ବିଶ୍ବର ପ୍ରସିଦ୍ଧ ଐତିହାସିକ କହିଲେ - କରୋନା ମହାମାରୀକୁ ହରାଇବା ଅତି ସହଜ, କେବଳ…

Published By : Prameya-News7 Bureau | April 14, 2020 IST

ନୂଆଦିଲ୍ଲୀ ୧୪।୪: ସାରା ବିଶ୍ବର ଏବେ କରୋନା ମହାମାରୀ ସହ ଲଢେଇ କରୁଛି । ଏହାର ମୁକାବିଲା ପାଇଁ ବିଶ୍ବର ପ୍ରାୟ ସମସ୍ତ ଦେଶରେ ଲକ୍ ଡାଉନ୍ ଘୋଷଣା ହୋଇଛି । ସେହିଭଳି ଭାରତରେ ମଧ୍ୟ ଲକ୍ ଡାଉନ୍ ଜାରି ରହିଛି । ଫଳରେ ସମସ୍ତେ ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ଏଭଳି ପରିସ୍ଥିତିରେ ଦେଶର ବିଭିନ୍ନ ବର୍ଗର ଲୋକ କରୋନାକୁ ନେଇ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ସେ ବୈଜ୍ଞାନିକ ହୁଅନ୍ତୁ ଅବା ସେଲିବ୍ରିଟି । ସମସ୍ତେ ନିଜ ନିଜ ମତ ପ୍ରକାଶ କରୁଛନ୍ତି ।

{"id":254062,"sizeSlug":"large"}

ତେବେ ଏକ ଗଣମାଧ୍ୟମର ପ୍ରକାଶିତ ରିପୋର୍ଟ ଅନୁଯାୟୀ ବିଶ୍ବର ପ୍ରସିଦ୍ଧ ଐତିହାସିକ ତଥା ଦାର୍ଶନିକ ୟୁଭାଲ ନୋଆ ହରାରି ତାଙ୍କ ମତ ରଖିଛନ୍ତି । ସେ କହିଛନ୍ତି ଯେ, କରୋନା ନିଶ୍ଚିତ ଭାବରେ ଏକ ବଡ ମହାମାରୀ । କିନ୍ତୁ ଏହାର ମୁକାବିଲା କରିବା ସହଜ ଅଟେ । ଏହି ମହାମାରୀକୁ ମୁକାବିଲା କରିବା ପାଇଁ ବିଶ୍ବକୁ ଏକାଠି ହେବାକୁ ପଡିବ । କିନ୍ତୁ ଦୁଃଖର ବିଷୟ ଏଠି ପରସ୍ପର ବିରୋଧରେ ଅଭିଯୋଗ କରାଯାଉଛି । ଏଭଳି ଘୃଣା ମନୋଭାବ ସମସ୍ତଙ୍କୁ ଦୂର କରିବାକୁ ପଡିବ । ଯାହାଦ୍ବାରା ଏହି ମହାମାରୀକୁ ଦୂର କରାଯାଇପାରିବ ।

{"id":254064,"sizeSlug":"large"}

ୟୁଭାଲ କହିଛନ୍ତି ଯେ, କରୋନା ମହାମାରୀ ସମୟରେ ଆମେ ଏକ ଭଲ ସ୍ଥିତିରେ ଅଛୁ । ମଧ୍ୟଯୁଗୀୟ ସମୟରେ ଆସିଥିବା ବ୍ଲାକ୍ ଡେଥ୍ ଦୃଷ୍ଟିରୁ ଏହି ମହାମାରୀ ବହୁତ କମ୍ ଅଟେ । ମହାମାରୀ ଜାଣିବା ଏବଂ ବୁଝିବା ପାଇଁ ଆମର କୌଶଳ ଅଛି ଏବଂ ଏହାକୁ ରୋକିବା ପାଇଁ ବୈଜ୍ଞାନିକ ଉପାୟ ଅଛି । କିନ୍ତୁ ମଧ୍ୟଯୁଗୀୟ ସମୟର ବ୍ଲାକ୍ ଡେଥ୍ କୁ କେହି ବୁଝିପାରିଲେ ନାହିଁ । ଲୋକମାନେ କିପରି ମରୁଛନ୍ତି, ଏହାକୁ କିପରି ରୋକାଯାଇପାରିବ । କିଛି ଲୋକ ଏହାକୁ ଇଶ୍ବରଙ୍କ ଦଣ୍ଡ ଭାବରେ ବିବେଚନା କରୁଥିଲେ ।

{"id":254065,"sizeSlug":"large"}

କିନ୍ତୁ ଆଜି ଆମେ ସବୁ ଜାଣୁଛୁ । ଦୁଇ ସପ୍ତାହ ମଧ୍ୟରେ ଏହି ଭାଇରସ୍ କୁ ଚିହ୍ନଟ କରାଯାଇପାରିଲା । ଭାଇରସ୍ ର ପରୀକ୍ଷାଗୁଡିକ ବିକଶିତ କରାଗଲା । ଏହାର ମୁକାବିଲା କରିବାକୁ ଆମ ନିକଟରେ ଶକ୍ତି ଅଛି । ତେବେ ଏତିକି ଫରକ ଯେ କଣ ଆମର ଉଦ୍ଦେଶ୍ୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.