Saturday, April 20, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୂଜା କଲାବେଳେ ନଡିଆ ଖରାପ ବାହାରିଲାକି ? ଜାଣନ୍ତୁ ଏହାର ସଂକେତ

ପୂଜା ପର୍ବରେ ନଡିଆର ବିଶେଷ ମହତ୍ୱ ଥାଏ। ପ୍ରତ୍ୟେକ ଶୁଭ କାର୍ଯ୍ୟରେ ନଡିଆର ବ୍ୟବହାର କରାଯାଏ। ପୂଜା, ବ୍ରତ, ବିବାହ ତଥା ଅନ୍ୟ ଶୁଭ କାର୍ଯ୍ୟରେ ନଡିଆର ବ୍ୟବହାର କରାଯାଏ। ନଡିଆ ଲକ୍ଷ୍ମୀ ମାଁଙ୍କର ପ୍ରତୀକ ବୋଲି କୁହାଯାଏ।
କିନ୍ତୁ କେବେ କେବେ ପୂଜା ପାଇଁ ନେଇଥିବା ନଡିଆ ଖରାପ ବାହାରିଥାଏ । ପୂଜା ପାଇଁ ନେଇଥିବା ନଡିଆ ଖରାପ ବାହାରିବା ଅଶୁଭ ସଂକେତ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ। ସମସ୍ତେ ଭାବନ୍ତି ଯେ, ଖରାପ ନଡିଆ ପୂଜାରେ ଲଗାଇଲେ କୌଣସି କାର୍ଯ୍ୟ ସଫଳ ହୁଏ ନାହିଁ।
ଖରାପ ନଡିଆ ଦେବା ଦେବୀଙ୍କ ପୂଜା କାର୍ଯ୍ୟରେ ଲଗାଇଲେ ପରିବାରରେ କାହାରି ମଙ୍ଗଳ ହୋଇନଥାଏ ବୋଲି ଗୁରୁଜନ ଓ ବୟସ୍କମାନେ କୁହନ୍ତି। ଖରାପ ନଡିଆ କୌଣସି ଶୁଭ କାର୍ଯ୍ୟରେ ବ୍ୟବହାର କରିଲେ ଏହା ଘର ଉପରେ ନକରାତ୍ମକ ପ୍ରଭାବ ପକାଏ।
କିନ୍ତୁ ପୂଜା ସମୟରେ ନଡିଆ ଭଙ୍ଗା ହେଲା ପରେ ତାହା ଖରାପ ବାହାରେ ତେବେ ଜାଣନ୍ତୁ ଯେ, ଭଗବାନ ପୂଜାକୁ ସ୍ୱୀକାର କରିଲେ। ଏହା ଶୁଣିଲେ ଲୋକେ ଆଚମ୍ୱିତ ହେବେ ସତ କିନ୍ତୁ ଏହା ବାସ୍ତବରେ ଶାସ୍ତ୍ର ସମ୍ମତ । ଏହା ଦ୍ୱାରା ସବୁ ମନସ୍କାମନା ପୂରଣ ହୋଇଥାଏ। ତେଣୁ ଖରାପ ନଡିଆ ବାହାରିବା ମଧ୍ୟ କିଛି ଅଶୁଭ ହୋଇନଥାଏ।

1270 Views

   ସମ୍ବନ୍ଧିତ ଖବର