Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

କୋଭିଡ-୧୯ ମୁକାବିଲା ପାଇଁ ଭାରତୀୟ ଇଞ୍ଜିନିୟର କରୁଛନ୍ତି ଏଭଳି ପ୍ରୟାସ, ଜାଣନ୍ତୁ କ’ଣ

7/04/2020 at 6:01 PM

ନୂଆଦିଲ୍ଲୀ ୭।୪: କେବଳ ଭାରତ ନୁହେଁ ଏହି ସମୟରେ ସମଗ୍ର ବିଶ୍ବରେ କରୋନା ସଙ୍କଟ ଲାଗିରହିଛି । ଅଧିକାଂଶ ଦେଶରେ ଲକ୍ ଡାଉନ୍ କରାଯାଇଛି । ବିଶ୍ବରେ ଶ୍ରେଷ୍ଠ ବିବେଚନା କରାଯାଉଥିବା ଭାରତର ପ୍ରତିବାଶାଳୀ ଇଞ୍ଜିନିୟରମାନେ ଏହି ସମୟରେ ଅନେକ ଉଦ୍ଭାବନରେ ଲାଗିଛନ୍ତି । ତେବେ ଆସନ୍ତୁ ଜାଣିବା କୋଭିଡ-୧୯କୁ ପରାସ୍ତ କରିବା ପାଇଁ ଟପ୍ ଆଇଆଇଟି ଏବଂ ଭବିଷ୍ୟତର ଇଞ୍ଜିନିୟରର୍ସ ଟିମ୍ କଣ କରୁଛନ୍ତି ।

ଦେଶର ଆଇଆଇଟି ପ୍ରତିଷ୍ଠାନଗୁଡିକରେ ଭ୍ୟାକ୍ସିନ ଅନୁସନ୍ଧାନଠାରୁ ଆରମ୍ଭ କରି ଭାଇରସ୍ ପରୀକ୍ଷା କରିବାର ଏକ ନୂତନ ପଦ୍ଧତି ପ୍ରସ୍ତୁତ କରିବା ପର୍ଯ୍ୟନ୍ତ କାର୍ଯ୍ୟ ଚାଲିଛି । ଏକ ଆଇଆଇଟି ଏହାର କ୍ୟାମ୍ପସକୁ ଏକ କ୍ବାରେଣ୍ଟାଇନ୍ ୱାର୍ଡ ଭାବେ ବ୍ୟବହାର କରିବାକୁ ଅନୁମତି ଦେଇଛି । ସେହିଭଳି ଅନ୍ୟାନ୍ୟ ଆଇଆଇଟି ମଧ୍ୟ ଅନୁସନ୍ଧାନ କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ଏହି ସମୟରେ ଦିଲ୍ଲୀ ଆଇଆଇଟିର ଅନୁସନ୍ଧାନକାରୀମାନେ କରୋନା ଭାଇରସ୍ ପରୀକ୍ଷା କରିବାର ଏକ ନୂତନ ପଦ୍ଧତି ଉଦ୍ଭାବନ କରିଛନ୍ତି । ଏହି ପଦ୍ଧତି ପରୀକ୍ଷା କିଟ୍ ମୂଲ୍ୟକୁ ଯଥେଷ୍ଟ ହ୍ରାସ କରିବାକୁ ଦାବି କରିଛି । ଯାହା ବର୍ତ୍ତମାନ ପ୍ରାୟ ୪,୫୦୦ ଟଙ୍କା । ଦିଲ୍ଲୀ ଆଇଆଇଟି ଦାବି କରିଛି ଯେ ଏହା କିଟ୍ ର ଅନୁପଲବ୍ଧତାର ସମସ୍ୟାକୁ ଦୂର କରିବ । କାରଣ ଏହା ଦେଶରେ ବିକଶିତ ହେବ । ଏହାକୁ ପୁଣେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (NIV) ଦ୍ବାରା ଅନୁମୋଦନ କରାଯିବା ବାକି ଅଛି ।

ଏଥି ସହିତ ଗୁଆହାଟି ଆଇଆଇଟିର ଅନୁସନ୍ଧାନକାରୀ ଟିମ୍ ଏକ ଟେଷ୍ଟ କିଟ୍ ସହ କରୋନା ଭାଇରସ୍ ପାଇଁ ଏକ ଟୀକା ପ୍ରସ୍ତୁତ କରିବାକୁ ନେଇ କାର୍ଯ୍ୟ କରୁଛନ୍ତି । ଅନୁଷ୍ଠାନର ବାୟୋଟେକ୍ନୋଲୋଜି ବିଭାଗ ଅଧୀନରେ ଥିବା ଭାଇରାଲ୍ ଇମ୍ୟୁନୋଲୋଜି ଲ୍ୟାବର ଆସୋସିଏଟ୍ ପ୍ରଫେସର ସଚିନ୍ କୁମାର ଏହି ଟିମ୍ ନେତୃତ୍ବରେ ଅଛନ୍ତି ।

