ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ କ'ଣ କ'ଣ ପଦକ୍ଷେପ ନେଇଛି ଭାରତ ଜାଣନ୍ତୁ

Published By : Prameya-News7 Bureau | February 15, 2019 IST

ନୂଆଦିଲ୍ଲୀ ୧୫|୨: ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଆଜି ଦିନ ତମାମ  ଲାଗି ରହିଥିଲା ଆକ୍ସନ ରିଆକ୍ସନ। ଆଜି ସୁରକ୍ଷା ସଂପର୍କିତ କ୍ୟାବିନେଟ ବୈଠକରେ ଏ ବାବଦରେ ମାରାଥନ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି। ଗୃହମନ୍ତ୍ରୀ ରାଜନାଥ ସିଂହ ଆଜି କାଶ୍ମୀର ଯାଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିବା ବେଳେ ପାକିସ୍ତାନ ହାଇକମିଶନରଙ୍କୁ ସମନ କରିଛି ବୈଦେଶିକ ମନ୍ତ୍ରଣାଳୟ।

{"id":85325}

ଜାମ୍ମୁ ଓ କାଶ୍ମୀର ବଡ଼ଗାମ୍‌ରେ ସହିଦଙ୍କୁ ଦିଆଯାଉଛି ଶ୍ରଦ୍ଧାଞ୍ଜଳି। ଏକାସାଙ୍ଗରେ ୪୦ ଯବାନଙ୍କ ମନଶରୀର। ଢଙ୍କାଯାଇଛି ତ୍ରିରଙ୍ଗା। ଗୃହମନ୍ତ୍ରୀ ରାଜନାଥ ସିଂହ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ନିଜେ ମରଶରୀରରେ କାନ୍ଧ ଦେଇଥିଲେ। ପାଖରେ ଥିଲେ ଜାମ୍ମୁ କାଶ୍ମୀର ରାଜ୍ୟପାଳ।  ପରେ ପରେ ସେନା ଏବଂ ସିଆରପିଏଫ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ଗୃହମନ୍ତ୍ରୀ। ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଚେତାବନୀ ଦେଇଛନ୍ତି ପଡ଼ୋଶୀ ଭାରତରେ ଯେଉଁ ତବାହିର ଖେଳ ଆରମ୍ଭ କରିଛି ତାକୁ ମହଙ୍ଗା ପଡ଼ିବ। ପ୍ରତିଶୋଧ ପାଇଁ ସେନାକୁ ପୂର୍ଣ୍ଣ କ୍ଷମତା ଦିଆଯାଇଛି।   

{"id":85327}

ପୁଲୱାମା ଆକ୍ରମଣକୁ ନେଇ ଆଜି ସକାଳେ ବସିଥିଲା କ୍ୟାବିନେଟ କମିଟି ଅନ ସିକ୍ୟୁରିଟି କାଉନ୍‌ସିଲର ବୈଠକ ।ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ଘଟଣାରେ କି ଆକ୍ସନ ନିଆଯିବ ସେନେଇ ଆଲୋଚନା ହୋଇଥିଲା। ୧- ପାକିସ୍ତାନକୁ ଦିଆଯାଇଥିବା ସର୍ବାଧିକ ଅନୁଗ୍ରହୀତ ରାଷ୍ଟ୍ରର ମାନ୍ୟତା ପ୍ରତ୍ୟାହାର କରାଯିବ-୨ ଜାତିସଂଘରେ ୧୯୮୬ରେ ଭାରତ ଆଣିଥିବା ଆତଙ୍କବାଦୀ ବିରୋଧୀ ପ୍ରସ୍ତାବକୁ ପାସ୍‌ ପାଇଁ ଜୋର ଦେବ ଭାରତ ୩-ପାକିସ୍ତାନକୁ ଏକଘରିକିଆ କରିବା ପାଇଁ ଚାଲିବ କୂଟନୈତିକ ଉଦ୍ୟମ।

{"id":85457}

ଘଟଣା ପାଇଁ ଜୈସ ଏ ମହମ୍ମଦ ନିଜକୁ ଦାୟୀ କରିଥିବା ବେଳେ ପାକିସ୍ତାନର ହାତ ରହିଥିବା ପ୍ରମାଣ ପାଇଛି ଭାରତ। ଏହି ପ୍ରମାଣ ଆନ୍ତର୍ଜାତିକ ସମୁଦାୟକୁ ଦିଆଯିବ। ପାକିସ୍ତାନ ହାଇକମିଶନର ସୋହେଲ ମହମ୍ମଦଙ୍କୁ ସମନ କରିଥିଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ସେହିପରି ପାକିସ୍ତାନରେ ଅବସ୍ଥାପିତ ଭାରତୀୟ ହାଇକମିଶନର ଅଜୟ ବିଶାରିୟାଙ୍କୁ ମଧ୍ୟ ଦିଲ୍ଲୀ ଡକାଯାଇଛି। ସେପଟେ ସିଆରପିଏଫ ଡିଜି କହିଛନ୍ତି ଏହି ଘଟଣାକୁ ଭୁଲିବନି ସିଆରପିଏଫ। କଡ଼ା ଜବାବ ଦିଆଯିବ।

{"id":85326}

ଆସନ୍ତାକାଲି ବସିବ ସର୍ବଦଳୀୟ ବୈଠକ। ନିଆଯିବ କିଛି ଠୋସ୍‌ ନିଷ୍ପତ୍ତି। ଅବଶ୍ୟ ବିରୋଧୀ ଦଳ ଏହି ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିବା ସହିତ ସରକାର ଏବଂ ସେନା ସହିତ ଥିବା କଂଗ୍ରେସ ନିଜ ଆଡୁ ଘୋଷଣା କରିଛି। ଏହି ଘଟଣାକୁ ନେଇ କୌଣସି ରାଜନୀତି କରିବନି ବୋଲି କହିଛି।

{"id":85324}

ପାକିସ୍ତାନକୁ ଉପରେ ବାଣିଜ୍ୟିକ ଏବଂ କୂଟନୈତିକ ଚାପ ପକାଇବା ଲାଗି ଭାରତ ଉଦ୍ୟମ ଆରମ୍ଭ କରିଛି। ବିଶ୍ବ ବାଣିଜ୍ୟିକ ସଂଗଠନ ସହିତ ଯୋଗାଯୋଗ ରଖିଛି। କିନ୍ତୁ ପୁଲୱାମା ଘଟଣାକୁ ନେଇ ଭାରତ ଆର-ପାର କି ନିଷ୍ପତ୍ତି ନେବ ତାହା ହିଁ ସୂଚନା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.