ସପ୍ତଦଶ ଲୋକସଭା ପାଇଁ ସାରା ଦେଶରେ ଅନୁଷ୍ଠିତ ହେଉଛି ସାଧାରଣ ନିର୍ବାଚନ । ୭ଟି ପର୍ଯ୍ୟାୟରୁ ଏପର୍ଯ୍ୟନ୍ତ ୬ଟି ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଅନ୍ତିମ ତଥା ଚୂଡାନ୍ତ ପର୍ଯ୍ୟାୟ ମତଦାନ ମେ ୧୯ ତାରିଖରେ ହେବ। ଏହି ପର୍ଯ୍ୟାୟରେ ୮ଟି ରାଜ୍ୟର ୫୯ଟି ଲୋକସଭା ଆସନ ପାଇଁ ଭୋଟଗ୍ରହଣ ହେବ। ଶେଷ ପର୍ଯ୍ୟାୟ ମତଦାନ ପରେ ମେ ୨୩ ତାରିଖ ଦିନ ଭୋଟ ଗଣନା କରାଯିବ। ଜଣାପଡିବ କେଉଁ ୫୪୩ ଜଣଙ୍କୁ ଜନତା ଭୋଟଦେଇ ସେମାନଙ୍କ ସାଂସଦ ମନୋନୀତି କରିଛନ୍ତି। କେଉଁ ପାର୍ଟିକୁ ମିଳିଛି ସରକାର ଗଢିବାକୁ ଜନାଦେଶ। ତେବେ ତା ପୂର୍ବରୁ ଆରମ୍ଭ ହୋଇଗଲାଣି ଅଙ୍କକଷା । ଜିତିବ କିଏ ? କେଉଁ ପାର୍ଟିକୁ ମିଳିବ କେତେ ସିଟ ? ଏପରିକି କାହା ମୁଣ୍ଡରେ ବନ୍ଧାଯିବ ବିଜୟ ପଗଡି ଏହା ଜାଣିବା ପାଇଁ ଜନତାଙ୍କଠାରୁ ରାଜନେତାଙ୍କ ପର୍ଯ୍ୟନ୍ତ ଏବେ ସମସ୍ତେ ଉତ୍ସାହୀ। ହେଲେ ଭୋଟଗଣନା ପୂର୍ବରୁ ଏ ନେଇ ଜାଣିବା ଅସମ୍ଭବ। କିନ୍ତୁ ଲୋକଙ୍କ ଜିଜ୍ଞାସାକୁ ଶାନ୍ତ କରିବା ପାଇଁ ଏକମାତ୍ର ଉପାୟ ହେଉଛି ଏଗଜିଟ୍ ପୋଲ।
{"id":112074}୧୯ ମେ ଚୂଡାନ୍ତ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ଟେଲିଭିଜନ ଚାନେଲମାନଙ୍କରେ ଆରମ୍ଭ ହୋଇଯିବ ମତଗଣନା ପୂର୍ବରୁ ମତ ଆକଳନ। କିଏ ଓପିନିୟନ ପୋଲ ତ କିଏ ନିର୍ବାଚନ ସର୍ଭେ କିଏ ପର୍ସନାଲ ଓପିନିୟନକୁ ନେଇ ତର୍କ କରିବେ। ତେବେ ଯାହାର ଆକଳନ ସମ୍ପୂର୍ଣ୍ଣ ସଠିକ ତାକୁ ହିଁ କୁହାଯାଏ ଏଗଜିଟ୍ ପୋଲ। ଯେଉଁଥିରୁ ସ୍ପଷ୍ଟ ନ ହେଲେ ମଧ୍ୟ ଅନୁମାନ କରାଯାଇ ପାରିବ ଦେଶରେ କାହାର ହେବ ସରକାର। ତେବେ ଏହି ଏଗଜିଟ୍ ପୋଲ କଣ ? କେମିତି ଜଣାପଡେ ସଂଖ୍ୟା ଆସନ୍ତୁ ଜାଣିବା