କୋଭିଡ-୧୯ ବିରୋଧୀ ଲଢେଇରେ ଖରଗପୁର ଆଇଆଇଟିର ଛାତ୍ରମାନେ ସଚେତନତା ପାଇଁ ୧୨ଟି ଆଞ୍ଚଳିକ ଭାରତୀୟ ଭାଷାରେ ଭିଡିଓ ପ୍ରସ୍ତୁତ କରିଛନ୍ତି । ଛାତ୍ରମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଆସାମ, ବଙ୍ଗାଳୀ, ଗୁଜୁରାଟୀ, ହିନ୍ଦୀ, କନ୍ନଡ, କାଶ୍ମୀରୀ, ମାଲାୟାଲମ୍, ମରାଠୀ, ଓଡିଆ, ପଞ୍ଜାବୀ, ତାମିଲ ଏବଂ ତେଲୁଗୁ ଭାଷାରେ ଭିଡିଓ ପ୍ରସ୍ତୁତ କରିଛନ୍ତି । ଟିମ୍ ଉଦ୍ୟମକୁ ମାନବ ସମ୍ବଳ ବିକାଶ ମନ୍ତ୍ରୀ ସଞ୍ଜୟ ଧୋତ୍ରେ ସୋସିଆଲ ମିଡିଆ ପୋଷ୍ଟରେ ପ୍ରଶଂସା କରିଛନ୍ତି ।

କରୋନା ସଂକ୍ରମଣକୁ ରୋକିବା ପାଇଁ ଉଦ୍ୟମ ବୃଦ୍ଧି କରିବାକୁ ହାଇଦ୍ରାବାଦ ଆଇଆଇଟି ହ୍ୟାଣ୍ଡ ସାନିଟାଇଜର ବିକଶିତ କରିଛି ଏବଂ ଏହାକୁ କ୍ୟାମ୍ପସ ଭିତରେ ତଥା ସୋସାଇଟି ମଧ୍ୟରେ ମାଗଣାରେ ଉପଲବ୍ଧ କରାଉଛି । ଏହାକୁ ପ୍ରଥମେ ହାଇଦ୍ରାବାଦ ଆଇଆଇଟିର ଦୁଇ ମହିଳା ଅନୁସନ୍ଧାନକାରୀ, ଶିବକାଲ୍ୟାଣୀ ଅଡେପୁ ଏବଂ ମୁଦ୍ରିକା ଖଣ୍ଡେଲୱାଲଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିଲା । ଉଭୟ କହିଛନ୍ତି ଯେ ଏହା ପରୀକ୍ଷା ସମୟ ପାଇଁ ସେମାନଙ୍କର ଛୋଟ ଅବଦାନ ଏବଂ ସେମାନେ ସାନିଟାଇଜରକୁ ବ୍ୟବସାୟୀକରଣ କରିବେ ନାହିଁ ।

ଆଇଆଇଟି ରୁଡକିର ଦୁଇଜଣ ଅନୁସନ୍ଧାନକାରୀ ସିଦ୍ଧାର୍ଥ ଶର୍ମା ଏବଂ ବୈଭବ ଜୈନ ୧୫୦ଲିଟରରୁ ଅଧିକ ହର୍ବାଲ ହ୍ୟାଣ୍ଡ ସାନିଟାଇଜର ପ୍ରସ୍ତୁତ କରିଛନ୍ତି । ଏଥିରେ ମଶ୍ଚରାଇଜରର ଗୁଣ ମଧ୍ୟ ଅଛି
। ଆଇଆଇଟି ରୁରକି କ୍ୟାମ୍ପସରେ ଏହି ଉତ୍ପାଦକୁ ମାଗଣାରେ ବଣ୍ଟନ କରାଯାଉଛି । ଏଥି ସହିତ, ଆଇଆଇଟି ଖରଗପୁରର ଅନୁସନ୍ଧାନକାରୀମାନେ ଦୁଇଟି ଭିନ୍ନ ଆଲକହଲ ଭିତ୍ତିକ ହ୍ୟାଣ୍ଡ ସାନିଟାଇଜର ପ୍ରସ୍ତୁତ କରିଛନ୍ତି । ଏହି ଦଳରେ ରିସର୍ଚ୍ଚ ସ୍କଲାର ଅତୁଲ କୁମାର ଓଜା, ଅୟାନ ଗୋପ, ଅନୁରୁପ ମୁଖୋପାଧ୍ୟାୟ ସାମିଲ୍ ଥିଲେ ।

ଆଇଆଇଟି ବମ୍ବେ ଏହାର ଚାରୋଟି ହଷ୍ଟେଲ କ୍ୟାମ୍ପସକୁ କ୍ବାରେଣ୍ଟାଇନ୍ ୱାର୍ଡ ଭାବରେ ବ୍ୟବହାର କରିବାକୁ ଅନୁମତି ଦେଇଛି । ଏଥି ସହିତ ମୌଲାନା ଆଜାଦ ଜାତୀୟ ଉର୍ଦ୍ଦୁ ବିଶ୍ବବିଦ୍ୟାଳୟ, ଗୌତମ ବୁଦ୍ଧ ବିଶ୍ବବିଦ୍ୟାଳୟ, ଡ. ବାବାସାହେବ ଆମ୍ବେଦକର ମରାଠୱାଡା ବିଶ୍ବବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ସମେତ ଅନେକ ଅନୁଷ୍ଠାନ ସେମାନଙ୍କ କୋଠରୀ ଏବଂ ହଲକୁ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଭାବରେ ବ୍ୟବହାର କରିବାକୁ ପ୍ରସ୍ତାବ ଦେଇଛନ୍ତି ।

   Related Posts