ଭାଏଗ୍ରା ସେବନ କରିବା ସ୍ୱାସ୍ଥ୍ୟପକ୍ଷରେ ଅତ୍ୟନ୍ତ କ୍ଷତିକାରକ, ସବୁଦିନ ନେଉଥିଲେ ଜାଣନ୍ତୁ କ’ଣ ହେବ

Published By : Prameya-News7 Bureau | August 03, 2019 IST

ଯଦି ଶାରୀରିକ ସମ୍ପର୍କ ସ୍ଥାପନ ନିମନ୍ତେ ବିନା ଡାକ୍ତରୀ ପରାମର୍ଶରେ ଭାଏଗ୍ରା ନେଉଛନ୍ତି ତେବେ ସତର୍କ ହୋଇଯାଆନ୍ତୁ। ଏହି ଔଷଧ କେବଳ ସେହିମାନଙ୍କ ନିମନ୍ତେ ପ୍ରଯୁଜ୍ୟ ଯେଉଁମାନଙ୍କର ଇରେକ୍ଟାଇଲ ଡିସଇନଫେକ୍ସନ ହୋଇଥାଏ। ତେବେ ଅନେକ ନିଜର ମର୍ଦ୍ଦପଣିଆ ସାବ୍ୟସ୍ତ କରିବାକୁ ଏହି ନିଳଗୋଲି ଖାଉଥିବା ବେଳେ ଏହାର ଗୁରୁତର ପାର୍ଶ୍ବ ପ୍ରତିକ୍ରିୟା ନେଇ ସତର୍କ କରାଇଦେଇଛନ୍ତି ଡାକ୍ତର।

{"id":140531}

ନପୁଂଶକତା ଭୋଗୁଥିବା ଲୋକେ ଏହି ଔଷଧ ନେଇପାରନ୍ତି। ତେବେ ଯେଉଁମାନେ ଅଳ୍ପ ପରିଶ୍ରମ କଲେବି  ଛାତିରେ ୟନ୍ତ୍ରଣା ଅନୁଭବ କରୁଛନ୍ତି ଅଥବା ଜୋର ଜୋର ନିଶ୍ୱାସ ପ୍ରଶ୍ୱାସ ନେଉଛନ୍ତି ସେମାନେ ନିଳଗୋଲି ଖାଇବା ଏବେ ହିଁ ବନ୍ଦ କରନ୍ତୁ। ସାଇକିଆଟ୍ରିଷ୍ଟ ତଥା ସେକ୍ସୁଆଲ ଡିଜର୍ଡର ସ୍ପେସାଲିଷ୍ଟ ଡା. ପ୍ରବୀଣ ତ୍ରିପାଠୀ ବିନା ଡାକ୍ତରୀ ପରାମର୍ଶରେ ଏଭଳି ଔଷଧ ବ୍ୟବହାର ନ କରିବାକୁ ସତର୍କ କରାଇଦେଇଛନ୍ତି। କାରଣ କେବେ କେବେ ଏହାର ପାର୍ଶ୍ବପ୍ରତିକ୍ରିୟା ସାରା ଜୀବନ ଭୋଗିବାକୁ ପଡେ ବୋଲି କହିଛନ୍ତି।

{"id":140532,"width":577,"height":324}

ଏହାକୁ ଏକ ସୁରକ୍ଷିତ ଔଷଧ ଭାବେ ଆମେ ଗ୍ରହଣ କରିପାରିବା ନାହିଁ ବୋଲି କହିଛନ୍ତି ଡା.ତ୍ରିପାଠୀ। ଏହାର ପାର୍ଶ୍ବପ୍ରତିକ୍ରିୟା ଯୋଗୁ  ହୁଏତ ସବୁଦିନ ପାଇଁ ଦୃଷ୍ଟି ଶକ୍ତିବି ହରାଇବାକୁ ପଡିପାରେ। ସମ୍ଭୋଗ ପରବର୍ତ୍ତି ଅବସ୍ଥାରେ ମୁଣ୍ଡବିନ୍ଧା, ମୁଣ୍ଡ ବୁଲେଇହେବା, ଅଧିକ ଗରମ ଲାଗିବ ବା ନାକ ବନ୍ଦ ହୋଇଯିବା ଭଳି ଲାଗିବା ଏହି ଟାବଲେଟ୍ ର ସାଧାରଣ ପାର୍ଶ୍ୱପ୍ରତିକ୍ରିୟା। ହେଲେ ଯଦି ଛାତିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି , ଆଖିକୁ ଧୂଆଁଳିଆ ଦିଶୁଛି ବା ଦେଖାଯାଉନି, ନିଶ୍ୱାସ ପ୍ରଶ୍ୱାସ ରୁନ୍ଧି ହେବା ଭଳି ଲାଗୁଛି ଅଥବା ମୁହଁ ଫୁଲାଫୁଲା ଦେଖା ଯାଉଛି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ୍। ତେବେ ଭାରତରେ ଏହି ଔଷଧ ବିନା ଡାକ୍ତରୀ ପ୍ରେସକ୍ରିପ୍ସନରେ ବିକ୍ରି ହେଉନି। ଯଦି ବା କେହି ନିଜ ମନଇଛା ଏହାକୁ ନେଉଛନ୍ତି ତେବେ ନିଶ୍ଚିତ ସାବଧାନତା ଅବଲମ୍ବନ କରିବା ବାଞ୍ଛନୀୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.