{"id":112075,"width":576,"height":296}ଏଗଜିଟ୍ ପୋଲ ସମ୍ପର୍କରେ ଜାଣିବା ପୂର୍ବରୁ ପ୍ରଥମେ ଜାଣନ୍ତୁ ନିର୍ବାଚନ ସର୍ଭେ । କାରଣ ଏହି ପ୍ରକ୍ରିୟା ଦେଇ ଆରମ୍ଭ ହୁଏ ଏଗଜିଟ୍ ପୋଲ। ନିର୍ବାଚନ ସର୍ଭେରେ ବିଭିନ୍ନ ଆଧାରରେ ନିର୍ବାଚକ ଅର୍ଥାତ ମତଦାତାଙ୍କ ମତାମତ ନିଆଯାଏ। ପ୍ରାର୍ଥୀଙ୍କ ହାରିବା ବା ଜିତିବା ପୂର୍ବାନୁମାନର ଏହା ଏକ ପୂର୍ଣ୍ଣାଙ୍ଗ ପ୍ରକ୍ରିୟା। ଏହି ସର୍ଭେ ଭିନ୍ନ ଭିନ୍ନ ଉପାୟରେ କରାଯାଏ। ପ୍ରତ୍ୟେକ ସର୍ଭେର ଆଧାର ମଧ୍ୟ ଭିନ୍ନଭିନ୍ନପ୍ରକାର ହୋଇଥାଏ। ଯେଉଁଥିରେ ଓପିନିୟନ ପୋଲ ଓ ଏଗଜିଟପୋଲ ସାମିଲ ହୁଏ।
{"id":112076}ଏଗଜିଟ୍ ପୋଲ ଭୋଟଗ୍ରହଣ ଶେଷଦିନରେ ହୋଇଥାଏ। ମତଦାନ କେନ୍ଦ୍ରରୁ ଭୋଟ ଦେଇ ଆସୁଥିବା ଭୋଟରଙ୍କୁ କାହାକୁ ଭୋଟ ଦେଲେ ବୋଲି ପଚରା ଯାଏ। ମତଦାତାଙ୍କ ଉତ୍ତର ହିଁ ଏଗଜିଟ୍ ପୋଲ। ପ୍ରତ୍ୟେକ ପର୍ଯ୍ୟାୟ ମତଦାନ ଦିନର ଡାଟା ଏକତ୍ର କରାଯାଇ ଶେଷ ପର୍ଯ୍ୟାୟ ମତଦାନ ଶେଷରେ ବିଶ୍ଲେଷଣ କରାଯାଏ। ଏମିତିରେ ବି ଟେଲିଭିଜନ ଚ୍ୟାନେଲମାନେ ମତଦାନ ଶେଷ ଦିନ ଏଗଜିଟ୍ ପୋଲ ପ୍ରସାରଣ କରିଥା୍ନ୍ତି।
{"id":112077}ନିର୍ବାଚନ ପୂର୍ବାନୁମାନ ପାଇଁ ବିଶ୍ବରେ ପ୍ରଥମଥର ନେଦରଲ୍ୟାଣ୍ଡରେ ଏଗଜିଟ୍ ପୋଲ ହୋଇଥିଲା। ସମାଜଶସ୍ତ୍ରୀ ତଥା ପୂର୍ବତନ ରାଜନେତା ମାର୍ସଲ ଓ୍ବାନ ଡୈମ ୧୫ ଫ୍ରବୃଆରୀ ୧୯୬୭ରେ ଏଗଜିଟ ପୋଲ ଉପାୟ ଅବଲମ୍ବନ କରିଥିଲେ। ଯାହାକି ଭୋଟଗଣନା ପରେ ସତ୍ୟପ୍ରମାଣିତ ହୋଇଥିଲା। ତେବେ ଭାରତରେ ଏହାର ଶ୍ରେୟ ଇଣ୍ଡିଆନ ଇନଷ୍ଟିଟ୍ୟୁଟ୍ ଅଫ ପବ୍ଲିକ ଓପିନିୟନର ପୂର୍ବତନ ମୁଖ୍ୟ ଏରିକ ଡିକୋଷ୍ଟାଙ୍କୁ ଦିଆଯାଇପାରେ। ନିର୍ବାଚନ ବେଳେ ଏହି ଉପାୟରେ ଜନତାଙ୍କ ମନ ଜାଣିବାରେ ସେ ଦେଶର ପ୍ରଥମ ବ୍ୟକ୍ତି ଥିଲେ।