ଭର୍ଜିନିଟିକୁ ନେଇ ସୋସାଲ ମିଡିଆରେ ୟୁଜର ପଚାରିଲେ ଏପରି ପ୍ରଶ୍ନ, ଜାଣନ୍ତୁ କ’ଣ ଜବାବ ଦେଲେ ଇଲିୟାନା

Published By : Prameya-News7 Bureau | September 04, 2019 IST

ବଲିଉଡ୍ ସେଲିବ୍ରିଟିମାନେ ସୋସାଲ ମିଡିଆରେ ବେଶ୍ ଆକ୍ଟିଭ ରହନ୍ତି ଓ ନିଜ ଫ୍ୟାନସଙ୍କ ଧ୍ୟାନ ଆକର୍ଷଣ ଲାଗି ପ୍ରାୟତ କିଛି ନା କିଛି କରୁଥାନ୍ତି। କେବେ ଫଟୋ ସେୟର କରନ୍ତି ତ କେବେ ଭିଡିଓ ଏପରିକି କେବେ କେବେ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ ବି ଚଲାନ୍ତି। ଏଥିରେ ବଲିଉଡ ଆକ୍ଟ୍ରିସ୍ ଇଲିୟାନା ଡିକ୍ରୁଜ ସୋସାଲ ମିଡିଆରେ ‘କୁଛ ଭି ପୁଛୋ’ (ଆସ୍କ ମି ଏନିଥିଙ୍ଗ) ସେସନ ଚଳାଇଛନ୍ତି। ଏଥିରେ ଫ୍ୟାନସ ଅନେକ ସମୟରେ ତାଙ୍କୁ ଅନେକ ପ୍ରଶ୍ନ କରିଥାନ୍ତି। ଯାହାର ଇଲିୟାନା ନିଜେ ଉତ୍ତର ଦିଅନ୍ତି।

{"id":153213}

ତେବେ ଏହି ସେସନରେ ଜନୈକ ଫ୍ୟାନ ଦିନେ ତାଙ୍କୁ ଏପରି ଏକ ପ୍ରଶ୍ନ ପଛାରିଥିଲେ ଯାହାକୁ ନେଇ ସେ ଖୁବ୍ ରାଗିଯାଇଥିଲେ। ତେବେ ଫ୍ୟାନକୁ ବି ଛାଡିନଥିଲେ ଇଲିୟାନା ଏପରି ଜବାବ ଦେଇଥିଲେ ଯେ ସେ ବି ତା ପରେ ଆଉ କେବେ ତାଙ୍କୁ ପ୍ରଶ୍ନ ହିଁ  କରିନି। ଇଲିୟାନା ଇଂଷ୍ଟାରେ ଚଳାଇଥିବା ଏହି ସେସନରେ ତାଙ୍କୁ ଫ୍ୟାନ ପଚାରିଥିଲେ ‘ଆପଣ ଭର୍ଜିନିଟି କେବେ ହରାଇଥିଲେ’। କୌଣସି ଫ୍ୟାନଙ୍କ ଠାରୁ ଇଲିୟାନା ଏଭଳି ପ୍ରଶ୍ନ ପାଇବେ କେବେ କଳ୍ପନା ବି କରିନଥିଲେ। ତେବେ ଇଲିୟାନା ବି ଛାଡିବା ଲୋକ ନୁହଁନ୍ତି ସେ ତୁରନ୍ତ ଫ୍ୟାନଙ୍କ ପ୍ରଶ୍ନର ଜବାବ ଲେଖିଥିଲେ। ଜାଣନ୍ତି କଣ ଲେଖିଥିଲେ ଇଲିୟାନା ‘ଆପଣଙ୍କ ମା କଣ କହିବେ’?।

{"id":153214}

ଏବେ ଆସନ୍ତୁ ଇଲିଆନାଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କଥା ହେବା। ତାଙ୍କୁ  ଆଗାମୀ ଫିଲ୍ମ ‘ପାଗଲପନ୍ତି’ରେ ଆମେ ଦେଖିବାକୁ ପାଇବା। ଅନିସ ବଜମୀ ନିର୍ଦ୍ଦେଶିତ ଏହି ଫିଲ୍ମରେ ଜନ ଆବ୍ରାହାମ, ଅନିଲ କପୁର, ଅରସଦ ୱାରସୀ ଓ ପୁଲକିତ ସମ୍ରାଟ ମଧ୍ୟ ଅଭିନୟ କରିଛନ୍ତି। ଆସନ୍ତା ନଭେମ୍ବର ୮ ତାରିଖରେ ଏହି ଫିଲ୍ମ ମୁକ୍ତିଲାଭ କରିବ। ତେବେ ଇଲିୟାନା ଏକା ନୁହଁନ୍ତି ଅନେକ ସେଲିବ୍ରିଟି ସୋସାଲ ସାଇଟ୍ ରେ ସେମାନଙ୍କ ଫ୍ୟାନଙ୍କ ଏଭଳି ପ୍ରଶ୍ନର ବହୁବାର ସମ୍ମୁଖୀନ ହେଇଛନ୍ତି। ଏପରି ଆଉ ଜଣେ ହେଉଛନ୍ତି ଟାଇଗର ଶ୍ରଫ। ସେ ଏହାର ଜବାରେ ୟୁଜରକୁ ବେଶର୍ମ କହି ଗାଳି ଦେବା ସହ ଏଠାରେ ମୋ ଅଭିଭାବକ ବି ମୋତେ ଫଲୋ କରୁଥିବା ଉଲ୍ଲେଖ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.