ଭୁବନେଶ୍ବର ୨।୧୨: ଆଇପିଏସଙ୍କ ମୁହଁରୁ ସାରଥୀଙ୍କ କାହାଣୀ । ସାରଥୀଙ୍କୁ ଗିରଫ କରିଥିବା ଆଇପିଏସ ଅରୁଣ ବୋଥ୍ରା ସାମ୍ନାକୁ ଆଣିଛନ୍ତି କିଛି ରୋଚକ କଥା । ଭଣ୍ଡ ସାରଥୀ କିଭଳି ଭଗବାନ ପାଲଟିଗଲେ ? କିଏ ତାଙ୍କୁ ଅବତାର ପୁରୁଷ ବନାଇ ଦେଲା ? କିଭଳି ସିମେଣ୍ଟ ଗାଈରୁ କ୍ଷୀର ବାହାରୁଥିଲା ?
ଖୋଦ୍ ସାରଥୀର ବୟାନ ଆଧାରରେ ନିଜର ଟ୍ବିଟର ହ୍ୟାଣ୍ଡେଲରେ ଅରୁଣ ଏ ସବୁର ଖୁଲାସା କରିଛନ୍ତି । ଅରୁଣ କହିଛନ୍ତି, ସାରଥୀ ଜାଣିଥିଲେ ସେ ଭଗବାନ ନୁହଁନ୍ତି । ଲୋକେ ତାଙ୍କୁ ଭଗବାନ ବୋଲି ଘୋଷଣା କରି ଅବତାର ପୁରୁଷ କରିଦେଲେ । ଆଉ ମିଛରେ ହେଉ ପଛେ ଭଗବାନ ହେବାର ଖୁସିକୁ ସେ ହରାଇବାକୁ ଚାହୁଁ ନ ଥିଲେ ।
ସେଥିଲାଗି ନିଜର କୌଣସି ଚମତ୍କାର ନାହିଁ ଜାଣି ବି ପବ୍ଲିକରେ ମିଛ ଚମତ୍କାରକୁ ଅସ୍ବୀକାର କରି ନ ଥିଲେ । ଏପିରିକି ସିମେଣ୍ଟ ଗାଈରୁ ସାରଥୀ କଣ କ୍ଷୀର ବାହାର କରିବେ, ଓଲଟି ଲୋକେ ଏଭଳି କହିବାରୁ ସେ ନିଜେ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ଅରୁଣ ବୋଥ୍ରା ଟ୍ବିଟ୍ କରି ଲେଖଛନ୍ତି- ‘ଯେତେବେଳେ ସାରଥୀକୁ ଗିରଫ କରିବାକୁ ବାହାରିଲୁ, ଆମର ଜଣେ ଷ୍ଟାଫ୍ କେୟାରଫୁଲ ରହିବାକୁ ସତର୍କ କଲେ । ସେ ମୋତେ ତାଙ୍କ ଶକ୍ତିରେ ଭସ୍ମ କରିଦେଇପାରନ୍ତି । ମୁଁ ଜାଣିଥିଲି ଏସବୁ ଅର୍ଥହୀନ କଥା । କିନ୍ତୁ ଭାବିଲି ଖୋଦ୍ ସାରଥୀକୁ ତାଙ୍କ ଶକ୍ତି ବିଷୟରେ ପଚାରି ଦିଏ ।
ସାରଥୀଙ୍କୁ ଗିରଫ କରିବା ବେଳେ ତାଙ୍କୁ ଆଇପିଏସ୍ ଅରୁଣ ବୋଥ୍ରା ପଚାରିଥିଲେ କିଛି ପ୍ରଶ୍ନ । ଯାହା ସେ ନିଜେ ଟ୍ବିଟ୍ କରି ଲେଖିଛନ୍ତି ।
ଆଇପିଏସ୍ ଅରୁଣ ବୋଥ୍ରାଙ୍କ ଟ୍ବିଟ୍ ରୁ ବୁଝି ହେଉଛି କେମିତି ସାରଥୀ ନିଜେ ନିଜକୁ ଭଗବାନ କହି ବୁଲୁଥିଲେ। ସବୁ ଜାଣି ବି ଚୁପ୍ ରହିଥିଲେ । ଅରୁଣ ବୋଥ୍ରା ଏସବୁ ଖୁଲାସା କରିବା ପରେ କିଛି ଟ୍ବିଟର ୟୁଜର ମଧ୍ୟ ପ୍ରଶ୍ନ ପଚାରିଛନ୍ତି । ସାରଥୀଙ୍କୁ ପୋଲିସ ଥାର୍ଡ ଡିଗ୍ରୀ କରିଥିଲା କି ? ଏହା ଉପରେ ଉତ୍ତର ରଖି ଅରୁଣ ବୋଥ୍ରା କହିଛନ୍ତି ସାରଥୀଙ୍କୁ କୌଣସି ଥାର୍ଡ ଡିଗ୍ରୀ କରାଯାଇ ନାହିଁ । କେବଳ ସେତିକି ନୁହେଁ ସେ କିଭଳି ଅଭିଯୁକ୍ତର ବୟାନକୁ ପବ୍ଲିକଲି କହିପାରୁଛନ୍ତି ବୋଲି ପ୍ରଶ୍ନର ଉତ୍ତର ଦେଇ ଅରୁଣ ବୋଥ୍ରା କହିଛନ୍ତି, ଏହା ଚାର୍ଜସିଟର ଅଂଶବିଶେଷ ନୁହେଁ ।
wp:html/wp:html wp:htmlWhile leaving for Sarathi ashram one of my staff warned that I should be careful while arresting him. He might use his divine powers & destroy me ?⚡?
— Arun Bothra (@arunbothra) December 1, 2019
I knew it was all bunkum but thought to ask Sarathi himself about his magical powers.
Safe side you know ? https://t.co/YeRflP5KjJ
/wp:html wp:html /wp:htmlSorry to disappoint you but Sarathi was treated with dignity due to any human being. No third degree at all. You can ask him.
— Arun Bothra (@arunbothra) December 1, 2019
Btw this wish to hear screams of an accused is confusing. As a society what do we expect from Police. To torture accused persons or uphold human rights? https://t.co/okDbhfEaYO