ବିସିଜି ଟୀକା କରୋନା ମୁକାବିଲାରେ ସହାୟକ ହେବ କି ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

Published By : Prameya-News7 Bureau | April 15, 2020 IST

ନୂଆଦିଲ୍ଲୀ ୧୫।୪: କରୋନା ଭାଇରସ୍ ସାରା ବିଶ୍ବରେ ତାର କାୟା ବିସ୍ତାର କରିଚାଲିଛି । ଭାରତରେ ମଧ୍ୟ କରୋନା ରୋଗୀଙ୍କ ସଂଖ୍ୟା ୧୦,୦୦୦ ଅତିକ୍ରମ କରିସାରିଲାଣି । ତେବେ କରୋନା ସଙ୍କଟ ସମୟରେ ଲୋକଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନ ଉଠିଛି । କରୋନାରୁ ମୁକ୍ତି ପାଇବା ପାଇଁ ସାରା ବିଶ୍ବରେ ଅନୁସନ୍ଧାନ କରାଯାଉଛି । ଏହି ସମୟରେ ବିଭିନ୍ନ ପ୍ରକାରର ଟୀକାର ଭାଇରସ୍ ଉପରେ ପ୍ରଭାବ ବିଷୟରେ ଦାବି କରାଯାଇଛି ।

{"id":254360,"sizeSlug":"large"}

ତେବେ ଏଠାରେ ଏଭଳି ଏକ ପ୍ରଶ୍ନ ଉଠୁଛି ଯେ କ’ଣ ବିସିଜି ଟୀକା ଦ୍ବାରା କରୋନା ଭାଇରସ୍ ଉପରେ ବ୍ରେକ୍ ଲଗାଯାଇପାରିବ । ସଂକ୍ରମଣକୁ ରୋକିବା ପାଇଁ ବିସିଜି ଟୀକା କେତେ ପ୍ରଭାବଶାଳୀ ଏକ ଗଣମାଧ୍ୟମକୁ କହିଛନ୍ତି ଦିଲ୍ଲୀ ସ୍ଥିତ AIIMSର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ ।

{"id":254358,"sizeSlug":"large"}

ସେ କହିଛନ୍ତି ଯେ, ବିସିଜି ଉପରେ ଜନ୍ ହପକିନ୍ସ ବିଶ୍ବବିଦ୍ୟାଳୟର ଅନୁସନ୍ଧାନରୁ ଜଣାପଡିଛି ଯେ ଯେଉଁଠାରେ ବିସିଜି ଟୀକା ଦିଆଯାଇଛି ସେଠାରେ କୋଭିଡ-୧୯ ସଂକ୍ରମଣ କମ୍ ଅଛି । ଯଦିଓ ସଂକ୍ରମଣ ହ୍ରାସର କାରଣ ହେଉଛି ବିସିଜି ଟୀକା, ତଥାପି ଏହା ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇନାହିଁ । ବୈଜ୍ଞାନିକ ତଥ୍ୟରୁ ଜଣାପଡିଛି ଯେ କୌଣସି ରୋଗରେ ଏହି ଟୀକା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବଢିଯାଇଥାଏ । କିନ୍ତୁ କୋଭିଡ-୧୯ ମାମଲାରେ ଏହା କାମ କରିବ କି ନାହିଁ ଏହା କହିବା କଷ୍ଟକର ।

{"id":254359,"sizeSlug":"large"}

ସେ ଆହୁରି କହିଛନ୍ତି ଯେ, ଜନ୍ମ ସମୟରେ ପିଲାମାନଙ୍କୁ ବିସିଜି ଟୀକା ଦିଆଯାଇଥାଏ । ଦେଶର ପ୍ରାୟ ସମସ୍ତ ଲୋକଙ୍କୁ ପୂର୍ବରୁ ବିସିଜି ଟୀକା ଦିଆସରିଛି । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ଯେଉଁମାନେ ଭାଇରସରେ ଆକ୍ରାନ୍ତ ହେଉଛନ୍ତି ସେମାନଙ୍କୁ ଆଉ ଥରେ ଏହି ଟୀକା ଦେବା ଆବଶ୍ୟକ କି । ଦ୍ବିତୀୟ ଇଞ୍ଜେକ୍ସନ୍ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ କାମ କରେ କି ? ମୁଁ ଭାବୁଛି ଏହା ଉପରେ ଏବେ ଅଧିକ ଗବେଷଣାର ଆବଶ୍ୟକତା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.