Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟ୍ରୋଲିଂ ଗାଡିକୁ ଚକ୍‌ମା ଦେଇ ଖସିଯିବା ବେଳେ ଗୋଡାଇ ଗୋଡାଇ କାବୁ କଲା ପୋଲିସ: ଅଟୋରୁ ବିପୁଳ ଗଞ୍ଜେଇ ଜବତ, ୫ ଗିରଫ
  • ||
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||

ଜାଣନ୍ତି କି ଡେବିଟ୍, କ୍ରେଡିଟ୍ କାର୍ଡ ପଛପଟେ ଥିବା ସିଭିଭି ନମ୍ବରର ମାନେ କଣ, ଯଦି ଜାଣି ନାହାନ୍ତି ଆସନ୍ତୁ ଜାଣିବା

16/07/2019 at 7:10 PM

ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ ଟଙ୍କା ଉଠାଣ ବା ଜମା କରିବା ନିମନ୍ତେ  ଡେବିଟ୍ ଓ କ୍ରେଡିଟ୍ କାର୍ଡ ଜାରି ହୋଇଥାଏ। ପୂର୍ବରୁ ଲୋକେ ଏହାକୁ କେବଳ ଏଟିଏମରୁ  ଟଙ୍କା ଉଠାଣ ନିମନ୍ତେ ବ୍ୟବହାର କରୁଥିଲେ। ହେଲେ ଏବେ ବିଭିନ୍ନ ପେମେଣ୍ଟ ନିମନ୍ତେ ମଧ୍ୟ ଏହା ବ୍ୟବହୃତ ହେଲାଣି। ତେବେ ମର୍ଚାଣ୍ଟ ପେମେଣ୍ଟ ବେଳେ ପ୍ରାୟତଃ ସିଭିଭି କୋଡର ଆବଶ୍ୟକତା ପଡିଥାଏ।   ତେବେ କ’ଣ ଏହି ସିଭିଭି କୋଡ ଆସନ୍ତୁ ଜାଣିବା ।

ବ୍ୟାଙ୍କର ଡେବିଟ୍ ଓ କ୍ରେଡିଟ୍ କାର୍ଡ ପଛପଟେ ମ୍ୟାଗ୍ନେଟିକ ଟେପର ଠିକ ଉପରେ ଲେଖାଥାଏ ୩ ଡିଜିଟର ଏକ ନମ୍ବର ଯାହାକୁ ସିଭିସି କୋଡ ବୋଲି ମଧ୍ୟ କୁହାଯାଏ। ବିନା ସିଭିଭି ନମ୍ବରରେ କୌଣସି ବ୍ୟାଙ୍କ ପେମେଣ୍ଟ ସମ୍ଭବ ନୁହେଁ। ଏଣୁ କୌଣସି ପେମେଣ୍ଟ କରିବା ବେଳେ ବ୍ୟାଙ୍କ ଡିଟେଲ ପୁରଣରେ ଏହାର ଆବଶ୍ୟକତା ଜରୁରୀ ହୁଏ। ତେବେ ଏହା ଏଭଳି ଏକ କୋଡ ଜାହା କୌଣସି କମ୍ପ୍ୟୁଟରରେ ସେଭ ହୁଏ ନାହିଁ। ଏଣୁ ଏହି କୋଡ ବିନା କେହି ଆପଣଙ୍କ ଅଜାଣତରେ ଆପଣ ଭରିଥିବା ବ୍ୟାଙ୍କ ଡିଟେଲର ଫାଇଦା ନେଇ ପାରନ୍ତି ନାହିଁ। ସିଭିଭିର ଆବ୍ରିଭିଏସନ ହେଉଛି କାର୍ଡ ଭେରିଫିକେସନ ଭାଲ୍ୟୁ। ଯାହାକୁ ସିଭିସି ବୋଲି ମଧ୍ୟ କୁହଯାଏ। ଯଦି କେବେ ଆପଣ ଅନ-ଲାଇନ୍ ଟ୍ରାଞ୍ଜାକ୍ସନ କରନ୍ତି ତେବେ ଜାଣିପାରିବେ ଏହି କୋଡର ଗୁରୁତ୍ୱ କେତେ।

ଅନଲାଇନ୍ ପେମେଣ୍ଟ ନିମନ୍ତେ ଆପଣ ଥରଟିଏ ସିଷ୍ଟମରେ ବ୍ୟାଙ୍କ ଡିଟେଲ ଭରିଲେ ତାହା ଅଟୋ ସେଭ ହୋଇଯାଏ। ଏଣୁ କୌଣସି ଠାରେ ଦ୍ୱିତୀୟବାର ପେମେଣ୍ଟ ପାଇଁ ପୁଣି ଫିଲପ୍ କରିବାକୁ ପଡେନି। ହେଲେ ଏଥିରେ ଯାହା ଫିଲପ କରନ୍ତି ତାହା ହେଉଛି ଏହି କୋଡ। ଯାହା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହ୍ୟାକରଙ୍କ କବଳରୁ ରକ୍ଷା କରିଥାଏ। ବିନା ସିଭିଭି ନମ୍ବରରେ କେହି ଆପଣଙ୍କ ଡେବିଟ୍ ବା କ୍ରେଡିଟ୍ କାର୍ଡର ଭୁଲ ବ୍ୟବହାର କରିପାରିବେନି କି ଆକାଉଣ୍ଟରୁ ଟଙ୍କାଟିଏ ବି ଏପଟ ସେପଟ୍ ହୋଇପାରିବନି । ଏଣୁ ଯଦି କେହି ଆପଣଙ୍କୁ ଟେଲିଫୋନରେ ଆପଣଙ୍କ ଡେବିଟ୍ କି କ୍ରେଡିଟ କାର୍ଡ ନମ୍ବର ମାଗୁଛି ତେବେ ସିଭିଭି ନମ୍ବର କେବେ କୁହନ୍ତୁ ନାହିଁ। ନଚେତ ପୁରା ଆକାଉଣ୍ଟ ଝାଡୁ ମାରିବାକୁ ତାକୁ ନିମିଷଟେ ବି ଲାଗିବନି।

   Related Posts