ଫ୍ଲିପକାର୍ଟର ଦାବି: ଫେଷ୍ଟିଭ ସେଲରେ ପ୍ରତି ସେକେଣ୍ଡ ବିକିଛି ଗୋଟିଏ ଟିଭି, ଦୈନିକ ୨.୪ଲକ୍ଷ ହେଡଫୋନ କିଣିଛନ୍ତି ଲୋକେ

Published By : Prameya-News7 Bureau | October 05, 2019 IST

ଅକ୍ଟୋବର ୪ ତାରିଖରେ ଫ୍ଲିପକାର୍ଟର ମହାସେଲ ଶେଷ ହୋଇଛି। ଗତବର୍ଷମାନଙ୍କ ଭଳି ଚଳିତବର୍ଷ ମହାସେଲ ନେଇ ଫ୍ଲିପ୍ କାର୍ଟ ଯେଉଁ ଦାବି କରିଛି ତାହା ବାସ୍ତବିକ ଆଶ୍ଚର୍ଯ୍ୟଜନକ। ମହାସେଲ ବେଳେ ପ୍ରତି ସେକେଣ୍ଡରେ ଫ୍ଲିପକାର୍ଟ ଗୋଟିଏ ଟିଭି ବିକିଥିବା ଦାବି କରିଥିବା ବେଳେ ଗୋଟିଏ ଗୋଟିଏ ମିନିଟ୍ ରେ ୫ଶହ ବ୍ୟୁଟି ପ୍ରଡକ୍ଟ ବିକିଥିବା ଦାବି କରିଛି। ସେହିପରି ପ୍ରତି ଘଣ୍ଟାରେ ୧.୨ ଲକ୍ଷରୁ ଅଧିକ ଫ୍ୟାସନ ପ୍ରଡକ୍ଟ ବିକ୍ରି କରିଥିବା ବେଳେ ଫେଷ୍ଟିଭ ସେଲରେ ପ୍ରତିଦିନ ୨.୪ ଲକ୍ଷ ହେଡଫୋନ ବିକ୍ରି କରିଛି।

{"id":166620}

ସେହିପରି କୁମ୍ଭମେଳାକୁ ଦୈନିକ ଯେତିକି ଲୋକ ଆସନ୍ତି ତାଠାରୁ ବି ୧୭ ଗୁଣା ଅଧିକ ଲୋକେ  ଚଳିତ ବର୍ଷ ମହାସେଲ ବେଳେ ଫ୍ଲିପ୍ କାର୍ଟ ସାଇଟ୍ ଭିଜିଟ୍ କରିଥିବାର ଦାବି କରିବା ବାସ୍ତବିକ ଆଶ୍ଚର୍ଯ୍ୟଜନକ। ଏହା ଛଡା ଏହି ସେଲରେ ଲୋକେ କିଣାକିଣି କରି ପ୍ରାୟ ୮୦ ବିଲିୟନ ଟଙ୍କା ସଞ୍ଚୟ କରିଥିବା ବି କହିଛି। ତେବେ ଫ୍ଲିପ୍ କାର୍ଟର ଏହି ବାର୍ଷିକ ସେଲରେ ଲୋକେ ଖୁବ ଋଚି ରଖନ୍ତି। ହେଲେ ଅନଲାଇନ ସପିଙ୍ଗ ଯେଉଁଭଳି ଦାବି କରୁଛି ସେଭଳି ନୁହେଁ ବୋଲି ଅନେକ କହୁଛନ୍ତି।

{"id":166621}

ତେବେ ଯାହା ହେଉନା କାହିଁକି ଏହି ମହାସେଲ ସହ ଅନଲାଇନ ବ୍ୟବସାୟରେ କିନ୍ତୁ ଫ୍ଲିପ୍ କାର୍ଟ ନିଜର ସ୍ଥିତି ମଜଭୁତ କରିପାରିଛି ବୋଲି କୁହାଯାଇପାରେ। ଦେଶରେ ଅନଲାଇନ ସପିଙ୍ଗର କ୍ରେଜ ଲୋକଙ୍କ ମଧ୍ୟରେ ବଢିଥିବା ବେଳେ ଫ୍ଲିପ୍ କାର୍ଟ ଏବେ ଲୋକଙ୍କ ଲାଗି ଭରସା ହାସଲ କରିବାରେ ସମର୍ଥ ହୋଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.