ ସହ ପ୍ରତ୍ୟେକ ଭାରତୀୟ ଭଲଭାବେ ପରିଚିତ  । ଏବେ ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଲାଗି ରହିଛି । ପାକିସ୍ତାନ ପଟୁ ବାରମ୍ବାର ଅସ୍ତ୍ର ବିରତି ଉଲଂଘନ କରାଯାଉଛି । ଉଭୟ ଦେଶ ମଧ୍ୟରେ ଗୁଳିବିନିମୟ ଜାରି ରହୁଥିବାର ଦେଖିବାକୁ ମିଳୁଛି । ଯାହା ଫଳରେ ପାକିସ୍ତାନ ସହ ଭାରତୀୟ ସେନାବାହିନୀର ଯବାନମାନେ ମଧ୍ୟ ମୃତାହତ ହେଉଥିବା ଦେଖିବାକୁ ମିଳୁଛି । କାଶ୍ମୀରକୁ ନିଜ ଅକ୍ତିଆରରେ ଆଣିବା ପାଇଁ ପାକିସ୍ତାନ ସବୁବେଳେ ଚେଷ୍ଟା କରିଆସିଛି । କିନ୍ତୁ ଏହି କାଶ୍ମୀର ବିବାଦ କଣ ଏବଂ କାହିଁକି ପାକିସ୍ତାନ ଏହା ଉପରେ ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ ଚାହୁଁଛି ଆସନ୍ତୁ ଜାଣିବା ।

{"id":87365}

ଧର୍ମକୁ ଆଧାର କରି ଭାରତ ବିଭାଜିତ ହୋଇଥିଲା । ବିଭାଜନ ପରେ ଏକ ନୂଆ ଦେଶ ପାକିସ୍ତାନ ସୃଷ୍ଟି ହୋଇଥିଲା । ମାତ୍ର ମହମ୍ମଦ ଅଲ୍ଲୀ ଜିନ୍ନା ଏତିକିରେ ସନ୍ତୁଷ୍ଟ ହୋଇନଥିଲେ । ସେ କାଶ୍ମୀର ଉପରେ ମଧ୍ୟ ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଦେଇଥିଲେ । ସେତେବେଳେ କାଶ୍ମୀରର ରାଜା ଥିଲେ ହରି ସିଂହ । ହରି ସିଂହ ସେହି ସମୟରେ ଏହି ନିଷ୍ପତ୍ତି ନେଇପାରିନଥିଲେ ଯେ, କାଶ୍ମୀରକୁ ଭାରତ ସହ ସଂଶ୍ଲିଷ୍ଟ କରିଦିଆଯିବ ନା କାଶ୍ମୀରକୁ ଏକ ସ୍ବତନ୍ତ୍ର ରାଜ୍ୟ ଭାବେ ରଖାଯିବ।

{"id":87366}

ଏ ଭିତରେ ପାକିସ୍ତାନ ସେନା ତାର ଯବାନମାନଙ୍କୁ ଛଦ୍ମବେଶରେ କାଶ୍ମୀରକୁ ପଠାଇଥିଲେ । ସେମାନେ କାଶ୍ମୀରରେ ରହି ଧ୍ବସଂର ତାଣ୍ଡବଲୀଳା ରଚିଥିଲେ । ଏହାପରେ କାଶ୍ମୀରର କିଛି ଅଂଶକୁ ଅକ୍ତିଆର କରିନେଇଥିଲେ । ଏହି ଅଂଶ ଆଜି ପାକିସ୍ତାନ ଅଧିକୃତ କାଶ୍ମୀର ବା ପିଓକେ ଭାବେ ଜଣାଶୁଣା ।ତେବେ ପାକିସ୍ତାନୀଙ୍କ ତାଣ୍ଡହଲୀଳାରୁ ରକ୍ଷା ପାଇବା ପାଇଁ ମହାରାଜା ହରି ସିଂ ଭାରତ ସହ ଆଲୋଚନା କରିଥିଲେ । ଆବଶ୍ୟକତା ଦୃଷ୍ଟିରୁ ଭାରତ ସହ କାଶ୍ମୀରର ସମ୍ମିଶ୍ରଣ ହୋଇଥିଲା । କିନ୍ତୁ ସେବେଠାରୁ କାଶ୍ମୀରକୁ ହାତେଇବା ଲୋଭ ଛାଡିପାରିନି ପାକିସ୍ତାନ । ସେଥିପାଇଁ କାଶ୍ମୀର ଘାଟୀରେ ଆତଙ୍କବାଦୀ କର୍ଯ୍ୟକଳାପ ପାଇଁ ପାକିସ୍ତାନ ବରାବର ପ୍ରୋତ୍ସାହନ ଦେଇ ଆସୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.