ବ୍ୟାଟିଂ ଅର୍ଡର ବଦଳାଇବେ କୋହଲୀ? ଓପ୍ନିଂ କମ୍ବିନେସନକୁ ନେଇ ଜାଣନ୍ତୁ କହିଛନ୍ତି କ’ଣ

Published By : Prameya-News7 Bureau | January 13, 2020 IST

ମୁମ୍ବାଇ ୧୩।୧:  ଅଷ୍ଟ୍ରେଲିଆ ବିପକ୍ଷରେ ମଙ୍ଗଳବାର ଆରମ୍ଭ ହେବାକୁ ଯାଉଥିବା ୱାନଡେ ସିରିଜରେ ଟିମ୍ ଇଣ୍ଡିଆର ଓପ୍ନିଂ କମ୍ବିନେସନକୁ ନେଇ କ୍ୟାପ୍ଟେନ ବିରାଟ କୋହଲୀ ସୋମବାର ବଡ ବୟାନ ଦେଇଛନ୍ତି।  କୋହଲି କହିଛନ୍ତି ଶିଖର ଧାୱନ, କେ.ଏଲ. ରାହୁଲ ଓ ରୋହିତ ଶର୍ମା ୩ ଜଣ ବ୍ୟାଟସ୍ ମ୍ୟାନ୍ ଏବେ ଫୁଲ ଫର୍ମରେ ଅଛନ୍ତି ଓ ସେମାନଙ୍କୁ ଏକାଠି ଖେଳାଇବାକୁ ପଡିବ। ତେବେ ଏଥିଲାଗି ତାଙ୍କର ବ୍ୟାଟିଂ ଅର୍ଡର ବଦଳାଇବାକୁ ପଡିବ।

{"id":210668,"sizeSlug":"large"}

ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ପ୍ରଥମ ଦିନିକିଆରେ ଶିଖର ଧାୱନ ଓ ଲୋକେଶ ରାହୁଲ ଉଭୟଙ୍କୁ ସ୍ଥାନ ମିଳିଛି। ତେବେ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ଓପ୍ନିଂ କମ୍ବିନେସନକୁ ନେଇ ଏବେବି ଦ୍ୱିଧାରେ ରହିଛନ୍ତି । ତେବେ କ୍ୟାପ୍ଟେନ ବିରାଟ କୋହଲି ନିଜ ବ୍ୟାଟିଂ କ୍ରମ ତଳକୁ ନେଇ ସମସ୍ୟାର ସମାଧାନ ଲାଗି ଉଦ୍ୟମ କରିଛନ୍ତି।

wp:html /wp:html

ପ୍ଲେଇଂ ଇଲେଭେନରେ ଉପ ଅଧିନାୟକ ରୋହିତ ଶର୍ମା ଖେଳିବା ନିଶ୍ଚିତ। ତେବେ ଧାୱନ ଓ  ରାହୁଲଙ୍କୁ ଖେଳାଇବା ଲାଗି ଟିମ୍ ମ୍ୟାନେଜମେଣ୍ଟକୁ  କଠୋର ନିଷ୍ପତ୍ତି ନେବାକୁ ପଡିବ। ତେବେ କ୍ୟାପ୍ଟେନ ବିରାଟ ଏହା କୌଣସି ବ଼ଡ ସମସ୍ୟା ନୁହେଁ ବୋଲି କହିଛନ୍ତି। ବିରାଟଙ୍କ ଅନୁସାରେ ଫର୍ମରେ ଥିବା ଖେଳାଳି ସବୁବେଳେ ଟିମ୍ ଲାଗି ସୁବିଧାଜନକ ଥାନ୍ତି। ଏଣୁ ସେମାନଙ୍କୁ ଖେଳାଇବାରେ ଟିମରେ କିଛି ଅସୁବିଧା ନାହିଁ। ତେବେ ଅସୁବିଧା ଯାହା ଲାଗୁଛି ତାହା ହେଉଛି ବ୍ୟାଟିଂ ଅର୍ଡର। ତେବେ ସର୍ବଶ୍ରେଷ୍ଠ ଖେଳାଳି ସବୁବେଳେ ଉପଲବ୍ଧ ରହିବା ଜରୁରି। ଏଣୁ ତାଙ୍କୁ ପରେ ବଛାଯାଇପାରେ।

{"id":210669,"sizeSlug":"large"}

ବ୍ୟାଟିଂରେ ଏପର୍ଯ୍ୟନ୍ତ ମୁଁ ମୋ ଲାଗି କୌଣସି କ୍ରମ ବାଛି ନାହିଁ। କୌଣସି କ୍ରମରେ ଖେଳିବାକୁ ମୁଁ ଅସୁରକ୍ଷିତ ଅନୁଭବ କରେନି। ଏଣୁ ନିଜ ଉପଲବ୍ଧି ପଛରେ ନ ପଡି ଟିମ୍ ଲାଗି କଣ ଭଲ ହେବ ତାହା ଅଧିନାୟକ ଚିନ୍ତାକରିବାର କଥା ଓ ତାହାହିଁ କରାଯିବ ବୋଲି କହିଛନ୍ତି ବିରାଟ। ଏଣୁ ଟିମରେ ଧାୱନ, ରାହୁଲ ଓ ରୋହିତ ଶର୍ମାଙ୍କୁ ଏକତ୍ର ଖେଳାଇବାରେ ଥିବା ସମସ୍ୟାର ସମାଧାନ ହୋଇପାରିବ ବୋଲି ଏବେ ଆଶା କରାଯାଉଛି।

{"id":210670,"width":580,"height":430,"sizeSlug":"large"}

   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.